ବେଆଇନ ଲଘୁଖଣିଜ ଦ୍ରବ୍ୟ ଚାଲାଣରେ ରାଜ୍ୟରେ ପ୍ରଥମ ସ୍ଥାନ ଅଧିକାର କଲା ଦର୍ପଣ ତହସିଲ, ପରିବେଶ ପ୍ରତି ବିପଦ

Spread the love

ଚଣ୍ଡିଖୋଲ,୨୦/୦୬ (ସନ୍ଧାନ ନିୟୁଜ/ମାନସ ରାଉତ)-ଚଳିତ ମାସ ଜୁନ ୫ତାରିଖ ହେଉଛି ବିଶ୍ୱ ପରିବେଶ ଦିବସ । ପରିବେଶକୁ ସୁରକ୍ଷିତ ରଖିବା ପାଇଁ ଏହି ଦିନରେ ବଡଚଣାର ବିବିନ୍ନ ଅଂଚଳରେ ପରିବେଶ ସୁରକ୍ଷା ଉପରେ ସଚେତନତା କାର୍ଯ୍ୟକ୍ରମ ଓ ସଭାମାନ ଅନୁଷ୍ଠିତ ହୋଇଥିଲା । ଯେଉଁ ସଭାରେ ଜିଲାର ବହୁ ପରିବେଶ ବିତଙ୍କ ସହିତ ଜଙ୍ଗଲ ବିଭାଗର ଉଚ୍ଚ ପଦସ୍ଥ ଅଧିକାରୀ ମାନେ ପରିବେଶ ସରୁକ୍ଷା ଉପରେ ଭାଷଣମାନ ଦେଇଥିଲେ । ମାତ୍ର ଯାଜପୁର ଜିଲା ଦର୍ପଣ ତହସିଲ ଅଞ୍ଚଳରେ ଦିର୍ଘ ଦିନହେବ ବେଆଇନ ଭାବେ ଲଘୁ ଖଣିଜ ଦ୍ରବ୍ୟ ଖନନ ଫଳରେ ବ୍ୟାପକ ଭାବରେ ପରିବେଶ ନଷ୍ଟ ହେବାରେ ଲାଗିଛି । ଏହି ବେଆଇନ ଖନନ ଜଙ୍ଗଲ କିସମ ଜମି, ଅନାବାଦୀ ଓ ଗୋଚରରୁ ହେଉଥିଲେ ମଧ୍ୟ ବିଭାଗୀୟ ଅଧିକାରୀ ମାନେ ଏଥିପ୍ରତି ଦୃଷ୍ଟି ଦେଉ ନାହାନ୍ତି । ଗୋଟେ ଗୋଟେ ସ୍ଥାନରେ ମାଫିଆ ମାନେ ୧୦୦ରୁ ଉର୍ଦ୍ଧ ଫୁଟ ମାଟି ଖୋଳି ମଙ୍କଡା ତାଡୁଛନ୍ତି । ଚୋରା ଚାଲଣ ବୃଦ୍ଧି ପାଉଥିବା ବେଳେ ନିଘୋଢ ନିଦରେ ତହସିଲ ପ୍ରଶାସନ ଶୋଇଥିଲା ବେଳେ ପୋଲିସ କେତେକ ସ୍ଥାନରେ ଚଢାଉ କରି ଧରିବାରେ ସକ୍ଷମ ହୋଇଛି । ତହସିଲ ପ୍ରଶାସନ ବେଆଇନ ଖନ ଓ ଚାଲାଣ କରୁଥିବା ବ୍ୟକ୍ତି ଓ ଗାଡିକୁ ଧରି ଜୋରମନା ଆଦାୟ କରି ବାହାବା ନେବାରେ ଲାଗିଛି । ବଡଚଣା ଥାନା ଓ ବୈରୀ ଥାନା ତରଫରୁ ବିଭିନ୍ନ ସ୍ଥାନରେ ଚଢାଉ କରି ବେଆଇନ ମାଙ୍କଡା, ମୋରମ ଓ କଳା ମେଟାଲ ଚୋରା ଚାଲାଣରେ ସଂପୃକ୍ତ ୯୫ଟି ଗାଡିକୁ ଗତ ଏକ ବର୍ଷ ମଧ୍ୟରେ ଧରି ତହସିଲଦାରଙ୍କୁ ହସ୍ତାନ୍ତର କରିଛନ୍ତି ।ଯେଉଁଥରୁ ଦର୍ପଣ ତହସିଲ ଜୋରିମାନା ବାବଦ ୨୯ ଲକ୍ଷରୁ ଉଦ୍ଦ୍ୱର୍ ଟଙ୍କା ଆଦାୟ କରିବାକୁ ସକ୍ଷମ ହୋଇଛି । ଏହି ତହସିଲ ଅନ୍ତର୍ଗତ ମାଣ୍ଡୁକା ପାହାଡକୁ ଜିଲା ପ୍ରଶାସନ ପକ୍ଷରୁ ମୋରମ ଉତ୍ତୋଳନ କରିବାକୁ ଲିଜ ଦିଆଯାଇ ଥିବାବେଳେ ଅନ୍ୟ କୌଣସି ସ୍ଥାନରେ ସୈରାତଉସô ପାଇଁ ନିଲାମ କିମ୍ବା ଅନୁମତି ପ୍ରଦାନ କରାଯାଇନାହିଁ । ମାତ୍ର ପଶ୍ଚିମ ବଡଚଣା ଅଞ୍ଚଳରେ ଦିର୍ଘଦିନ ହେବ ବ୍ୟାପକ ବେଆଇନ ମାଙ୍କଡା ପରିବହନ କରାଯାଉଛି । ଅନେକ ସମୟରେ ବଡଚଣା ଅଞ୍ଚଳରେ ଶାସକ ଦଳକୁ ଇଙ୍ଗିତ କରି ବିରୋଧି ଦଳ ପକ୍ଷରୁ ଆନେ୍ଦାଳନ କରାଯାଇଛି, ନିକଟରେ ବଡଚଣା ଭାଜପା ପକ୍ଷରୁ ବେଆଇନ ଲଘୁଖଣିଜ ଦ୍ରବ୍ୟ ଚାଲାଣକୁ ବିରୋଧ କରି ଦର୍ପଣ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଏକ ବିରାଟ ଆନେ୍ଦାଳନ କରାଯାଇଥିଲା । ଏପରି ବେଆଇନ ଚାଲାଣକୁ ବନ୍ଦ କରାଯିବା ପାଇଁ ଭାଜପା ପକ୍ଷରୁ ତହସିଲଦାରଙ୍କ ମାଧ୍ୟମରେ ରାଜ୍ୟପାଳଙ୍କୁ ଏକ ସ୍ମାରକ ପତ୍ର ପ୍ରଦାନ କରାଯାଇଥିଲା । ଏହାପରେ ମଧ୍ୟ ବେଆଇନ ଭାବେ ମାଙ୍କଡା, ବାଲି ଓ ମୋରମ ଖାଦାନ ଚାଲୁଅଛି ।

