ଭଦ୍ରକ, 05.12.2020 (ଲିଙ୍ଗରାଜ ପଣ୍ଡା): ଧାମନଗର ବ୍ଲକ ଧୂଷୁରୀ ଥାନା ଅଞ୍ଚଳର ଜଣେ ଯୁବତୀକୁ ବିବାହର ପ୍ରତିଶ୍ରୁତି ଦେଇ ତା ସହିତ ଦୀର୍ଘ ତିନି ବର୍ଷ ଶାରୀରିକ ସମ୍ପର୍କ ରଖୁବା ପରେ ପ୍ରତାରଣା କରିଥିବା ଅଭିଯୋଗରେ ଧୂଷୁରୀ ପୁଲିସ ବବକୁରା ଗ୍ରାମର ନିତ୍ୟାନନ୍ଦ ପୋଥାଳଙ୍କ ପୁଅ ରାକେଶଙ୍କୁ ଗିରଫ କରିଛି। ଯୁବତୀଙ୍କ ଅଭିଯୋଗ ଅନୁସାରେ ରାଜେଶ ଝିଅକୁ ଭଲ ପାଇବା ସହ ବିବାହର ପ୍ରତିଶ୍ରୁତି ଦେଇ ବିଭିନ୍ନ ସମୟରେ ଭଦ୍ରକର ହୋଟେଲ ଓ ସେଠାରେ ଘର ଭଡ଼ା ନେଇ ଦିନ ବିତାଇବା ସହ ତାହା ଶାରୀରିକ ସମ୍ପର୍କ ରଖୁ ଆସୁଥିଲା । ଏହା ମଧ୍ୟରେ ରାକେଶ କିଛି ମାସ ମହାରାଷ୍ଟ୍ରକୁ ଯାଇ ଏକ ହୋଟେଲରେ କାମ କରିଥିଲେ। ଫଳରେ ଯୁବତୀଙ୍କ ସହ ଆଉ ସମ୍ପର୍କ ନଥିଲା ପରେ ତାକୁ ବାହା ହେବାକୁ ମନା କରିବାରୁ ଦୁହିଁଙ୍କ ମଧ୍ୟରେ ବିବାଦୀୟ ପରିସ୍ଥିତି ସୃଷ୍ଟି ହେଲା ହେଲେ ଯୁବତୀ ରାକେଶକୁ ବାହା – ହେବା ପାଇଁ ଜିଦ୍ ଧରିବାରୁ ରାକେଶ ଆଗରୁ ଉଭୟଙ୍କ ଅନ୍ତରଙ୍ଗ ମୁହୁର୍ଭର ଅଣ୍ଡୀଳ ଫଟୋ ଓ ଭିଡିଓ ସୋସିଆଲ ମିଡ଼ିଆରେ ଛାଡ଼ିବାରୁ ପରିସ୍ଥିତି ଭିନ୍ନ ମୋଡ଼ ନେଇଥିଲା । ଯୁବତୀ ନିରାଶ ହୋଇ ଧୁଷୁରୀ ଥାନାରେ ଏତଲା ଦେଇଥିଲେ ଏତଲାକୁ ଭିତ୍ତି କରି ଅଭିଯୁକ୍ତକୁ ଧରିବା ପାଇଁ ଧୂଷୁରୀ ଥାନା ଆଇଆଇସିଙ୍କ ନିର୍ଦ୍ଦେଶକ୍ରମେ ଏଏସଆଇ ଧୃତରାଷ୍ଟ୍ର ମଲ୍ଲିକ, ବିଚିତ୍ର ବେହେରା ଓ ଅନ୍ୟମାନଙ୍କୁ ନେଇ ଏକ ଟିମ ମହାରାଷ୍ଟ୍ର ଯାଇଥିଲା । ମହାରାଷ୍ଟ୍ର ରାଜ୍ୟର ନାଣ୍ଡଡ଼ ଜିଲା ତିଲକନଗର ସହରର ଏକ ହୋଟେଲରେ ଅଭିଯୁକ୍ତ କାମ କରୁଥିବା ଖବର ପାଇ ପୁଲିସ ଚଢ଼ଉ କରି ସେହିଠାରୁ ଅଭିଯୁକ୍ତ ଗିରଫ କରି ଥାନାକୁ ଆଣିଛନ୍ତି । ଉଭୟଙ୍କର ଡାକ୍ତରୀ ମାଇନା କରାଯାଇଛି ଘଟଣାଟି ଏ ଅଞ୍ଚଳର ଚର୍ଚ୍ଚାର ବିଷୟ ହୋଇଛି ।
ବିବାହର ପ୍ରତିଶ୍ରୁତି ପରେ ପ୍ରତାରଣା
|
December 5, 2020 |