ଯାଜପୁରରେ ୧ ଓଡ୍ରାଫ ଟିମ୍ ଓ ୧ ଏନଡିଆରଫ ଟିମ୍ ପ୍ରସ୍ତୁତ ଥିବା ବେଳେ କେନ୍ଦ୍ରାପଡ଼ାରେ ଗୋଟିଏ ଏନଡିଆରଏଫ ଟିମ ପ୍ରସ୍ତୁତ ଅଛନ୍ତି। ଏହି ୪ଟି ଜିଲ୍ଲାରେ ଅଗ୍ନିଶମ ବିଭାଗର କର୍ମଚାରୀମାନେ ସତର୍କ ରହିଛନ୍ତି। ପାଓ୍ଵାରବୋଟ ଓ ଦେଶୀ ଡଙ୍ଗାର ବ୍ୟବହାର କରି ବନ୍ୟା ପ୍ରଭାବିତ ଲୋକଙ୍କୁ ଉଦ୍ଧାର କରିବାକୁ ଜିଲ୍ଲାପାଳମାନଙ୍କୁ ସୂଚନା ଦିଆଯାଇଛି। ଯାଜପୁର ଓ ଭଦ୍ରକରେ ୬ଟି ଲେଖାଏଁ ପାଓ୍ଵାର ବୋଟ ରଖାଯାଇଛି।
ବନ୍ୟା ଓ ବାତ୍ୟା ଆଶ୍ରୟ ସ୍ଥଳକୁ ମଧ୍ୟ ପ୍ରସ୍ତୁତ କରାଯିବା, ରୋଷେଇ ଖାଦ୍ୟ, ପିଇବା ପାଣି, ଔଷଧ ଆଦି ବ୍ୟବସ୍ଥା କରିବାକୁ ପରାମର୍ଶ ଦିଆଯାଇଛି। କେନ୍ଦୁଝର, ଭଦ୍ରକ, ଯାଜପୁର ଓ କେନ୍ଦ୍ରାପଡ଼ାରେ ଶନିବାର ଓ ରବିବାର ସରକାରୀ ଛୁଟି ଘୋଷଣା କରାଯାଇଛି।
ଯାଜପୁର ଜିଲ୍ଲାର ବିଞ୍ଝାରପୁର ବ୍ଲକରେ ୩୦୪୦ ଜଣଙ୍କୁ ଉଦ୍ଧାର କରାଯାଇଛି। ଏହି ବ୍ଲକରେ ୨୬ଟି ମାଗଣା ରୋଷେଇ କେନ୍ଦ୍ର ଓ ଧର୍ମଶାଳା ବ୍ଲକରେ ୯ଟି ମାଗଣା ରୋଷେଇ କେନ୍ଦ୍ର ଖୋଲା ଯାଇଛି। ଭଦ୍ରକ ଜିଲ୍ଲାର ଭଣ୍ଡାରିପୋଖରୀ ବ୍ଲକର ୧୦ଟି ଗ୍ରାମପଞ୍ଚାୟତର ଲୋକେ ବନ୍ୟାଜଳ ଦ୍ୱାରା ପ୍ରଭାବିତ ହୋଇଛନ୍ତି। ମାଲଦା ପଞ୍ଚାୟତର ରାମପୁର ଓ ସରଣାରେ ମାଗଣା ରୋଷେଇ କେନ୍ଦ୍ର ଖୋଲା ଯାଇଛି।