ଧର୍ମଶାଳା ୨୬/୬(ସନ୍ଧାନ ନିୟୁଜ)- ଯାଜପୁର ଜିଲ୍ଲାର ଅଗ୍ରଣୀ ତଥା ୧ ନଂ ବ୍ଳକ୍ ଧର୍ମଶଳା ବୋଲାଉଥିବା ସମୟରେ ବ୍ୟାପକ ଧରଣର ଦୁର୍ନିତୀ ଚାଲିଛି । ଧର୍ମଶଳା ବ୍ଳକ୍ ମଧ୍ୟରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ କାର୍ଯ୍ୟାଳୟ, ତହସିଲ କାର୍ଯ୍ୟାଳୟ, ଗ୍ରାମଉନ୍ନୟନ ନିର୍ବାହୀ ଯନ୍ତ୍ରୀ, ଜଳସେଚନ ନିର୍ବାହୀ ଯନ୍ତ୍ରୀ, ଅବକାରୀ ବିଭାଗ, ଗ୍ରାମ୍ୟ ଜଳ ଓ ପରିମଳ ବିଭାଗ, ଜିଲ୍ଳା କୃଷି ଅଧିକାରୀ, ରାସ୍ଥା ଓ ଗୃହ ନିର୍ମାଣ ବିଭାଗ, କ୍ଷୁଦ୍ର ଜଳ ସେଚନ ବିଭାଗ ଓ ଉଠା ଜଳସେଚନ କାର୍ଯ୍ୟାଳୟରେ ଯେଉଁଭଳି ଅନିୟମିତତା କାର୍ଯ୍ୟ ହୋଇ କୋଟି କୋଟି ଅର୍ଥ ରାଶି ଆତ୍ମସାତ ହେଉଅଛି ବୋଲି ସାଧାରଣରେ ଅଭିଯୋଗ ହେଉଛି । ଜଳସେଚନ ବିଭାଗ ପକ୍ଷରୁ ହାଇଲେବୁଲ କେନାଲର ପୁନଃରୁ ଉର୍ଦ୍ଧାର ସହିତ ୧୨ ନମ୍ବର, ୧୨ ନମ୍ବର (କ), ୧୩ ନମ୍ବର ଓ ୧୪ ନମ୍ବର କେନାଲ ଓ ସବ୍ମାଇନଲ କେନାଲର ପୁନଃଉର୍ଦ୍ଧାର କାର୍ଯ୍ୟପାଇଁ ଏ.ଡ଼ି.ବି ପକ୍ଷରୁ ୨୦ କୋଟି ଟଙ୍କା ଅର୍ଥ ବ୍ୟୟ ହେବାର ଯୋଜନା ରହିଅଛି । ଦେଖିବାକୁ ମିଳେ ଠିକଣା ଭାବରେ କାର୍ଯ୍ୟନକରି ଠିକାଦାର ଓ ବିଭାଗୀୟଯନ୍ତ୍ରୀ ଅର୍ଥ ତୋଷରପାତ କରିଚାଲିଛନ୍ତି । ପ୍ରକାଶ ଥାଉ କି, ଯେଉଁ ନିର୍ମାହୀ ଯନ୍ତ୍ରୀ ଉକ୍ତ କାର୍ଯ୍ୟକୁ ତଦାରଖ କରିବା କଥା ସେ ଏଠାକୁ ନଆସି ସର୍ବୋଚ୍ଚ ଯନ୍ତ୍ରୀ ୍ଜଳ ସେଚନ କାର୍ଯ୍ୟାଳୟ ଭୂବନେଶ୍ୱରରେ ବସି ରହିଛନ୍ତି । ଅଧିକନ୍ତୁ ଜାରକା ସ୍ଥିତ ଜଳସେଚନ ବିଭାଗର ନିର୍ବାହୀ ଯନ୍ତ୍ରୀ ନାମକୁ ମାତ୍ର ଭାବେ କାର୍ଯ୍ୟ ସମ୍ପାଦନ କରୁଛନ୍ତି । ଗ୍ରାମ୍ୟଉନ୍ନୟନ ବିଭାଗର ପ୍ରଧାନମନ୍ତ୍ରୀ ସଡ଼କ ଯୋଜନା, ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନା ଓ ଗ୍ରାମ୍ୟ ଉନ୍ନୟନ ର ନିଜସ୍ୱ ରାସ୍ଥା ମରାମତିପାଇଁ କୋଟି କୋଟି ଅର୍ଥ ରାଶି ଟେଣ୍ଡର କରାଯାଇ ଠିକାଦାରଙ୍କୁ କାର୍ଯ୍ୟାଦେଶ ଦିଆଯାଇଛି । ଠିକାଦାର ଠିକ୍ ଭାବରେ କାର୍ଯ୍ୟ ନକରି ଅର୍ଥ ହରିଲୁଟ୍ କରିଚାଲିଛନ୍ତି । ରାସ୍ଥା ଓ ଗୃହ ନିର୍ମାଣ ପକ୍ଷରୁ ଗୋଖର୍ଣ୍ଣେଶ୍ୱର ମନ୍ଦିର ପାଖରୁ ବନମାଳିପୁର ପର୍ଯ୍ୟନ୍ତ କିମ୍ଭିରିଆ ନଦୀର ଦକ୍ଷିଣ ପାଶ୍ୱରେ କାର୍ଯ୍ୟ ଚାଲିଛି । ନେଉଳପୁର ଠାରୁ ହାଇଲେବୁଲ୍ କେନାଲ ଉପରେ ସହକାରୀ ଯନ୍ତ୍ରୀ ଜଳସେଚନ ବିଭାଗ ଖୋସାଲିପୁର ପର୍ଯ୍ୟନ୍ତ ଯେଉଁ କାର୍ଯ୍ୟ ଚାଲିଛି ତାହା ମଧ୍ୟ ନିମ୍ନ ମାନର କାର୍ଯ୍ୟ ବୋଲି ସାଧାରଣରେ ଅଭିଯୋଗ ହେଉଛି । ଧର୍ମଶଳା ତହସିଲଦାରଙ୍କ ଦ୍ୱରା କଳାପଥର ଖାଦାନ ଓ ବ୍ରାହ୍ମଣୀ ନଦୀର ବାଲିକୁ ନିଲାମ କରାଯାଇଥିଲେ ମଧ୍ୟ କେତେକ ପ୍ରଭାବଶାଳୀ ବ୍ୟକ୍ତି ଡ଼ଙ୍କାରୀ , ବାଘୁଆ, ବିଛାଖଣ୍ଡି ପ୍ରଭୁତି କଳା ପଥର ଖାଦାନ ରୁ ବେଆଇନ ଭାବେ କଳାପଥର ବିକ୍ରି କରି କୋଟି କୋଟି ଅର୍ଥ ରାଶି ରୋଜଗାର କରିଚାଲଛନ୍ତି । ଅଧିକନ୍ତୁ କେଉଁ ସ୍ୱର୍ଥକୁ ଆଖି ଆଗରେ ରଖି ତହସିଲଦାର ନୀରବ ରହିଛନ୍ତି । ଯଦ୍ୱାରା ସରକାରଙ୍କ ବ୍ୟପକ ଧରଣର ଅର୍ଥ ହାନି ହେଉଛି । ଉଠା ଜଳସେଚନ ଦ୍ୱାରା ପାର୍ବତ୍ୟ ଅଞ୍ଚଳରେ ସାଧାରଣ ଜମିମାଳିକଙ୍କୁ ବୋରିଂ ପଏଣ୍ଟ ପାଇଁ ଅଥ ର୍ଦିଆଯାଉଛି । ଏନେଇ ଜମି ମାଲିକ କେଉଁ ଭଳି ଭାବେ ବୋରିଂ କରି ଚାଷ ନକରି ଅର୍ଥ ତୋଷରପାତ କରିଚାଲିଚନ୍ତି । କ୍ଷୁଦ୍ର ଜଳସେଚନ ପକ୍ଷରୁ ବିଭିନ୍ନ ନଳ ଉପରେ ଆନିକଟ କରିଛନ୍ତି ବ୍ୟପକ ଅର୍ଥ ବ୍ୟୟ କରି କିନ୍ତୁ ସେ ଆନିକଟ ଦ୍ୱାରା ଚାଷି କୌଣସି ସୁବିଧା ପାଇପାରିବେ ନାହିଁ କାରଣ ଆନିକଟ ମଧ୍ୟ ଭାଙ୍ଗିବାରେ ଲାଗିରହିଛି । ଜଣାପଡ଼େ ବିଭାଗୀୟ ଅଧିକାରୀ ତୋଷରପାତରେ ବେସ୍ତ ଅଛନ୍ତି । ଧର୍ମଶାଳା ବ୍ଳକ୍ରେ ଯେଉଁ କାର୍ଯ୍ୟ ପଞ୍ଚାୟତ ଦ୍ୱାରା କରାଯାଉଛି ଯଥା ପ୍ରଧାନମନ୍ତ୍ରୀ ଆବାସ, ବିଜୁପକ୍କାଘର, ରାଜୀବସେବା କେନ୍ଦ୍ର, ମୋ ପୋଖରି, ଶଶ୍ମନ ଗୃହ, ଧାନ ଖଳା, ଗୋପବନ୍ଧୁ ଗ୍ରାମୀଣ ଯୋଜନାରେ ମଧ୍ୟ କାର୍ଯ୍ୟ ଠିକଣା ଭାବରେ ନକରାଯାଇ ବ୍ୟପକ ଅର୍ଥ ତୋଷରପାତ କରାଯାଉଛି । ଯେଉର୍ ବ୍ୟକ୍ତିଙ୍କର କୋଠାଘର, ଟ୍ରକ୍ ରହିଅଛି ସେମାନଙ୍କୁ ବିଜୁ ପକ୍କାଘର ଓ ପ୍ରଧାନମନ୍ତ୍ରୀ ଆବାସ ଦିଆଯାଉଥିଲେ ହେଁ ଦିନ ମଜୁରୀଆଙ୍କୁ ଏହି କାର୍ଯ୍ୟରୁ ବଞ୍ଚିତ କରାଯାଇଛି । ଏଭଳି ଅନିୟମିତତା କାର୍ଯ୍ୟ କେଉଁ ରାଜନେତାଙ୍କ ନିଦେ୍ର୍ଦଶରେ ଚାଲିଛି ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏହାର ନିରପେକ୍ଷ ତଦନ୍ତ ପାଇଁ ବୁଦ୍ଧିଜୀବୀ, ପରିବେଶବିତ୍, ଶିକ୍ଷାବିତ୍ ଓ ସମାଜସେବୀ ପ୍ରମୁଖ ରାଜ୍ୟ ସରକାରଙ୍କ ନିକଟରେ ଦୃଢ ଦାବୀ କରିଛନ୍ତି ।
ବ୍ୟାପକ ଦୃର୍ନିତୀରେ ବୁଡ଼ି ରହିଛି ଧର୍ମଶଳା ନିର୍ବାଚନ ମଣ୍ଡଳୀ, ହାନୀ ହେଉଛି ରାଜସ୍ୱ
|
June 26, 2018 |