ସୁବର୍ଣ୍ଣପୁର : (ସନ୍ଧାନ ନ୍ୟୁଜ୍) ,ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଜଟେସିଂହା ଗ୍ରାମ ନିକଟରେ ଥିବା ହରିହର ଜୋର ପୋଲ ଏବେ ମରଣଯନ୍ତା ପାଲଟିଛି । ଏହି ପୋଲ ଉପରେ ବିରାଟକାୟ ଗାତ ହେବା ସହ ଗେଟି ଉଠି ଲୁହା ଛଡ ବାହାରି ରହିଛି । ଫଳରେ ଏଠାରେ ରାତ୍ରୀ ସମୟରେ ଛୋଡବଡ ଦୁର୍ଘଟଣା ଘଟୁଥିବା ସ୍ଥାନୀୟ ଲୋକେ ପ୍ରକାଶ କରିଛନ୍ତି। ଆଗରୁ ବହୁ ବାର ଗଣମାଧ୍ୟମରେ ପ୍ରକାଶିତ ହୋଇଥିଲା । ବିଭାଗ ପକ୍ଷରୁ ତରବରିଆ ଭାବେ ଏହାକୁ ନିମ୍ନ ମାନର ସାମଗ୍ରୀ ବ୍ୟବହାର କରି ଏହାକୁ ମରାମତି କରାଯାଇଛି । ଫଳରେ ଏହା ଅଳ୍ପ ଦିନ ମଧ୍ୟରେ ସେହି ସ୍ଥାନରୁ ଗେଟି ଉଠିବା ସହ ବିପଦପୂର୍ଣ୍ଣ ରାସ୍ତା ପାଲଟିଯାଇଛି। ଯାହା ଫଲରେ ଏହି ରାସ୍ତା ଉପରେ ନିର୍ଭର କରୁଥିବା ଜନସାଧାରଣ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହି ପୋଲ ଦେଇ ପ୍ରତେକ ଦିନ ସମ୍ବଲପୁର , ବଲାଙ୍ଗିର , ରେଢ଼ାଖୋଲ , ଭୂବନେଶ୍ଵର , କଟକ ସହ ବିଭିନ୍ନ ସ୍ଥାନକୁ ଶହ ଶହ ଲୋକ ଓ ଯାନବାହାନ ଯିବାଆସିବା କରିଥାଏ । ଉକ୍ତ ପୂର୍ତ୍ତବିଭାଗ ର ରାସ୍ତା ପୋଲ ଦେଇ ପ୍ରତ୍ୟେକ ଦିନ ପ୍ରଶାସନ ଅଧିକାରୀ ଓ ବିଭାଗୀୟ କର୍ମଚାରୀ ମାନେ ଯିବା ଆସିବା କରୁଥିଲେ ମଧ୍ୟ ତାଙ୍କର ଦୃଷ୍ଟି ପଡୁ ନ ଥିବା ଅନୁମାନ କରାଯାଉଛି । ସରକାରୀ ଯନ୍ତ୍ରୀ ଓ ଠିକାଦାରଙ୍କ ମଧୁ ଚନ୍ଦ୍ରିକା ଯୋଗୁଁ ନିମ୍ନମାନର କାମ ହୋଇଥିବା ନେଇ ଜନସାଧାରଣ ଚର୍ଚ୍ଚା ହେଉଛି । ଜନସାଧାରଣ ସୁରକ୍ଷା ପାଇଁ ଜିଲ୍ଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବା ସହ ବିହିତ ପଦକ୍ଷେପ ସହ ଖୁବ ଶୀଘ୍ର ଏହି ପୋଲ ମରାମତି ପାଇଁ ଦାବି ହେଉଛି ।
ବୀରମହାରାଜପୁର ରେଢ଼ାଖୋଲ ପୂର୍ତ୍ତବିଭାଗ ଅଧୀନସ୍ଥ ରାସ୍ତା ପାଲଟିଛି ମରଣଯନ୍ତା ; ହରିହର ଜୋର୍ ପୋଲ ଛlତ ରେ କଣା ହୋଇ ବାହାରକୁ ଦିଶୁଛି ଲୁହା ଛଡ
ବୀରମହାରାଜପୁର ରେଢ଼ାଖୋଲ ପୂର୍ତ୍ତବିଭାଗ ଅଧୀନସ୍ଥ ରାସ୍ତା ପାଲଟିଛି ମରଣଯନ୍ତା ; ହରିହର ଜୋର୍ ପୋଲ ଛlତ ରେ କଣା ହୋଇ ବାହାରକୁ ଦିଶୁଛି ଲୁହା ଛଡ

Related Posts
ଜେଲରେ ୧ଲକ୍ଷ ୨୧ହଜାର କଏଦୀ ବନ୍ଦୀ; ଦୁଷ୍କର୍ମକାରୀ ୧୦.୮୯୨
ସମାବେଶ ପରେ ପୁଲିସର ଚେତା ପଶିଲା ଆୟୋଜକଙ୍କ ସମେତ ୭ଶହଙ୍କ ବିରୋଧରେ ମାମଲା
‘ପ୍ରୟାସ’ ପକ୍ଷରୁ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ


