ଯାଜପୁର:୦୯ା୦୨ (ସନ୍ଧାନ ନ୍ୟୁଜ): ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା’ବିରଜାଙ୍କ ଜନ୍ମଦିନ ଉପଲକ୍ଷେ ସ୍ଥାନୀୟ ବିରଜା କଲ୍ୟାଣ ମଣ୍ଡପ ପରିସରରେ ବିରଜା ସ୍ୱନକ୍ଷତ୍ର ମହୋତ୍ସବ ମହାସମାରୋହରେ ପାଳିତ ହୋଇଯାଇଅଛି । ଦେବେଶ୍ୱର କଲଚରାଲ୍ ଏକାଡେମୀ ଓ ଯାଜପୁର ଡିସ୍ଟ୍ରିକ୍ ଆର୍ଟିଷ୍ଟ ୱେଲ୍ଫେୟାର ଆସୋସିଏସନ ଆୟୋଜିତ କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ପୁସ୍କାର ପ୍ରାପ୍ତ ଶିକ୍ଷକ ପଣ୍ଡିତ ଭୂପତି ଭୂଷଣ ମିଶ୍ରଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଭାବେ ଯାଜପୁର ପୌରପାଳିକାର ଉପାଧ୍ୟକ୍ଷ ସନ୍ତୋଷ କୁମାର ମଲ୍ଲିକ ଯୋଗଦେଇ ମା’ବିରଜାଙ୍କ ଜନ୍ମଦିନ ଉପଲକ୍ଷେ ଏକତ୍ରିତ ହେଇଥିବା ବିରଜା ପ୍ରେମୀ ଦର୍ଶକ ମାନଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଥିଲେ । ଉଦ୍ଘାଟକଭାବେ ମାନବାଧିକାରୀ କର୍ମୀ ତଥା ସମାଜସେବୀ ଅଭିଜିତ ଦୀକ୍ଷିତ ଯୋଗଦେଇଥିଲେ । ମୁଖ୍ୟ ବକ୍ତାଭାବେ ଉପନ୍ୟାସିକ ଜଗନ୍ନାଥ ଧଳ, ସମ୍ମାନନୀୟ ଅତିଥିଭାବେ ଅବସରପ୍ରାପ୍ତ ପ୍ରାଧ୍ୟାପକ କୀର୍ତ୍ତନ ବିହାରୀ ସାମଲ, ବିରଜା ସେବାୟତ ପରିଷଦର ସଭାପତି ଦେବୀପ୍ରସାଦ ପାଣି, ପଣ୍ଡିତ ସୁବାଷ ପାଣି, ଜଗନ୍ନାଥ ପାଣି, ମଳୟ କୁମା ପଣ୍ଡା, ଶିକ୍ଷକ ପ୍ରଶାନ୍ତ ରାଉତରାୟ ପ୍ରମୁଖ ଯୋଗଦେଇ ମା’ବିରଜାଙ୍କ ସମ୍ପର୍କରେ ମତବ୍ୟକ୍ତ କରିଥିଲେ । ବିରଜା ମହୋତ୍ସବରେ ସମ୍ପାଦକ ତଥା ଉତ୍କଳ ସାମ୍ବାଦିକ ସଂଘର ଜିଲ୍ଲା ସଭାପତି ହରିହର ସ୍ୱାଇଁ ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଗ୍ରୀନ୍ ଅକ୍ସଫୋର୍ଡ଼ ସ୍କୁଲର ଅଧ୍ୟକ୍ଷ ଡକ୍ଟର ସତ୍ୟରଂଜନ ପତି, ହରେକୃଷ୍ଣ ଶତପଥୀ, ରବି ଶତପଥୀ, ନିର୍ମଳାବାଳା ମିଶ୍ର, ବିଜୟାନନ୍ଦ ନାୟକ, ଅକ୍ଷୟ କୁମାର ବିଶ୍ୱାଳ, ଗଦାଧର ରାଉତ, ଅନ୍ୱେଷଣ ଥିଏଟର ଗ୍ରୁପର ସଭାପତି ବୃନ୍ଦାବନ ମିଶ୍ର, ସମ୍ପାଦକ ଅଭିମନ୍ୟୁ ମିଶ୍ର, ଦେବେଶ୍ୱର ଇଣ୍ଟରନେସାନାଲ ସ୍କୁଲର ଅଧ୍ୟକ୍ଷା ପ୍ରଣତି ଖିଲୱାର, ଉପାଧ୍ୟକ୍ଷା ସ୍ମୃତିକର, ଓମ୍ ସାଇ ଡ୍ୟାନ୍ସ ଗ୍ରୁପର ମୁଖ୍ୟ ରିଣ୍ଟୁ ସିଂ, କ୍ୟାମରନ ସ୍କୁଲର ନିର୍ଦ୍ଦେଶକ ଲିଟୁ ରାଣୀ ବେହେରା, ଡିଏବି ଡ୍ୟାନ୍ସ ସ୍କୁଲର ମୁଖ୍ୟ ସନ୍ତୋଷ ମିଶ୍ର, ସାମ୍ବାଦିକ ଭରତ ନାୟକ, ସଞ୍ଜୟ କର ପ୍ରମୁଖ ଯୋଗଦେଇ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଦେବେଶ୍ୱର କଲଚରାଲ ଏକାଡେମୀ ପକ୍ଷରୁ ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମରେ ଆସିଥିବା ବିଭିନ୍ନ ଅନୁଷ୍ଠାନର ଛାତ୍ର,ଛାତ୍ରୀ ମାନଙ୍କୁ ଆୟୋଜିତ କାର୍ଯ୍ୟକ୍ରମକୁ ସାମ୍ବାଦିକ ମୀନକେତନ ସାହୁ ପରିଚାଳନା କରିଥିଲେ । ଏହି ପରିପ୍ରେକ୍ଷୀରେ ଅଧିକାରୀ ନବକିଶୋର ଦାସଙ୍କୁ ପୁରାଣ ଶିରୋମଣି ଉପାଧିରେ ସମ୍ମାନିତ କରାଯାଇଅଛି । ସାର ନଟବର ଦାସଙ୍କ ରଚିତ ପୁସ୍ତକ ଉଡ଼୍ରଭୂମି ଓ ପଣ୍ଡିତ ଭୂପତି ଭୂଷଣ ମିଶ୍ରଙ୍କ ପୁସ୍ତକ ଯଜ୍ଞପ୍ରଭା ଉନ୍ମୋଚିତ ହୋଇଅଛି । କୃତି ପ୍ରତିଯୋଗୀମାନଙ୍କୁ ଦେବେଶ୍ୱର କଲଚରାଲ ଏକାଡେମୀ ପକ୍ଷରୁ ମାନପତ୍ର ପ୍ରଦାନ କରାଯାଇଅଛି । ଶେଷରେ ଦେବେଶ୍ୱର ଇଣ୍ଟରନେସନାଲ ସ୍କୁଲର ଅଧ୍ୟକ୍ଷା ପ୍ରଣତି ଖିଲୱାର ସମସ୍ତକୁ ଧନ୍ୟବାଦ ଦେଇଥିଲେ ।
ବିରଜା ସ୍ୱନକ୍ଷତ୍ର ମହୋତ୍ସବ ମହାସମାରୋହରେ ପାଳିତ
|
February 11, 2024 |