ଯାଜପୁର, ୨୬/୦୭ (ସନ୍ଧାନ ନିୟୁଜ) ଯାଜପୁର ଜିଲ୍ଲା କୋରାଇ ବ୍ଲକ ଅନ୍ତର୍ଗତ ତହରପୁର ଗ୍ରାମର ଅଶୋକ କୁମାର ନାୟକଙ୍କ ୧୧ବର୍ଷର ପୁଅ ଶୁଭଜିତ୍ ନାୟକ ବେନ୍ର୍ କ୍ୟାନ୍ସରରେ ପୀଡିତ ହୋଇଛନ୍ତି । ତାଙ୍କର ଚିକତ୍ସା ପାଇଁ ପ୍ରତିଦିନ ୨୦ହଜାରୁ ଟଙ୍କା ଲାଗୁଥିବା ବେଳେ ପରିବାର ଲୋକଙ୍କ ପକ୍ଷେ ଏହାକୁ ବହନ କରିବା ଅସମ୍ଭବ ହୋଇପଡିଛି ଫଳରେ ପୁଅର ଚିକତ୍ସା ପାଇଁ ବାପା ମା ଆକୁଳ ନିବେଦନ କରିଛନ୍ତି । ସୂଚନା ମୁତାବକ ଅଶୋକଙ୍କ ଏକମାତ୍ର ପୁଅ ଶୁଭଜିତ (ଅମିତ) ୨୦ ଜୁନୁ୍ ରେ ଜ୍ୱର,ବାନ୍ତି ହେବାରୁ ଯାଜପୁର ରୋଡରେ ଏକ ଘୋରଇ ଡାକ୍ତର ପି.କେ. ସାହୁଙ୍କ ପାଖକୁ ନେଇଥିଲେ । ସେଠାରେ ବ୍ଲଡ ପରୀକ୍ଷା କରିବା ପରେ ବ୍ଲଡରେ କିଛି ଖରାପ ରହିଥିବା ଜାଣି ୨୧ତାରିଖ ଭୂବନେଶ୍ୱର କିମସ୍ ହସ୍ପିଟାଲକୁ ନେଇଥିଲେ । ସେଠାରୁ ପୁର୍ନବାର ରକ୍ତ ପରୀକ୍ଷା କରିବା ପରେ ଶୁଭଜିତଙ୍କର ବ୍ଲକ କ୍ୟାନ୍ସର ହୋଇଥିବା ଜାଣିବାକୁ ପାଇଥିଲେ । ସେଠାରେ ଦୁଇଦିନ ରହିବା ପରେ ସମ୍ ହସ୍ପିଟାଲକୁ ନେଇ ସେଠାରେ ଚିକତ୍ସା ଆରମ୍ଭ କରିଥିଲେ । ଇତି ମଧ୍ୟରେ ସେଠାରେ ୨ଲକ୍ଷରୁ ଉର୍ଦ୍ଧ ଟଙ୍କା ଧାର କରଜ କରି ଖର୍ଚ୍ଚ କରିବା ପରେ ମଧ୍ୟ ପୁଅ ପୁରାମାତ୍ରାରେ ସୁସ୍ଥ ହୋଇପାରିନାହିଁ । ଆହୁରି ଅଧିକ ଟଙ୍କା ଲାଗିବ ବୋଲି ହସ୍ପିଟାଲ କର୍ତ୍ତୁପକ୍ଷ କହିବା ପରେ ଏବେବ ପରିବାର ଲୋକେ ଭାଙ୍ଗି ପଡିଛନ୍ତି । ଯାହା କିଛି ସମ୍ବଳ ଥିଲା ତାକୁ ବିକ୍ରି କରି ପୁଅର ଚିକତ୍ସା କରିସାରିଥିବା ବେଳେ ଏବେ ପୁଆର ଚିକିତ୍ସାପ ପାଇଁ ବାରଦୁଆର ଟଙ୍କା ମାଗୁବୁଲୁଛନ୍ତି ବାପା ଅଶୋକ । ଇତି ମଧ୍ୟ ବହୁ ସମାଜସେବୀ ମାନଙ୍କୁ ଭେଟି ପୁଆର ଜୀବନ ରକ୍ଷା ପାଇଁ ଆକୁଳ ନିବେଦନ କରୁଛନ୍ତି । ଜାରକା ହିମାଂଶୁ ଶେଖର ସାହୁଙ୍କ ଭେଟି ନିଜର ଦୁôଃଖ ଜଣାଇବା ପରେ ହିମାଂଶୁଙ୍କ ପକ୍ଷରୁ ସାହାର୍ଯ୍ୟ କରିବା ପାଇଁ କୁହାଯାଇଛି । ହେଲେ ପୁଅର ଚିକିତ୍ସା ପାଇଁ ଆହୁରି ଅଧିକ ଟଙ୍କାର ଆବଶ୍ୟକ ଥିବାରୁ ଜିଲ୍ଲାପାଳ ଏବଂ ମାନ୍ୟବାର ମୁଖ୍ୟମନ୍ତ୍ରୀ ଦୃଷ୍ଟି ଦେଇ ପୁଅକୁ ଭଲ କରିବାକୁ ନିବେଦନ କରିଛନ୍ତି । ଏପରକି ଅନ୍ୟ ସମାଜସେବୀ ମାନେ ଯଥା ସମ୍ଭବ ସାହାର୍ଯ୍ୟ କରିବାକୁ ପରିବାର ଏବଂ ଗ୍ରାମବାସୀ ମାନେ ନିବଦେନ କରିଛନ୍ତି ।
ଯୋଗାଯୋଗ- ବାପା ଅଶୋକ କୁମାର ନାୟକ
ମୋବାଇଲ-୯୮୫୩୯୨୪୬୦୦ (Phone Pay)
A/C-38584266226
IFSC code- SBIN0001820