ବୃଦ୍ଧଙ୍କୁ ପଥରରେ ଛେଚି ହତ୍ୟା, ୫ ଗିରଫ

Spread the love
  •  
  •  
  •  
  •  
  •  

ଗଞ୍ଜାମ, 10/04 (ସନ୍ଧାନ ନିଉଜ ): ବଡଗଡ଼ ଥାନା କଇଠଖଳାଦଣ୍ଡା ଗ୍ରାମରେ ବୃଦ୍ଧଙ୍କୁ ପଥରରେ ଛେଚି ହତ୍ୟା ଘଟଣାରେ ପୁଲିସ୍ ୫ ଜଣଙ୍କୁ ଗିରଫ କରିଛି । ଗିରଫମାନେ ହେଲେ ଢିମିରିପଙ୍କାଳ ଗ୍ରାମର ବୁଦ୍ଧିଆ ନାୟକ, ଧୋବା ନାୟକ, ବୁଲୁ ନାୟକ,ରୋହିତ ନାୟକ ଓ ଦାସ ନାୟକ । ସେମାନଙ୍କ ନିକଟରୁ ୨ ବାଇକ୍ ଓ ମୋବାଇଲ ଜବତ ହୋଇଛି । ଘଟଣାର ପର୍ଦ୍ଦାଫାସ ପାଇଁ ବଡଗଡ ଥାନା ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜିତ ହୋଇଥିଲା । ଆସିକା ଏସ୍‌ଡିପିଓ ସୂର୍ଯ୍ୟମଣି ପ୍ରଧାନ କହିଛନ୍ତି, ଢ଼ିମିରିପଙ୍କାଳ ଗାଁରେ ଧର୍ମା କିଛି ବର୍ଷ ହେବ ତାନ୍ତ୍ରିକ ବିଦ୍ୟା କରୁଥିବା ଗାଁର ଲୋକେ ସନ୍ଦେହ କରୁଥିଲେ । ଗିରଫ ବ୍ୟକ୍ତିଙ୍କ ଘର ଆଗରେ ସେ ଚାଉଳ ଓ ଫୁଲ ପକାଉଥିଲେ । ଏଥିଯୋଗୁଁ ସେମାନଙ୍କ ପରିବାର ସଦସ୍ୟମାନେ ରୋଗର ଶିକାର ହେଉଥିବାରୁ ତାଙ୍କୁ ମାରି ଦିଆଯାଇଥିଲା ବୋଲି ଜେରାବେଳେ ଗିରଫମାନେ କହିଛନ୍ତି । ସମସ୍ତଙ୍କୁ କୋର୍ଟଚାଲାଣ କରାଯାଇଛି । ଗତ ମାର୍ଚ୍ଚ ୩୦ରେ ଢ଼ିମିରିପଙ୍କାଳ ଗାଁର ଧର୍ମା ନାୟକଙ୍କ ମୃତଦେହ କଇଠଖଳାଦଣ୍ଡା ଗ୍ରାମରୁ ଉଦ୍ଧାର କରାଯାଇଥିଲା । ଧର୍ମାଙ୍କ ମୁହଁରେ ପଥର ଛେଚା ହୋଇଥିଲା । ଧର୍ମା ସେହିଦିନ ଜଳଖିଆ ଖାଇବାକୁ ଦୋକାନକୁ ଯାଇ ଆଉ ଫେରି ନଥିଲେ । ତାଙ୍କ ମୃତଦେହ କଇଠଖଳାଦଣ୍ଡା ଗ୍ରାମ ରାସ୍ତା ପାଶ୍ୱର୍ରେ ପଡିଥିବା ନେଇ ପରିବାର ଲୋକେ ସୂଚନା ପାଇବା ପରେ ପୁଲିସ୍‌ରେ ଅଭିଯୋଗ କରିଥିଲେ । ବଡଗଡ଼ ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା ।

Related Posts

About The Author

Add Comment