ବ୍ରହ୍ମବରଦା ତାରିଣୀ ମନ୍ଦିର ହୁଣ୍ଡିରୁ ଦୃବୁର୍ତ୍ତମାନେ ଲୁଟିନେଲେ

Spread the love
  •  
  •  
  •  
  •  
  •  

ଯାଜପୁର, ୧୩/୦୯/୨୦୨୧ (ସନ୍ଧାନ ନିଉଜ) : ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ ଅନ୍ତର୍ଗତ ବ୍ରହ୍ମବରଦା ପଂଚାୟତର ବ୍ରହ୍ମବରଦା ହାଟ ନିକଟରେ ଥିବା ତାରଣୀ ମନ୍ଦିର ହୁଣ୍ଡି ବାକ୍ସ ଚାବି ଭାଙ୍ଗି ଦୃବୁର୍ତ୍ତ ଲୁଟିନେଇଥିବା ଦେଖିବାକୁ ମିଳିଚି । ଏହି ହୁଣ୍ଡିରେ କେତେ ଟଙ୍କା ରଖାଯାଇଥିଲା ତାହା ଜଣାପଡ଼ିନଥିଲେ ମଧ୍ୟ ପାଖ ଦୋକାନରେ ଲାଗିଥିବା ସିସିଟିଭି ଫୁଟେଜକୁ ଯାଞ୍ଚକଲେ ପୋଲିସ ତାହା ଜାଣିପାରିବ । ଏଠାରେ ସୂଚନା ଯୋଗ୍ୟ ଯେ, ଶନିବାର ବିଳମ୍ବିତ ରାତିରେ ତାରିଣୀ ମନ୍ଦିର ହୁଣ୍ଡିରୁ ଚାବି ଭାଙ୍ଗି ଦୃବୁର୍ତ୍ତ ଲୁଟ କରିଥିବା ବେଳେ, ସକାଳୁ ଗ୍ରାମବାସୀମାନେ ମନ୍ଦିର ହୁଣ୍ଡି ଭଙ୍ଗାଯାଇଥିବା ଦେଖିବାକୁ ପାଇଥିଲେ । ଏନେଇ ମନ୍ଦିର କମିଟି ପକ୍ଷରୁ ବ୍ରହ୍ମବରଦା ଫାଣ୍ଡିରେ ଅଭିଯୋଗ କରାଯାଇଥିଲା । ଫାଣ୍ଡି ଅଧିକାରୀ ଏସ ଦାଶରଥି ପାତ୍ର ଘଟଣା ସ୍ଥଳରେ ପହଁଞ୍ଚô ଚୋରି ହୋଇଥିବା ହୁଣ୍ଡି ଭଙ୍ଗାଯାଇଥିବା ଦେଖିବାକୁ ପାଇଥିଲେ । ଦୋକାନରେ ଲାଗିଥିବା ସିସିଟିଭି ଫୁଟେଜକୁ ପୋଲିସ ଯାଞ୍ଚକରିଥିବା ବେଳେ, ବ୍ରହ୍ମବରଦା ଫାଣ୍ଡିଅଧିକାରୀ ଚୋର ଧରାପଡ଼ିବ ବୋଲି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।

Related Posts

About The Author

Add Comment