ବିଶିଷ୍ଠ ପଣ୍ଡିତ ମିହର କୁମାର ପତୀଙ୍କ ପରଲୋକ

ଯାଜପୁର ସଦର ୨୭/୦୨ (ସନ୍ଧାନ ନିୟୁଜ): ଯାଜପୁର ଜିଲ୍ଲା ବରୀ ବ୍ଲକ୍ ଅନ୍ତର୍ଗତ ଗୋଳକୁଣ୍ଡ ପଞ୍ଚାୟତର ବିଶିଷ୍ଠ ପଣ୍ଡିତ ମିହିର କୁମାର ପତୀ(ମୁଷାନନା) ଙ୍କର କଟକ ମେଡିକାଲରେ ମଙ୍ଗଳବାର ଦିନ ୨ ଘଟିକା ୫୦ ମିନିଟରେ ଶ୍ରୀ ପତୀଙ୍କର ମୃତୁ୍ୟ ଘଟିଥିଲା । ଶ୍ରୀ ପତୀ ନିଜଗ୍ରାମ ଗୋଳକୁଣ୍ଡରୁ କର୍ମାଣୀ କାର୍ଯ୍ୟରେ ବ୍ରହ୍ମବରଦାକୁ ଯାଉଥିବା ବେଳେ, ବନ୍ଧଡିହରେ ସାଇକେଲରେ ଯାଉଥିବା ବେଳେ ହଠାତ୍ ଚେତାଶୂନ୍ୟ ହୋଇ ସାଇକେଲରୁ ପଡ଼ିଯାଇଥିଲେ । କେତେକ ଭଦ୍ରବ୍ୟକ୍ତିଙ୍କ ସାହଯ୍ୟ ସହଯୋଗରେ ତାଙ୍କ ନିଜଘରକୁ ପଠାଯାଇଥିଲା । ଶ୍ରୀ ପତୀଙ୍କର ଚେତା ନଫେରିବାରୁ ତାଙ୍କ ପରିବାର ଲୋକମାନେ ତାଙ୍କୁ କଟକ ମେଡିକାଲକୁ ନେଇଯାଇଥିଲେ । କଟକ ମେଡିକାଲରେ ଦିର୍ଘ ୮ ଦିନ ମରଣ ସହିତ ଲଢ଼େଇ କରିବା ପରେ ଗତ ମଙ୍ଗଳବାର ଦିନ ତାଙ୍କର ମୃତୁ୍ୟ ଘଟିଥିଲା । ତାଙ୍କ ମରଶରୀରକୁ ତାଙ୍କ ନିଜଗ୍ରାମ ଗୋଳକୁଣ୍ଡ ଅଣାଯାଇ ଗ୍ରାମ ପରିକ୍ରମା କରାଯିବା ସହିତ ଆତ୍ମୀୟ ସୋଜନ ବନ୍ଧୁପରିବାରବର୍ଗ ତାଙ୍କର ଶେଷ ଦର୍ଶନ କରିଥିଲେ । ତାଙ୍କ ମରଶରୀରକୁ ବିରାଟ ଶୋଭାଯାତ୍ରାରେ ନିଆଯାଇ ଶବ ସସ୍କାର କରାଯାଇଥିଲା । ଶ୍ରୀ ପତୀଙ୍କ ମୃତୁ୍ୟରେ ବ୍ରହ୍ମବରଦା, ମେଣ୍ଢ, ବନ୍ଧଡିହ, ଗୋଳକୁଣ୍ଡ, ହରିପୁର, ନୁରୁପୁର, ନହଣ, ଯମପଡ଼ା, କୁଶବଟ, ଖରିପଡ଼ିଆ ଗ୍ରାମର ଗ୍ରାମବାସୀ ମାନେ ଦୁଃଖ ପ୍ରକାଶ କରିବା ସହିତ ମୁଷାନନା ଜଣେ ଭଲ ମଣିଷ ଥିଲେ ବୋଲି ଦୁଃଖ ପ୍ରକାଶ କରିବା ସହିତ ଶ୍ରୀ ପତୀଙ୍କ ଆତ୍ମାର ସଦ୍ଗତୀ ପାଇଁ ଭଗବାନଙ୍କ ପାଖରେ ପ୍ରାର୍ଥନା କରିଥେôଲ ।

Related Posts

About The Author

Add Comment