ବିଷ୍ଣୁ ହତ୍ୟାର ଗୁମର ଖୋଲିଲେ ଡାକ୍ତର: ‘ନର୍ସଙ୍କ ସଙ୍ଗ ନ ଛାଡ଼ିବାରୁ ମାରିଲି’
ବିଷ୍ଣୁ ହତ୍ୟାର ଗୁମର ଖୋଲିଲେ ଡାକ୍ତର: ‘ନର୍ସଙ୍କ ସଙ୍ଗ ନ ଛାଡ଼ିବାରୁ ମାରିଲି’
Manas Kumar Rout |
September 18, 2018 |
ବ୍ରହ୍ମପୁର,୧୭/୯: (ସନ୍ଧାନ ନିୟୁଜ): ଏଚ୍ଡିଏଫ୍ସି ବ୍ୟାଙ୍କ ଏଜେଣ୍ଟ ବିଷ୍ଣୁପ୍ରସାଦ ଗୌଡ଼କୁ ମୁଁ ଏକୁଟିଆ ମାରିଛି। ମାରିବା ପରେ ଶବକୁ କାଟି ପଲିଥିନ୍ରେ ପ୍ୟାକେଟ୍ ମଧ୍ୟ ମୁଁ ଏକା କରିଛି। ପରେ କେବଳ ଶବ ପ୍ୟାକେଟ୍ ସ୍ଥାନାନ୍ତର କରିବା ଓ ମାଟି ଘୋଡ଼ାଇବାକୁ ମାଳି ଗଙ୍ଗା ଓ ଗାଁର ପୁରୁଣା ହଳିଆ ବିଧାନଙ୍କୁ ଡକାଇଥିଲି। ନର୍ସଙ୍କୁ ମୁଁ ପ୍ରେମ କରୁଥିଲି। ହେଲେ ତା’ ସହ ପୁରୁଣା ପ୍ରେମ ସମ୍ପର୍କ ତୁଟାଇବାକୁ ବିଷ୍ଣୁକୁ କହୁଥିଲି। ସେ ନର୍ସ ସଙ୍ଗ ନ ଛାଡ଼ିବାରୁ ମାରିଦେଲି।
ବିଷ୍ଣୁ ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ ଡା. ହୃଷୀକେଶ ତ୍ରିପାଠୀ ଜେରା ବେଳେ ପୁଲିସକୁ ଏମିତି ସୂଚନା ଦେଇଛନ୍ତି। ଆଜି ଜେରା ବେଳେ ଡାକ୍ତର ନିଜ ଦୋଷ ମାନିଥିବା ବ୍ରହ୍ମପୁର ଏସ୍ପି ପିନାକ୍ ମିଶ୍ର କହିଥିଲେ। ଆଜି ତାଙ୍କୁ କୋର୍ଟ ଚାଲାଣ କରାଯାଇଛି। ଅନ୍ୟ ଜଣେ ସହଯୋଗୀ ତାଙ୍କ ଗାଁ ହଳିଆ ବିଧାନ ସେଠୀକୁ ମଧ୍ୟ ପୁଲିସ ଗିରଫ କରିଛି। ହତ୍ୟାକାଣ୍ଡରେ ବ୍ୟବହୃତ ଦୁଇଟି ରକ୍ତଲଗା ସର୍ଜରୀ ବ୍ଲେଡ୍, ୩ଟି ଗ୍ଲୋବ୍ସ୍, ଗଜ କନା, ୪ଟି ଖାଲି ସାଲାଇନ୍ ବୋତଲ ଜବତ ହୋଇଛି। ଏହା ସହିତ ବିଷ୍ଣୁଙ୍କ ବାଇକ୍ ଚାବି ଓ ଜୋତା ମଧ୍ୟ ଜବତ ହୋଇଛି।
Related Posts
About The Author