ବିବାହିତ ମହିଳାଙ୍କ ଆତ୍ମହତ୍ୟା

Spread the love
ବୁଗୁଡା, ୨୧/୦୨/୨୧ (ସନ୍ଧାନ ନିଉଜ) : ଗୋଲିଆ ପଞ୍ଚାୟତ କୁଶପଲ୍ଲୀ ଗ୍ରାମର ବିବାହିତ ମହିଳା ଲକ୍ଷ୍ମୀ ଗଉଡ 26 ବେକରେ ରାଶି ଲଗାଇ ଆତ୍ମହତ୍ୟା କରିଥିବା ଜଣା ଯାଇଛି l ପୋଲସରା ବ୍ଲକ୍ ଅନ୍ତର୍ଗତ ସୋଡୋକ ପଞ୍ଚାୟତ ବୀରରଘୁନାଥପୁରୁ ଗ୍ରାମର ବୃନ୍ଦାବନ ଗଉଡ ଙ୍କ ଝିଅ ଲକ୍ଷ୍ମୀ ସହିତ କୁଶପଲ୍ଲୀ ଗ୍ରାମର ଟୁକୁନା ଗଉଡ ଙ୍କ 5 ବର୍ଷ ତଳେ ବିବାହ ହୋଇଥିବା ବେଳେ 4 ବର୍ଷର ଝିଅଟିଏ ଅଛି l ରବିବାର ସ୍ଵାମୀ ଶାଶୁ ବାହାରକୁ ଯାଇଥିବା ବେଳେ ଲକ୍ଷ୍ମୀ ଗାଧୁଆ ଘରେ କବାଟ ଦେଇ ବେକରେ ରସି ଲଗାଇଦେଇଥିଲେ I ବହୁ ସମୟ କବାଟ ନଖୋଲିବା ଯୋଗୁ ଭାଣିଜୀ ଠାରୁ ଖବର ପାଇ ଟୁକୁନା ପହଂଚି କବାଟ ଭାଙ୍ଗିଥିଲେ I ବେକରେ ଲାଗିଥିବା ରାଶି ଓରାରୁ ଛିଡି ଯାଇଥିବା ବେଳେ ଲକ୍ଷ୍ମୀ ତଳେ ପଡିଥିଲା I 108 ଯୋଗେ ବୁଗୁଡା ମେଡିକାଲରେ ଭର୍ତି କରିବା ପରେ ଡାକ୍ତର ମୃତ ଘୋଷଣା କରିଛନ୍ତି I ପୋଲିଶ ପହଂଚି ଅନୁସନ୍ଧାନ ଜାରି ରଖିଥିବା ବେଳେ ସୋମବାର ଶବ ବ୍ଯବଚ୍ଛେଦ ପାଈଁ ପଠାଯିବା ଜଣା ଯାଇଛି l

Related Posts

About The Author

Add Comment