ବେଆଇନ ଚାଲାଣ : ୬ଟି ବାଲି ଟ୍ରକ୍ ଜବତ, ୬ ଡ୍ରାଇଭର ଅଟକ

Spread the love
  •  
  •  
  •  
  •  
  •  

ସୋର , ୧୨.୦୧.୨୦୨୧(ସନ୍ଧାନ ନିଉଜ୍/  ଲିଙ୍ଗରାଜ ପଣ୍ଡା):- ବେଆଇନ ଭାବେ ଚାଲାଣ ହେଉଥିବା ୬ଟି ବାଲି ଟ୍ରକକୁ ଜବତ କଲା ସୋର ପୋଲିସ । ୬ ଜଣ ଡ୍ରାଇଭର ଅଟକ ।ସୂଚନାଯୋଗ୍ୟ ଯେ, ବାଲେଶ୍ବର ଜିଲ୍ଲା ୧୬ନଂ ଜାତୀୟ ରାଜପଥରେ ରବିବାର ରାତିରେ ବେଆଇନ ଭାବେ ଭଦ୍ରକରୁ ବାଲେଶ୍ଵର ଅଭିମୁଖେ ଯାଉଥିବା ୬ଟି ବାଲି ଟ୍ରକକୁ ଅଟକାଇଲା ସୋର ପୋଲିସ । ଟ୍ରକ୍ ଅଟକାଇବା ସହ କାଗଜ ପତ୍ର ଯାଞ୍ଚ କରିଥିଲେ । ମାତ୍ର ଟ୍ରକ୍ ଗୁଡିକ ପରମିଟ୍ ନଥାଇ ବେଆଇନ ଭାବେ ବାଲି ଚାଲାଣ କରୁଥିବାରୁ ୬ଟି ଟ୍ରକକୁ ଜବତ କରିଛି ପୋଲିସ । ଏହାସହ ୬ ଡ୍ରାଇଭରଙ୍କୁ ଅଟକ ରଖି ତଦନ୍ତ କରୁଥିବା ଜଣାପଡିଛି ।

Related Posts

About The Author

Add Comment