ରାଉରକେଲା, ୦୨/୦୫ (ସନ୍ଧାନ ନିଉଜ): ବ୍ରାହ୍ମଣୀ ସେତୁରେଏକ ଫାଟ ସୃଷ୍ଟି ହୋଇଛି । ଫଳରେ ଯାନବାହନ ଚଳାଚଳରେ ବାଧା ସୃଷ୍ଟି ହୋଇଛି । ଲକଡାଉନରେ କମ ଯାନବାହନ ଚଳାଚଳ ଥିବା ସତ୍ତ୍ବେ ଏହି ଫାଟ ସୃଷ୍ଟି ହୋଇଛି । ପ୍ରଶାସନ ପକ୍ଷରୁ ଫାଟ ଥିବା ସ୍ଥାନକୁ ଘେରାଇ ଦିଆଯାଇଥିବା ବେଳେ ଟ୍ରାଫିକ ସୁବିଧା ଲାଗି ପୋଲିସ ମୁତୟନ କରାଯାଇଛି । ଏହି ବ୍ରିଜ 143 ନମ୍ବର ଜାତୀୟ ରାଜପଥ ଅଧୀନରେ ଥିବାରୁ ଜାତୀୟ ରାଜପଥ ପ୍ରାଧିକରଣ କର୍ତ୍ତୃପକ୍ଷ ଶୀଘ୍ର ବ୍ରିଜର ମରାମତି କରିବାକୁ ଦାବି ହେଉଛି ।
ବ୍ରାହ୍ମଣୀ ସେତୁରେ ଫାଟ, ଯାନବାହନ ଚଳାଚଳ ବାଧାପ୍ରାପ୍ତ
|
May 2, 2020 |



