ବିବାଦୀୟ ଜମିରୁ ଗରୁକୁଳ ଅବାସିକ ବିଦ୍ୟାଳୟକୁ ଉଚ୍ଛେଦ ପାଇଁ ଯାଜପୁର ଜିଲ୍ଲାପାଳଙ୍କ ନିଦେ୍ର୍ଧଶ

Spread the love

ଧର୍ମଶାଳା ,୩/୬(ସନ୍ଧାନ ନିୟୁଜ୍/ଦିପକ କୁମାର ମଲ୍ଲିକ) ଯାଜପୁର ଜିଲ୍ଲାର ଧର୍ମଶାଳା ତହସିଲ ଅନ୍ତର୍ଗତ ହରିଦାସପୁର କଦଳା ଠାରେ ବିବାଦୀୟ ଜମି ଉପରେ ସ୍ଥାପିତ ଗୁରୁକୁଳ ଆବସିକ ବିଦ୍ୟାଳୟର ବେଆଇନ୍ ନିର୍ମାଣକୁ ଉଚ୍ଛେଦ କରିବା ପାଇଁ ଯାଜପୁର ଜିଲ୍ଲାପାଳ ନିଦେ୍ର୍ଧଶ ଦେଇଛନ୍ତି । ଚାଷୀଙ୍କ ପାଇଁ ରହିଥିବା ଚକ ରାସ୍ତା ପ୍ଲଟ ନମ୍ବର ୧୧୨ ଏବଂ ୧୧୩କୁ ଅକ୍ତିଆର କରି ଏହି ସ୍କୁଲ ନିର୍ମାଣ ହୋଇଥିବାରୁ ତାହାକୁ ନେଇ ବିବାଦୀୟ ଅବସ୍ଥା ଲାଗି ରହିଥିଲା । ପ୍ରଥମରୁ ତହସିଲଦାର ଏହି ବେଆଇନ୍ ନିର୍ମାଣକୁ ଉଚ୍ଛେଦ କରିବା ପାଇଁ ଆଦେଶ ଦେଇଥିଲେ । ହେଲେ ତାହା କାର୍ଯ୍ୟକାରୀ ହୋଇପାରିନଥିଲା । ମାତ୍ର ଏହାକୁ ନେଇ ସେତେବେଳେ ଗ୍ରାମବାସୀ ତହସିଲ ଏବଂ ଜିଲ୍ଲାପାଳଙ୍କୁ ଏହା ଉପରେ କାର୍ଯ୍ୟନୁଷ୍ଠାନ ପାଇଁ ଦାବି କରିଥିଲେ ମଧ୍ୟ ପ୍ରଶାସନ କୌଣସି କାର୍ଯ୍ୟନୁଷ୍ଠାନ ନେଇନଥିଲା । ତେବେ ଏହାକୁ ଚ୍ୟାଲେଞ୍ଜ କରି ଗ୍ରାମର ଚାଷୀ ସୁଶାନ୍ତ କୁମାର ସ୍ୱାଇଁ ହାଇକୋର୍ଟରେ ଏକ ମାମଲା ଦାୟର କରିଥିଲେ ।

ହାଇକୋର୍ଟ ଏହାର ବିଚାର କରି ଏହି ବେଆଇନ୍ କାର୍ଯ୍ୟ ବରୁଦ୍ଧରେ କାର୍ଯ୍ୟନୁଷ୍ଠାନ ଗ୍ରହଣ ପାଇଁ ଜିଲ୍ଲପାଳଙ୍କୁ ନିଦେ୍ର୍ଦଶ ଦେଇଥିଲେ । ହେଲେ ପରବର୍ତ୍ତୀ ସମୟରେ ସ୍କୁଲ ପକ୍ଷରୁ ଅଭୟ କୁମାର ସାହୁ ଅନ୍ୟ ଏକ ପିଟିସନ ଜିଲ୍ଲାପାଳଙ୍କ ନିକଟରେ ଦାୟର କରିଥିଲେ । ମାତ୍ର ଶ୍ରୀ ସାହୁଙ୍କ ଆବେଦନକୁ ଖାରଜ କରିବା ସହ ସ୍କୁଲ ବେଆଇନ୍ ଭାବେ ମାଡିବସିଥିବା ଚକରାସ୍ତାକୁ ଉଚ୍ଛେଦ କରିବା ପାଇଁ ଜିଲ୍ଲାପାଳ ଏପ୍ରିଲ ୨୩ତାରିଖ ଦିନ ନିଦେ୍ର୍ଧଶ ଦେଇଛନ୍ତି । ପତ୍ର ସଂଖ୍ୟା ୧୧୪ (୨)ରେ ଜିଲ୍ଲାପାଳ ଧର୍ମଶାଳା ତହସିଲଦାରଙ୍କୁ ବେଆଇନ୍ ଉଚ୍ଛେଦ କରିବା ପାଇଁ ପତ୍ର ଦେଇଥିବା ଜଣାପଡିଛି । ଜିଲ୍ଲାପାଳଙ୍କ ନଦେ୍ର୍ଦଶପରେ ସ୍ଥାନୀୟ ଚାଷୀଙ୍କ ମଧ୍ୟରେ ଆନନ୍ଦ ପ୍ରକାଶ ପାଇଥିବା ବେଳେ ବେଆଇନ୍ ନିର୍ମାଣକୁ ଉଚ୍ଛେଦ କରିବା ପାଇଁ ଚାଷୀଙ୍କୁ ଚକରାସ୍ତାରେ ଯାତାୟତ କରିବା ପାଇଁ ସୁଯୋଗ ଦେବା ପାଇଁ ଦାବି ହେଉଛି ।

Related Posts

About The Author

Add Comment