ବିବେକାନନ୍ଦ ଶିକ୍ଷାକେନ୍ଦ୍ର ଅଟିରା ଶାଖା ର ୨୪ ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ 

Spread the love

ଯାଜପୁର /୨୪/୧୨/ ସନ୍ଧାନ ନ୍ୟୁଜ୍ ) ବରୀ ବ୍ଲକ ଅନ୍ତର୍ଗତ ସନ୍ଥନ ଛକ ଠାରେ ଥିବା
ବିବେକାନନ୍ଦ ଶିକ୍ଷାକେନ୍ଦ୍ର ଅଟିରା ଶାଖା ର ୨୪ ତମ ବାର୍ଷିକ ଉତ୍ସବ ମଠ ପଡିଆ ପରିସରରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଅଛି।
ପ୍ରମୋଦ କୁମାର ବିଶ୍ଵାଳ ଙ୍କ ସଭାପତିତ୍ୱରେ ଆୟୋଜିତ ଏହି ବାର୍ଷିକ ସଭାରେ ଟାଟାପାୱାର କଟକ ଡିଭିଜନ ର ଅର୍ଥ ପରିଚାଳକ ଡକ୍ଟର ସୁରେଶ ଚନ୍ଦ୍ର ନନ୍ଦ ମୁଖ୍ୟଅତିଥି ଭାବେ ଯୋଗ ଦେଇ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ ।
ସମ୍ମାନିତ ଅତିଥି ଭାବେ ସନ୍ଥନ ମହାବିଦ୍ୟାଳୟ ଓଡିଆ ବିଭାଗ ଅଧ୍ୟାପକ ପ୍ରଶାନ୍ତ କୁମାର ସାହୁ , ଅନୁଷ୍ଠାନ ପ୍ରଧାନ ଶିକ୍ଷକ ଶୁକଦେବ ପାତ୍ର , ବିଶିଷ୍ଟ ସମାଜସେବୀ ଅରବିନ୍ଦ ମହାନ୍ତି ,କୈଳାସ ଚନ୍ଦ୍ର ମଲ୍ଲିକ ସରପଂଚ ଅଟିରା ଗ୍ରା.ପ ଓ ମୁଖ୍ୟବକ୍ତା ଭାବେ ଦିଲ୍ଲୀପ୍ କୁମାର ଦାସ, ବିଶିଷ୍ଟ ଶିକ୍ଷାବିତ ଓ ସାହିତ୍ୟିକ , ପରିଚାଳନା କମିଟି ପକ୍ଷରୁ ବରୀ ବ୍ଲକ ର ପ୍ରାକ୍ତନ ଉପାଧ୍ୟକ୍ଷ ହେମନ୍ତ କୁମାର ମହାପାତ୍ର , ବିଜୟ ସାହୁ ,ତାରାକାନ୍ତ ପରିଡା ଓ ବ୍ରଜମୋହନ ସାହୁ ମଞ୍ଚାସୀନ ରହି ଛାତ୍ରଛାତ୍ରୀ ମାନଙ୍କୁ ବହୁ ଉପାଦେୟ ତତ୍ୱ ପ୍ରଦାନ କରିବା ସହ ଆଗାମୀ ଦିନରେ ଏହି ବିଦ୍ୟାଳୟ ସମଗ୍ର ରାଜ୍ୟରେ ବରୀ ର ଟେକ ରଖିବ ସେ ବିଷୟରେ ପରାମର୍ଶ ଦେଇଥିଲେ ।
ପରେ ପରେ କେନ୍ଦ୍ରର ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ବିଭିନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।
ଏହି ଅବସରରେ ବିଭନ୍ନ ବିଭାଗରେ ଉତ୍ତୀର୍ଣ୍ଣ ଛାତ୍ରଛାତ୍ରୀ ମାନଙ୍କୁ ଅତିଥି ମାନେ ପୁରସ୍କୃତ କରି ସେମାନଙ୍କ ଉଜ୍ଵଳ ଭବିଷ୍ୟତ କାମନା କରିଥିଲେ ।
ଏହି କାର୍ଯ୍ୟକ୍ରମ କୁ ବିଦ୍ୟାଳୟର ସମସ୍ତ କର୍ମଚାରୀ ଙ୍କ ସହ ଅଭିବାକ ମାନେ ସଞ୍ଚାଳନ କରିଥିଲେ।

Related Posts

About The Author

Add Comment