ବିବେକାନନ୍ଦ ଜେନା ହେଲେ ଭାଜପା ରାଜ୍ୟ ଓବିସି ମୋର୍ଚ୍ଚାର ସମ୍ପାଦକ

Spread the love
ଯାଜପୁର (ସନ୍ଧାନ ନିୟୁଜ): :ବିବେକାନନ୍ଦ ଜେନା ବିଜେପି ରାଜ୍ୟ ଓବିସି ମୋର୍ଚ୍ଚାର ସଂପାଦକ ଭାବେ ମନୋନୀତ ହୋଇଛନ୍ତି । ଯାଜପୁର ଜିଲ୍ଲା ବରୀ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବାଲିବିଲ୍ ପଂଚାୟତର ଏହି  ଯୁବନେତା  ଆଜକୁ ଦୀର୍ଘଦିନ ହେବ ବିଜେପି ଓବିସି ମୋର୍ଚ୍ଚାର ରାଜ୍ୟ ସଂଯୋଜକ ଭାବେ କାର୍ଯ୍ୟ କରି ନିଜର ଏକ ବିଶେଷ ପରିଚୟ ସୃଷ୍ଟି କରିପାରିଛନ୍ତି ।ସେ ଜଣେ ଦକ୍ଷ ଚାର୍ଟାଡ ଆକାଉଣ୍ଟାଣ୍ଟ ଭାବେ ଜଣାଶୁଣା ,ବିଜେପି ପାଇଁ ମଧ୍ୟ   ଦୃଢ଼  ସଂଗଠକ ଓ ସଂଘ ପରିବାରର ବ୍ୟକ୍ତି ଭାବେ ସର୍ବଦା କାର୍ଯ୍ୟ ତୁଲାଇ ଆସିଛନ୍ତି । ଗତ କାର୍ଯ୍ୟକାଳ ସମୟରେ ନିଜର ଦାୟିତ୍ବକୁ ସୁଚାରୁ ରୂପେ ତୁଲାଇବା ସହିତ ପଛୁଆବର୍ଗଙ୍କ ସାମ୍ବିଧାନିକ ଅଧିକାର ପାଇଁ ଓଡିଶା ସାରା କାର୍ଯ୍ୟ କରିଥିଲେ ।  ଦାୟିତ୍ବ  ପାଇବା ପରେ ତାଙ୍କ ସମର୍ଥକଙ୍କ ଭିତରେ ଖୁସିର ମାହୋଲ ଖେଳିଯାଇଛି । ଏହି ଦାୟିତ୍ବ ପାଇବା ପରେ ସେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଜ୍ୟ ସଭାପତି ମନମୋହନ ସାମଲ ଓ ରାଜ୍ୟ ଓବିସି ମୋର୍ଚ୍ଚା ସଭାପତି ସୁରଥ ବିଶ୍ବାଳଙ୍କୁ  ନିଜର କୃତଜ୍ଞତା ଜଣାଇଛନ୍ତି ।ଆଗାମୀ ଦିନରେ ଭାଜପା ଦଳକୁ ତୃଣମୂଳ ସ୍ତରରେ ଆହୁରି ମଜବୁତ କରିବା ପାଇଁ ପ୍ରୟାସ ଜାରି ରଖିବେ ବୋଲି ପ୍ରକାଶ କରିଛନ୍ତି ।

Related Posts

About The Author

Add Comment