ଯାଜପୁର, ୨୪/୧୦(ସନ୍ଧାନ ନିୟୁଜ)ଓଡ଼ିଶା ରାଜ୍ୟ ବିଜୁ ଜନତା ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ୱାନ କ୍ରମେ ଗାନ୍ଧୀ ଜୟନ୍ତୀ ଠାରୁ ଆରମ୍ଭ ହୋଇଥିବା ଜନସମ୍ପର୍କ ପଦଯାତ୍ରା ଅଗାମୀ ନଭେମ୍ବର ୨ ତାରିଖରେ ଶେଷ ହେବ । ଏହି ପରୀପେକ୍ଷୀରେ ଆଜି ବଡ଼ଚଣା ବିଜୁ ଜନତା ଦଳ ପକ୍ଷରୁ ତୃତୀୟ ପ୍ରର୍ଯ୍ୟାୟ ଜନସମ୍ପର୍କ ପଦଯାତ୍ରା ଆରମ୍ଭ ହୋଇଛି । ଚଣ୍ଡିଖୋଲ ଡ଼ାକବଙ୍ଗଳା ଠାରୁ ଦଳୀୟ କର୍ମୀମାନେ ଏକ ମଟର ସାଇକେଲ ଶୋଭାଯାତ୍ରାରେ ଅତିଥି ମାନଙ୍କୁ ପାଛୋଟି ନେଇଥିଲେ । ଏହି ଶୋଭା ଯାତ୍ରାରେ ବାଦ୍ୟଯନ୍ତ୍ର ଦଳ ସହିତ ଏକ ଶିଶୁ ସାମିଲ ହୋଇ ବାଦ୍ୟ ଯନ୍ତ୍ର ବଜାଉଥିବା ଦେଖିବାକୁ ମିଳିଥିଲା । ଏଭଳି କାର୍ଯ୍ୟକ୍ରମରେ ଶିଶୁ ମାନଙ୍କୁ ସାମିଲ କରିବା କେତେଦୂର ଯତାର୍ଥ ଏହା ଜିଲା ଶିଶୁ ସୁରକ୍ଷା ଅଧିକାରୀଙ୍କ ନଜରକୁ ଆସିଛି କି ନାହିଁ ତାହା ସାଧାରଣରେ ଚର୍ଚ୍ଚାର ବିଷୟବସ୍ତୁ ପାଲଟିଛି । ଭୁଷଣ୍ଡପୁର ଗ୍ରାମପଞ୍ଚାୟତ ଅନ୍ତର୍ଗତ ବ୍ରାହ୍ମଣୀ ଦେବୀ ପୀଠ ଠାରୁ ଏହି ପଦଯାତ୍ରା ଆରମ୍ଭ ହୋଇ ଦର୍ପଣୀଗଡ଼ ସ୍ଥିତ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ଏକ ସଭାର ଆୟୋଜନ କରାଯାଇଥିଲା । ଜନସମ୍ପର୍କ ପଦଯାତ୍ରା କମିଟିର ସଂଯୋଜକ ନିରଞ୍ଜନ ସେନାପତିଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ସଂସ୍କୃତି ଓ ପ୍ରର୍ଯ୍ୟଟନ ମନ୍ତ୍ରୀ ତଥା ଯାଜପୁର ଜିଲା ସଂଯୋଜକ ଅଶୋକ କୁମାର ପଣ୍ଡା ଯୋଗଦେଇ ଦୀର୍ଘ ୧୮ ବର୍ଷ ଶାସନ କାଳରେ ଓଡ଼ିଶାର ସର୍ବାଙ୍ଗୀନ ବିକାଶ ନିମନ୍ତେ ନେଇଥିବା ଜନକଲ୍ୟାଣକାରୀ ଯୋଜନାଗୁଡ଼ିକୁ ପୁରପଲ୍ଲିରେ ପହଞ୍ଚାଇବା ଏହି କାର୍ଯ୍ୟକ୍ରର୍ମର ମୂଳ ଲକ୍ଷ୍ୟ ବୋଲି କହିଥିଲେ । ସେହି ଆଧାରକୁ ଭିତ୍ତି କରି ଆଗାମୀ ଦିନରେ ଓଡ଼ିଶାରେ ବିଜେଡ଼ି ଦଳ ପୁଣି ତାର ସ୍ଥାନ ବଜାଇ ରଖିବ । ସରକାରୀ ମୁଖ୍ୟ ସଚେତକ ଅମର ପ୍ରସାଦ ଶତପଥୀ ନିଜର ବକ୍ତବ୍ୟ ରଖି କହିଥିଲେ ଯେ, ମୁଁ କେବେ ହେଲେ ବିଭାଜିତ ରାଜନୀତିକୁ ପସନ୍ଦ କରେ ନାହିଁ । ବିକଶିତ ବଡ଼ଚଣାର ବିକାଶ ଧାରାକୁ ଆହୁରି ଆଗେଇ ନେବାକୁ ମୋର ଲକ୍ଷ୍ୟ । ଅନ୍ୟମାନଙ୍କ ମଧ୍ୟରେ ପଞ୍ଚାୟତ ସମିତି ଅଧ୍ୟକ୍ଷ ଭାଗ୍ୟଧର ମଳିକ, ବିଜେଡ଼ି ସଭାପତି ଅରବିନ୍ଦ ସାମଲ, ମହିଳା ସଭାନେତ୍ରୀ ସରସ୍ୱତୀ ବେହେରା, ଜିଲା ମହିଳା ସଭାନେତ୍ରୀ ପୂଜାରୀଣୀ ବଳ, ଜିଲାପରିଷଦ ସଭ୍ୟା ବିନୋଦୀନୀ ସାହୁ, ସରପଞ୍ଚ ମାନସୀ ଜେନା, ଯର୍ଯାତି ରାଉତ, ସମିତି ସଭ୍ୟା ମୋନାଲିସା ତରାଇ, ପୂର୍ବତନ ଜିଲାପରିଷଦ ସଭ୍ୟ ପ୍ରଭାକର ସାମଲ, ଅମର ମହାନ୍ତି, ସଚିଦାନନ୍ଦ ସାମନ୍ତରାୟ, ମାଧବାନନ୍ଦ ମହାପାତ୍ର, ରଂଜନ ଦାସ,ଗୋବିନ୍ଦ ସାହାଣୀ, ପ୍ରବୋଧ ଶତପଥୀ, ଜଗନ୍ନାଥ ମୁଦୁଲୀ ପ୍ରମୁଖ ଉଦ୍ବୋଧନ ଦେଇ ବିଜୁ ଜନତା ଦଳର କାର୍ଯ୍ୟକ୍ରମ ସଂମ୍ପର୍କରେ ଉପସ୍ଥିତ କର୍ମୀମାନଙ୍କୁ ବୁଝାଇଥିଲେ । ଉକ୍ତ ପଦଯାତ୍ରାରେ ହାତଗଣତି ଅଳ୍ପ କେତେକ କର୍ମୀ, ନିର୍ବାଚିତ ପ୍ରତିନିଧି ଓ କର୍ମକ୍ରତ୍ତାମାନେ ଯୋଗଦେଇଥିଲେ । ଅନ୍ୟ ନିର୍ବାଚନ ମଣ୍ଡଳି ମାନଙ୍କରେ ପ୍ରତ୍ୟେକ ଦିନ ଜନସଂପର୍କ ପଦଯାତ୍ରା ଅନୁଷ୍ଠିତ ହେଉଥିଲା ବେଳେ ବଡଚଣାରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି । ଅ କ୍ଟୋବର ୨ରୁ ଆରମ୍ଭ ହୋଇଥିବା ଏହି ।କର୍ଯ୍ୟକ୍ରମ ନଭେମ୍ବର ୨ ପର୍ଯ୍ୟନ୍ତ ଚାଲିବାକୁ ଥିଲା ବେଳେ ଆଜି ପର୍ଯ୍ୟନ୍ତ କେବଳ ୩ ଗୋଟି ସ୍ଥାନରେ ପଦଯାତ୍ରା କରି ନିଜର ସ୍ଥିତିକୁ ଜାହିର କରିବା ପାଇଁ ଉଦ୍ୟମ କରାଯାଉଥିବା ସାଧାରଣରେ ଆଲୋଚନା ହେଉଛି । ଦଳର ବହୁ ତୁଙ୍ଗ ନେତା ବିଧାୟକଙ୍କ ଠାରୁ ଦୂରେଇ ରହିଥିବାରୁ ଜନ ସଂପର୍କ ପଦଯାତ୍ରା ଆଦୌ ଉସôାହଜନକ ହେଉ ନଥିବା ଦେଖିବାକୁ ମିଳିଛି । ରାଜ୍ୟ ପରିଷଦ ସଭ୍ୟ ତଥା ପୂର୍ବତନ ପଂଚାୟତ ସମିତି ଅଧ୍ୟକ୍ଷ ପ୍ରହଲାଦ ନନ୍ଦ, ପୂର୍ବତନ ଜିଲା ପରିଷଦ ସଭ୍ୟ ଶାରସା ପ୍ରସନ୍ନ ମହାନ୍ତି, ଫେଡେରେସନର ସଭାନେତ୍ରୀ କିଛିନା ମହାପାତ୍ର, ଜିଲା ପରିଷଦ ସଭ୍ୟ ବିପିନ ଜେନାଙ୍କୁ ଏହି କାର୍ଯ୍ୟକ୍ରମରେ ଦେଖିବାକୁ ମିଳି ନଥିଲା ।
ବଡ଼ଚଣା ବିଜେଡ଼ିର ତୃତୀୟ ପର୍ଯ୍ୟାୟ ଜନସମ୍ପର୍କ ପଦଯାତ୍ରା : ଅଙ୍ଗନବାଡି କର୍ମୀ, ଶିକ୍ଷକଙ୍କ ପରେ ଏବେ ଶିଶୁ ଶ୍ରମିକ ସାମିଲ
|
October 24, 2018 |


