ବିଶ୍ୱ ତମାଖୁ ମୁକ୍ତ ଦିବସ ଏବଂ ସ୍ୱଚ୍ଛତା ସମର ଇଂଟନସିପ୍ ବୈଠକ

Spread the love

ଯାଜପୁର(ସନ୍ଧାନ ନିୟୁଜ୍/ମାନସ ରାଉତ) ନେହୁରୁ ଯୁବ କେନ୍ଦ୍ର ଯାଜପୁର ପକ୍ଷରୁ ବିଶ୍ୱ ତାମଖୁ ମୁକ୍ତ ଦିବସ ପାଳନ ଏବଂ ସ୍ୱଚ୍ଛ ଭାରତ ସମର ଇଂଟନସିପ କାର୍ଯ୍ୟକ୍ରମ ପାଇଁ ଏକ ବୈଠକ ଗରିଆପୁରସ୍ଥିତ କେନ୍ଦ୍ର ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ନେହୁରୁ ଯୁବ କେନ୍ଦ୍ରର ରାଜ୍ୟ ନିଦେ୍ର୍ଧଶକ ଅଭିଜିତ ବୋଷ ସମ୍ମାନୀତ ଅତିଥି ଭାବେ ଜିଲ୍ଲା ସଂଯୋଜକ ଅଶୋକ କୁମାର ଦାସ, କୋଷାଧ୍ୟକ୍ଷ ଶୁଭେନ୍ଦ୍ର ନାଥ ସାହୁ ପ୍ରମୁଖ ଯୋଗଦେଇ ତମାଖୁ ସେବନ କରିବା ନିଜର କ୍ଷତି ସାଧନ ସହିତ ବଶ୍ୱର ମଧ୍ୟ କ୍ଷତି ସାଧନ କରିଥିବା ପ୍ରକାଶ କରି ଏହା ଉପରେ ବ୍ୟାପକ ଜନଜାଗରଣ କରିବା ପାଇଁ ଉପସ୍ଥିତ ବିଭିନ୍ନ ସ୍ୱାଚ୍ଛାସେବୀ ଏବଂ ନେହୁରୁ ଯୁବ କେନ୍ଦ୍ରର ବ୍ଲକର ସ୍ୱଚ୍ଛାସେବୀ ମାନଙ୍କୁ ପରାମର୍ଶ ଦେଇଥିଲେ । ପରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ସ୍ୱଚ୍ଛ ଭାରତ ମିଶନ ପାଇ ଚାଲିଥିବା ସମର ଇଂଟନସିପ୍ କାର୍ଯ୍ୟକ୍ରମରେ ବହୁ କ୍ଲବ ଏବଂ ସଂୟ ସହାୟତ ଗୋଷ୍ଠୀ ପ୍ରତ୍ୟକ ବ୍ୟକ୍ତି ମାନଙ୍କ କିଭଳି ଏଥିରେ ଅନଲାଇନ୍ରେ ପଞ୍ଜିକରଣ କରି ସ୍ୱଚ୍ଛଭାରତ ମିଶନକୁ ପ୍ରତି ଗ୍ରାମରେ ସଫଳ କରାଯାଇପାରିବ ତାହା ଉପରେ ଆଲୋଚନା କରିଥିଲେ । ଏପରିକି ସ୍ୱଚ୍ଛାସେବୀ ମାନଙ୍କ ବିଭିନ୍ନ କାର୍ଯଧାରା ସମ୍ପର୍କରେ ଆଲୋଚନା କରିବା ସହିତ ଏହାକୁ ଅଧିକ କ୍ରିୟଶୀଳ କରିବା ଉପରେ ମତ ଦେଇଥିଲେ ।

ଏହାକୁ ଯାଜପୁର ନେହୁରୁ ଯୁବ କେନ୍ଦ୍ର ପକ୍ଷରୁ ଗଙ୍ଗାଧର ବେହେରା ପରିଚାଳନା କରିଥିବା ବେଳେ , କେନ୍ଦ୍ରପଡାର ଲକ୍ଷ୍ମୀକାନ୍ତ ଜେନା, ଅନୀତା ବେହେରା, ମାନସ କୁମାର ରାଉତ, ସ୍ମରଣିକା ଦାସ, କାଦମ୍ବିନି ପଣ୍ଡିତ, ସୁଧାଂଶୁ ଶେଖର ସାମଲ, ପ୍ରିୟ ଦର୍ଶୀନୀ ସାମଲ,ମୋନାଲିସ ଦାସ, ଅଜୟ କୁମାର ବେହେରା, ଦୃର୍ଗାଦତ ଦାଶ, ଶ୍ରୀ ପ୍ରସାଦ ନାୟକ, ଲକ୍ଷ୍ମୀପ୍ରିୟା ଓଝା, ଆରତୀ ବେହେରା, ଚିତ ରଂଜନ ଜେନା, ଅଜୟ ଜେନା, ବିଜୟ କୁମାର ସେଠୀ, ଅଶୋକ କୁମାର ଦାସ, ମନୋରଂଜନ ଦାସ, ଜିତେନ୍ଦ୍ର ପତି, ପ୍ରମୁଖ ବହୁ ସ୍ୱଚ୍ଛାସେବୀ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ ।

Related Posts

About The Author

Add Comment