IPଜେନାପୁର/୨୩/୦୯/ସନ୍ଧାନ ନିୟୁଜ୍(ପ୍ରଶାନ୍ତ ସାମଲ )ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ଅନ୍ତର୍ଗତ ଜେନାପୁର ଥାନା ନିକଟସ୍ଥ ରେଖିଦେଇପୁର ପଞ୍ଚାୟତ ଅଧିନ ପାଇକରାପୁର ଗ୍ରାମରେ ଆଜି ଭୋର ସମୟରେ ଏକ ଦୁଃଖଦାୟକ ଘଟଣା ଦେଖିବାକୁ ମିକିଛି ।ସୂଚନାରୁ ପ୍ରକାଶ ପାଇକରାପୁର ଗ୍ରାମର ଘନଶ୍ୟାମ ସାହୁ ଆଜି ଭୋର ପ୍ରାୟ ୩ .୩୦. ସମୟରେ ସେ ତାଙ୍କ ଗ୍ରାମ ପାଖରେ ଥିବା ବ୍ରାହ୍ମଣୀ ନଦୀକୁ ସ୍ନାନ କରିବାକୁ ଯାଇଥିଲେ , ବିଳମ୍ବ ହେବାରୁ ତାଙ୍କ ପତ୍ନୀଙ୍କ ମନରେ ସନ୍ଦେହ ଆସିଥିଲା ସେ ତାଙ୍କ ପୁତ୍ର ଅନାଦି ସାହୁଙ୍କୁ ଡାକିଥିଲେ କି ତୋ ବାପା କଣ ଏ ପର୍ଯ୍ୟନ୍ତ ଆସିନାହାନ୍ତି କହିବାରୁ ପୁଅ ଅନାଦି ଗ୍ରାମର କିଛି ସାଙ୍ଗ ମାନଙ୍କୁ ନେଇ ନଦୀକୂଳକୁ ଯାଇ ଦେଖେତ ସେଠି କେବଳ ତାଙ୍କ ଚପଲ ଥିଲା । ମନରେ ସନ୍ଧେହ ସୃଷ୍ଟି ହେବାରୁ ଗ୍ରାମ ଲୋକମାନଙ୍କୁ ଜଣାଇବା ସହ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ ।ଦୀର୍ଘ ୪ ଘଣ୍ଟାର ଖୋଜା ଖୋଜି ପରେ ଘନଶ୍ୟାମଙ୍କର କୌଣସି ଖବର ମିଳିନଥିଲା ।ଅଞ୍ଚଳ ବାସୀଙ୍କ ଦାବି ଏହି ଅଞ୍ଚଳରେ ବାରମ୍ବାର ବ୍ରାହ୍ମଣୀ ନଦୀରେ ବନ୍ୟାଜଳ ଆସିବାରୁ ଅନେକ ନିରୀହ ଯିବନ ବଢ଼ି ପାଣିରେ ଚାଲି ଯାଉଛି ଏଣୁ ଏଠାରେ ଗୋଟିଏ ମଟର ଚାଳିତ ବୋଟ ଦେବାଲାଗି ଅଞ୍ଚଳ ବାସୀ ସରକାରଙ୍କ ନିକଟରେ ଦାବି କରିଛନ୍ତି। ଖବର ପାଇ ଜେନାପୁର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଜାରିରଖିଛି।
ବ୍ରାହ୍ମଣୀ ନଦୀରେ ବୃଦ୍ଧ ନିଖୋଜ, ଓଡ୍ରାଫ ଅଗ୍ନିଶମ ବିଭାଗର ୪ଘଣ୍ଟା ଖୋଜ ଖବର ପରେ ,ପାଇନଥିଲେ କୌଣସି ପତା
|
September 23, 2021 |