ବ୍ଲକ ସ୍ତରୀୟ ମିଳିତ ଅଭିଯୋଗ ଶିବିରରେ ପ୍ରଶାସନିକ ଅଧିକାରୀଙ୍କ ଅନୁପସ୍ଥିତ

ଚଣ୍ଡିଖୋଲ, ୨୪/୨/୨୦ (ସନ୍ଧାନ ନିଉଜ) : ବଡ଼ଚଣା ବ୍ଳକ ଅନ୍ତର୍ଗତ ଭୁଷଣ୍ଡପୁର ଗା୍ରମ ପଞ୍ଚାୟତରେ ଆୟୋଜିତ ବ୍ଲକ ସ୍ତରୀୟ ମିଳିତ ଅଭିଯୋଗ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ବିଭିନ୍ନ ବିଭାଗର ଅଧିକାରୀ ମାନେ ଅନୁପସ୍ଥିତ ରହିବାରୁ ଅଭିଯୋଗ ନେଇ ଆସିଥିବା ଲୋକ ମାନେ ନିରାଶରେ ଫେରିଥିବାର ଦେଖା ଯାଇଛି । ଗତକାଲି ପଞ୍ଚାୟତ କାର୍ଯ୍ୟାଳୟ ଠାରେ ବଡ଼ଚଣା ବ୍ଲକ ଉନ୍ନୟନ ଅଧିକାରୀ ଅଜିତ ପ୍ରସାଦ ନାରାୟଣ ଗିରି ସମସ୍ତ ବିଭାଗର ଅଧିକାରୀ ମାନଙ୍କୁ ଅଭିଯୋଗ ଶିବିରରେ ଯୋଗ ଦେବାକୁ ଚିଠି କରିଥିଲେ ମଧ୍ୟ କୌଣସି ବିଭାଗର ଅଧିକାରୀ ମାନେ ଉପସ୍ଥିତ ନଥିଲେ । ବିଶେଷ କରି ଆର ଆଣ୍ଡ ବି, ଆରଡି, ଆରଡବ୍ଲ୍ୟୁ ଏସଏସ, ଶିକ୍ଷା, ଜଳଯୋଗାଣ, ଅଗ୍ନିଶମ, ସ୍ୱାସ୍ଥ୍ୟ ବିଭାଗର ଅଧିକାରୀ ମାନେ ଅନୁପସ୍ଥିତ ଥିବାରୁ ବହୁ ଲୋକ ମାନେ ନିରାଶ ହୋଇ ଫେରିଥିଲେ । ଏସଂପର୍କରେ ବିଡିଓଙ୍କୁ ପଚାରିବାରୁ ସମସ୍ତ ବିଭାଗକୁ ଚିଠି ଦିଆଯାଇଥିଲା । ମାତ୍ର ସେମାନଙ୍କ ଅନୁପସ୍ଥିତ ବିରୁଦ୍ଧରେ ଉଚ୍ଚ କତ୍ତୃପକ୍ଷଙ୍କୁ ଜଣାଇ ଦିଆଯାଇଛି ବୋଲି କହିଥିଲେ ।

Related Posts

About The Author

Add Comment