ବୃଦ୍ଧାଙ୍କୁ ଦନ୍ତା  ଦଳିଦେଲା

Spread the love
ବଲାଙ୍ଗୀର,୧୨/୦୪ (ସନ୍ଧାନ ନିୟୁଜ) : ବଣୁଆ ଦନ୍ତା ହାତୀ ବୃଦ୍ଧାଙ୍କୁ ଦଳି ଦେଲା। ଏପରି ଘଟଣା ବଲାଙ୍ଗୀର ଜିଲ୍ଲାର ପାଟଣାଗଡ଼ ଉପଖଣ୍ଡରେ ଘଟିଛି। ଖବର ହେଲା ଶୁକ୍ରବାର ରାତିରେ ଖପ୍ରାଖୋଲ ବ୍ଲକ ଭାନପୁର୍ ଗ୍ରାମପଞ୍ଚାୟତର ହନୁପାଲି ଗ୍ରାମରେ ଏକ ବଣୁଆ ଦନ୍ତା ହାତୀ ପହଞ୍ଚି ଶ୍ରୀମୁଖ ବରିହାଙ୍କ ଘର ଭାଙ୍ଗି ଦେଇଥିଲା। ଶ୍ରୀମୁଖ ବାହାରକୁ ପଳାଇ ଯାଇଥିଲେ ମଧ୍ୟ ତାଙ୍କ ମାଆ ବେଲମତି ବରିହା ଆସିପାରିବାରୁ ହାତୀ ଆକ୍ରମଣର ଶିକାର ହୋଇଥିଲେ। ହାତୀ ତାଙ୍କୁ ଦଳି ଦେଇ ଚାଲିଯାଇଥିଲା। ବେଲମତିଙ୍କୁ ପ୍ରଥମେ ଖପ୍ରାଖୋଲ ଓ ପରେ ପାଟଣାଗଡ଼ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲେ ହେଁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

Related Posts

About The Author

Add Comment