ଅଦ୍ୟାବଧି ୨୦ରୁ ଉର୍ଦ୍ଧ ମାଙ୍କଡା ବେଆଇନ ଖାଦାନ ଚାଲୁଥିଲା ବେଳେ ୩୦ରୁ ଉର୍ଦ୍ଧ ବାଲି ଖାଦାନ ଚାଲୁଅଛି । ସେହିଭଳି ୧୦ରୁ ଉର୍ଦ୍ଧ ବେଆଇନ ମୋରମ ଖାଦାନ ଚାଲୁଛି । ୨୦୧୭-୧୮ ଆର୍ଥିକ ବର୍ଷରେ ଦର୍ପଣ ତହସିଲ ଅଧିନରୁ ବିଭିନ୍ନ ବେଆଇନ ସୈରାତଉସôରୁ ମାଫିଆମାନେ ମାଙ୍କଡା ଓ ମୋରମ ଉତ୍ତୋଳନ କରୁଥିବା ବେଳେ ପୋଲିସ ପକ୍ଷରୁ ୭୫ଟି ଗାଡି ଜବତ କରାଯାଇ ୨୫ ଲକ୍ଷ ୨୭ ହଜାର ୬୪୦ ଟଙ୍କା ଜରୀମାନା ବାବଦକୁ ଆଦାୟ କରାଯାଇଥିବା ସରକାରୀ ଭାବେ ଦର୍ଶାଯାଇଛି । ସେହିପରି ୨୦୧୮ ଏପ୍ରିଲ ମାସସୁଦ୍ଧା ପୋଲିସ ପକ୍ଷରୁ ବିଭିନ୍ନ ସମୟରେ ୨୦ଟି ବେଆଇନ ଗାଡି ଜବତ କରାଯାଇ ୪ ଲକ୍ଷ ୧୯ ହଜାର ୭୫୫ ଟଙ୍କା ଜରୀମାନା ଆଦାୟ କରାଯାଇଛି । ପୂର୍ବରୁ ଦର୍ପଣ ତହସିଲ ଅଞ୍ଚଳରେ ୬୨ଟି ସୈରାତଉସô ଦିଆଉଥିବା ଏବଂ ଏଥିରୁ ସରକାର ବେଶ ଭଲ ରାଜସ୍ୱ ପାଇପାରୁଥିଲେ ମାତ୍ର ୨୦୧୦-୧୧ ଆର୍ଥିକ ବର୍ଷରୁ ଦର୍ପଣ ତହସିଲ ଅଞ୍ଚଳରେ କୌଣସି ସ୍ଥାନରେ ତହସିଲ ପ୍ରଶାସନ ପକ୍ଷରୁ ସୈରାତଉସô ଦିଆଯାଇନାହିଁ । ହେଲେ ମାଫିଆମାନେ ବିଭିନ୍ନ ଆଳରେ ପଶ୍ଚିମ ବଡଚଣା ଅଞ୍ଚଳରେ ବେଆଇନ ମାଙ୍କଡା ଚାଲାଣ କରୁଛନ୍ତି । ଏହାକୁ ନେଇ ଜିଲାପାଳ ଓ ଏସପିଙ୍କ ମିଳିତ ଚଢ଼ାଉ ହେବାରୁ କିଛି ଦିନହେବ ଏଠାରେ ବେଆଇନ ମାଙ୍କଡା ଚାଲାଣ ବନ୍ଦ ହୋଇଥିଲା । କିନ୍ତୁ ଏହାକୁ ରୋକିବାରେ ପ୍ରଶାସନ ଏତେଟା ସଫଳ ହୋଇପାରୁନାହିଁ ।

ବୈରୀ ପୋଲିସ ଗୁରବାର ରାତ୍ରିରେ ଏକ ମାଙ୍କଡା ଖାଦାନରୁ ଚଢାଉ କରି ୨ଟି ପାଓାର ଟିଲର ମେସିନ ଜବତ କରିଥିବା ବେଳେ ପୂର୍ବରୁ ୫ରୁ ଅଧିକ ପଥରକଟା ମେସିନ ଜବତ କରିଛି । ସେହିଭଳି ବଡଚଣା ପୋଲିସ ବିଭିନ୍ନ ସମୟରେ ଚଢାଉ କରି ବେଆଇନ ମାଙ୍କଡା, ବାଲି, ମାଟି ଓ ମୋରମ ପରିବହନ କରୁଥିବା ଗାଡି ଗୁଡିକୁ ଜବତ କରିଛି । ଗତ ବର୍ଷକ ମଧ୍ୟରେ ତହସିଲ କାର୍ଯ୍ୟାଳୟ ତରଫରୁ କୌଣସି ବେଆଇନ ଖାଦାନ ଉପରେ ଚଢାଉ କରି ନାହିଁ କିମ୍ବା ଗୋଟିଏ ବି ପଥର କଟା ମେସିନ ଜବତ କରି ନାହିଁ । ଏ ବାବଦରେ ବର୍ଷକୁ ୫୦ କୋଟିରୁ ଉର୍ଦ୍ଧ ଟଙ୍କା ରାଜସ୍ୱ କ୍ଷତି ହେଉଥିବା ଭାଜପା ଅଭିଯୋଗ କରିଛି । ଏ ସଂପର୍କରେ ଦର୍ପଣ ତହସିଲଦାର ଅଶୋକ କୁମାର ଦାସଙ୍କୁ ପଚାରିବାରେ ସେ କୁହନ୍ତି ଆମେ ବେଳେ ବେଳେ ଚଢାଉ କରୁଛୁ ଏବଂ ବେଆଇନ ପରିବହନକୁ ରୋକିପାରିଛୁ । ଏହି ବେଆଇନ ପରିବହନ କରୁଥିବା ଟ୍ରକମାନଙ୍କରୁ ଚଳିତ ବର୍ଷ ସର୍ବାଧିକ ଜୋରିମନା ଆଦାୟ କରିଛୁ ।

Related Posts

About The Author

Add Comment