ବିସ୍ଫୋରଣରେ ଆହତ ହୋଇଥିବା ବାଳକର ପରିବାରକୁ ଆର୍ଥିକ ସାହାଯ୍ୟ

Spread the love

ଯାଜପୁର ସଦର,୦୮ା୧୧ (ସନ୍ଧାନ ନ୍ୟୁଜ): ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ ଅନ୍ତର୍ଗତ ବନ୍ଧଡିହ ପଂଚାୟତ ମଠସାହି ର ଅମୂଲ୍ୟ ଦଳାଇଙ୍କ ପୁଅ ଦେବାଶିଷ ଦଳାଇ(୧୧) ଙ୍କର ବାମ ଆଖିରେ ଦିପାବଳୀରେ ପଡ଼ୋଶୀ ବାଣ ଫୁଟାଉଥିବା ବେଳେ, ବିସ୍ଫୋରଣ ହେବାରୁ ଗୁରୁତର ଆଘାତ ଲାଗିଥିଲା । ଦେବାଶିଷକୁ କଟକ ମେଡିକାଲକୁ ନିଆଯାଇ ଅପରେସନ କରାଯିବା ପରେ ମଠସାହି ଗ୍ରାମକୁ ଅଣାଯାଇଥିବା ବେଳେ, ବରୀ ନିର୍ବାଚନ ମଣ୍ଡଳୀର ସୁନାମଧନ୍ୟ ବିଧାୟୀକା ସୁନନ୍ଦା ଦାସଙ୍କ ପ୍ରତିନିଧି ଦେବେନ୍ଦ୍ର ଦାସ ଏହି ଦଳିତ ପରିବାରକୁ ଭେଟି ଦେବାଶିଷଙ୍କ ବାପାଙ୍କୁ ସାନ୍ତୋନା ଦେବା ସହିତ ୫ହଜାର ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି । ସେହିପରି ବନ୍ଧଡିହ ପଂଚାୟତର ଭଗବତୀପୁର ଗ୍ରାମର ପ୍ରଭାତ ଦାସଙ୍କ ପୁଅ ଡ୍ରାଇଭର ବିଜୟ ଦାସ ଚଣ୍ଡୀଖୋଲରୁ ବନ୍ଧଡିହକୁ ଆସୁଥିବା ବେଳେ, କୋତପୁର ପଂଚାୟତ ଭାବିଲ ଗ୍ରାମ ନିକଟରେ ଏକ ଅଜଣା ଇଣ୍ଡିଗୋ ଧକ୍କା ଦେବାରୁ ବିଜୟ ଗୁରୁତର ଆହତ ହୋଇଥିଲେ । ତାଙ୍କୁ ଧର୍ମଶାଳା ମେଡିକାଲକୁ ନିଆଯାଇଥିଲା । ଅବସ୍ଥା ଗୁରୁତର ହେବାରୁ କଟକ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଥିଲା । ମୁଣ୍ଡରେ ଗୁରୁତର ଆଘାତ ଲାଗିଥିବାରୁ ସ୍କାନିଙ୍ଗ କରାଯାଇ ନିଜ ଗ୍ରାମ ଭଗବତୀପୁର ଗ୍ରାମକୁ ଅଣାଯାଇଥିବା ବେଳେ, ବରୀ ବିଧାୟୀକା ସୁନନ୍ଦା ଦାସଙ୍କ ପ୍ରତିନିଧି ଦେବେନ୍ଦ୍ର ଦାସ ଖବର ପାଇ ବନ୍ଧଡିହ ରେ ପହଁଞ୍ôଚ ବିଜୟ ପରିବାରକୁ ସାନ୍ତୋନା ଦେବା ସହିତ ବିଜୟଙ୍କ ଧର୍ମପତ୍ନୀଙ୍କୁ ଆର୍ଥିକ ସହାୟତା ଯୋଗାଇ ଦେଇଛନ୍ତି । ଏବଂ ବିଜୟଙ୍କ ପରିବାରକୁ ସମସ୍ତ ସୁବିଧା ଯୋଗାଇଦେବା ସହିତ ବିଜୟ ଭଲ ହେବାଲାଗି ଚେଷ୍ଟା କରାଯିବ ବୋଲି ପ୍ରତିଶୃତି ଦେଇଛନ୍ତି ।

Related Posts

About The Author

Add Comment