ବ୍ୟାଙ୍କ ଲୁଟ କରିବାକୁ ଉଦ୍ୟମ କରିଥିବାବେଳେ ୬ ଡକାୟତ ଗିରଫ

Spread the love

ଯାଜପୁର, : ୪/୯/୨୬ (ସନ୍ଧାନ ନ୍ୟୁଜ)  ଯାଜପୁର ଜିଲ୍ଲା ବୈରୀ ଥାନା ନିକଟସ୍ଥ ବୈରୀ ପୋଲିସି ଗତକାଲି ବିଳମ୍ବିତ ରାତିରେ ଏକ ଡକାୟତ ଗ୍ୟାଙ୍ଗକୁ ଧରିବାରେ ସଫଳ ହୋଇଥିବା ଦେଖିବାକୁ ମିଳିଛି । ଘଟଣାରୁ ପ୍ରକାଶ ଯେ ବୈରୀ ପୋଲିସ୍‌ କୌଣସି ସୁତ୍ରରୁ ଖବର ପାଇ ଗତକାଲି ରାତିରେ ଏହି ଡକାୟତ ଦଳରେ ୬ ଜଣ ଡକାୟତ ରହିଥିବା ବେଳେ ବୈରୀ ପୋଲିସ୍‌ ଅମରବତୀ ପଡ଼ିଆରେ ବ୍ୟାଙ୍କ ଲୁଟ୍ କରିବା ପାଇଁ ଯୋଜନା କରୁଥିବା ବେଳେ ବୈରୀ ଥାନା ଆଇଆଇସି ଡକାୟତ ମାନଙ୍କୁ ଗିରଫ କରି କୋଟ ଚାଲାଣ କରିଛି । ସେମାନଙ୍କ ନିକଟରୁ ବିଭିନ୍ନ ମାରଣାସ୍ତ୍ର ପୋଲିସ୍ ଜବତ କରିଛି । ସେଥିମଧ୍ୟରେ ଦୁଇଟି ବାଇକ୍ ୩ଟି ମୋବାଇଲ୍‌ ଫୋନ୍ ପୋଲିସ୍ ଜବତ କରିଛି । ଏନେଇ ବୈରୀ ଥାନା ପୋଲିସ୍‌ କେଶନଂ ୨୧୫ / ୨୬ ରେ ମାମଲା ରୁଜୁ କରି ସମସ୍ତ ଡକାୟତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଡକାୟତ ମାନେ ହେଲେ ବୈରୀ ଥାନା ଅଞ୍ଚଳର ଧୁଷ୍ଟିର ନାୟକଙ୍କ ପୁଅ ସାନୁ ନାୟକ (୨୫),ସେହି ଗ୍ରାମର ନରେନ୍ଦ୍ର ବେହେରାଙ୍କ ପୁଅ ମଣ୍ଟୁ ବେହେରା (୨୭), ଲୋକନାଥ ବେହେରାଙ୍କ ପୁଅ ନିଗମ ବେହେରା(୨୫ ) ସେହିପରି ନୟାପାଟଣା ଗ୍ରାମର ଜିତେନ୍ଦ୍ର ସାହୁ, ସୁଦାମ ସାହୁ (୨୭), କୃଷ୍ଣଚନ୍ଦ୍ର ବେହେରାଙ୍କ ପୁଅ କେଶବ ବେହେରା,ମାହାଙ୍ଗା ଥାନା ଅନ୍ତର୍ଗତ ଗୋଠ ମୁହା ପାଟଣା କଇଁଥା ଗ୍ରାମର ଗୋବିନ୍ଦ ନାୟକ ବୋଲି ଜଣାଯାଇଛି । ଅମରାବତିପଡ଼ିଆ ରେ କିଛି ଅଚିହ୍ନା ଯୁବକ ବିଳମ୍ବିତ ରାତିରେ ବସିଥିବା ବେଳେ ବୈରୀ ଥାନା ପୋଲିସ୍ କୌଣସି ସୂତ୍ରରୁ ଖବର ପାଇ ପଡ଼ିଆରେ ବୈରୀ ଥାନା ଆଇଆଇସି ରଂଜିତ୍ କୁମାର ମହାନ୍ତି ଏବଂ ପୋଲିସ୍‌ ଛତିଆ ବିଟ୍ ହାଉସ୍ ପୋଲିସ୍‌ ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚିଥିବା ବେଳେ ଏହି ଯୁବକ ମାନେ ପଳାଇ ବାକୁ ଚେଷ୍ଟା କରିଥିଲେ । ଏହି ଗ୍ୟାଙ୍ଗର ଅନ୍ୟ ସଦସ୍ୟ ମାନଙ୍କୁ ଗିରଫ କରିବା ପାଇଁ ଆଇଆଇସି ଶ୍ରୀ ମହାନ୍ତି ଉଦ୍ୟମ ଚାଲୁ ରଖିଥିବା ବେଳେ ରିପୋର୍ଟ ଲେଖା ହେଲା ବେଳକୁ ୬ ଜଣଙ୍କୁ ପୋଲିସ୍ ଗିରଫ କରି କୋର୍ଟ ଚାଲାଣ କରିଛି ।

Related Posts

About The Author

Add Comment