ବିମାନର ଧ୍ୱଂସାବଶେଷ ଚିହ୍ନଟ ସ୍ଥାନରେ ପହଂଚି ପାରୁନାହିଁ ବାୟୁସେନା

Spread the love

ନୂଆଦିଲ୍ଲୀ ୧୨ /୬ (ସନ୍ଧାନ ନିୟୁଜ) ଭାରତୀୟ ବାୟୁସେନାର ଦୁର୍ଘଟଣାଗ୍ରସ୍ତ ଏଏନ ୩୨ ବିମାନର ଧ୍ୱଂସାବଶେଷ ଆଜି ଅପରାହ୍ଣରେ ଏହି ବିମାନର ଧ୍ୱଂସାବଶେଷ ମିଳିଥିବା କଥା ବାୟୁସେନା ପକ୍ଷରୁ ଘୋଷଣା କରାଯାଇଥିଲା । ବାୟୁସେନାର ଚିତା ଓ ଏମଆଇ ୧୭ ହେଲିକାପ୍ଟର ଏହାକୁ ଚିହ୍ନଟ କରିଥିଲା । ଏହା ଅରୁଣାଚଳପ୍ରଦେଶର ଲିପାଠାରୁ ୧୬ କିମ ଉତ୍ତରରେ ମିଳିଥିଲା । କିନ୍ତୁ ଉକ୍ତ ସ୍ଥାନକୁ ପହଞ୍ଚିବାରେ ସଫଳ ହୋଇନାହି ବାୟୁସେନା । ଦୁର୍ଗମ ପାର୍ବତ୍ୟାଞ୍ଚଳ ଓ ଘଞ୍ଚ ଜଙ୍ଗଲ ହୋଇଥିବାରୁ ସେଠାରେ ହେଲିକାପ୍ଟର ଓହ୍ଲାଇପାରୁନାହିଁ । ତେବେ ହେଲିକାପ୍ଟର ଓହ୍ଲାଇବା ପାଇଁ ନିକଟତମ ସ୍ଥାନକୁ ଚିହ୍ନଟ କରାଯାଇଛି । ସେଠାରେ ଆସନ୍ତା କାଲି ସକାଳେ ହେଲିକାପ୍ଟର ଓହ୍ଲାଇବା ପରେ ଉଦ୍ଧାର କାର୍ୟ୍ୟ ଆରମ୍ଭ ହେବ ବୋଲି ଭାରତୀୟ ବାୟୁସେନା ଟ୍ଵିଟ କରି କହିଛି । ତେବେ ଆଜି ରାତି ସୁଦ୍ଧା ସେଠାରେ ପଦାତିକ ଯବାନମାନେ ପହଞ୍ଚିବେ ବୋଲି ବାୟୁସେନା ପକ୍ଷରୁ ସୁଚନା ଦିଆଯାଇଛି।

https://twitter.com/ANI/status/1138443377576468481/photo/1

 

Indian Air Force: IAF to air drop search teams,including Garud commandos, IAF mountaineers & other ground forces tomorrow morning to search the area for more wreckage of & possible survivors of the 13 personnel who were on-board it; wreckage is spotted at 12,000 ft

Related Posts

About The Author

Add Comment