ବିଭିନ୍ନ  ଦାବି ନେଇ ରାଇରଙ୍ଗପୁର ଡାକ୍ତର ଖାନାର ସଫେଇ କର୍ମଚାରୀଙ୍କ କାମ ବନ୍ଦ ଆନ୍ଦୋଳନ;ଲିଖିତ ପ୍ରତିଶ୍ରୁତି ମିଳିବା ପରେ କର୍ମଚାରୀ ଆନ୍ଦୋଳନରୁ ହଟିଲେ

Spread the love
  •  
  •  
  •  
  •  
  •  
ରାଇରଙ୍ଗପୁର, ୩୦/୧୦/୨୧ (ସନ୍ଧାନ ନିଉଜ) ମୟୂରଭଂଜ ଜିଲ୍କାର ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟର ସଫେଇ  ଠିକାଦାର ସୁମିତ ଏଜନ୍ସିଙ୍କ ସଫେଇ କର୍ମଚାରୀ ମାରଣ ନୀତି ନେଇ ଅତିଷ୍ଠ ସଫେଇ କର୍ମଚାରୀ ଆଜି ସଫେଇ କାମ ବନ୍ଦ କରି ରାଇରଙ୍ଗପୁର ଉପଖଣ୍ଡ ମୁଖଯ ଚିକିତ୍ସାଳୟ ସମ୍ମୁଖରେ ଧାରଣାରେ ବସିଥିଲେ।ସୂଚନାଯୋଗ୍ଯ ଯେ ସଫେଇ କର୍ମଚାରୀମାନେ ସେମାନଙ୍କର ଉଚିତ ଦରମା,ପିଏଫ ସ୍ଲିପ,ଇସାଇ ସ୍ଲିପ ନ ପାଇବା ଯୋଗୁଁ ଭାରି ହଇରାଣ ହରକତ ହେଉଥିଲେ ।ସୁମିତ ଏଜେନ୍ସି ସଫେଇ ଠିକା କର୍ମଚାରୀଙ୍କ ଇପିଏଫ,ଇସାଇ କାଟୁଛି ହେଲେ କର୍ମଚାରୀଙ୍କ ନାମରେ ଡିପୋଜିଟ କରୁନାହିଁ  ନିଜର ଉଚିତ ପ୍ରାପ୍ଯ ପାଇଁ କହିଲେ ସବୁବେଳେ ଛଟେଇ ଧମକ ମିଳୁଥିଲା। ସଫେଇ ପାଇଁ କର୍ମଚାରୀଙ୍କୁ ଆବଶ୍ଯକୀୟ ଉପକରଣ ଫିନାଇଲ,ହେଣ୍ଡ ଓ୍ବାସ,ଝାଡୁ ମିଳେ ନାହିଁ।ଯାହାଫଳରେ ଡାକ୍ତରଖାନାରେ ସଫେଇ ଠିକ ଭାବରେ ହୋଇ ପାରୁନାହିଁ ।ଚାରିଆଡେ ମାଛି ଭଣ ଭଣ,ଦୁର୍ଗନ୍ଧ ହେଉଥିବାର ସାଧାରଣ ଲୋକେ ଅଭିଯୋଗ କରୁଛନ୍ତି ।ସଫେଇ କର୍ମଚାରୀଙ୍କ ଧାରଣା ଯୋଗୁଁ ଡାକ୍ତରଖାନା ସମ୍ମୁଖରେ ତିବ୍ର ଉତେଜନା ପାଇଥିଲା ।ଦିର୍ଘ ୬ଘଣ୍ଟାରୁ ଉର୍ଦ୍ଦ୍ବ ଧାରଣାରେ ବସିଥିଲେ ପରେ ସୁମିତ ଏଜନ୍ସିରେ କର୍ମଚାରୀ ,ରାଇରଙ୍ଗପୁର ଥାନା ଅଧିକାରୀ ଅଜୟଶୁଭ ଦର୍ଶନ ବାଗେ,ଏସଡିଏମଓ ଡାକ୍ତର ସାଗର ନାଏକ,ହସ୍ପିଟାଲ ମେନେଜର ,ରକ୍ତ ଭଣ୍ଡାର ଅଧିକାରୀ ଡାକ୍ତର ପବିତ୍ର ପ୍ରତ୍ଯୁଷ ମିଶ୍ର ଗଣମାଧ୍ଯମ ପ୍ରତିନିଧି,ସଫେଇ କର୍ମଚାରୀଙ୍କ ଉପସ୍ଥିତିରେ ଆଲୋଚନା ହୋଇଥିଲା ।ଆସନ୍ତା ୧୫ ଦିନ ମଧ୍ଯରେ ସୁମିତ ଏଜନ୍ସି ସଫେଇ କର୍ମଚାରୀଙ୍କ ସମସ୍ତ ଦାବି ପୂରଣ କରିବେ ବୋଲି ଲିଖିତ ପ୍ରତିଶ୍ରୁତି ଦେବାପରେ ସଫେଇ କର୍ମଚାରୀ ଆନ୍ଦୋଳନ ରୁ ଓହରିଥିଲେ ।

Related Posts

About The Author

Add Comment