ସୁନ୍ଦରଗଡ ତା:୨୦/୮/୨୦୨୬(ସନ୍ଧାନ ନ୍ୟୁଜ) ମରଣଯନ୍ତା ପାଲଟିଛି ରାଜ୍ୟ ରାଜପଥ ୨୪। କରମଡିହି ରୁ ଝାରଖଣ୍ଡ ଓ ଛତିଶଗଡ଼ କୁ ଯାଉଥିବା ରାସ୍ତା ବିପଦଜନକ ସ୍ଥିତିରେ । ରାସ୍ତା ସାରା କେବଳ ଖାଲଖମା। ବିପଦଜନକ ସ୍ଥିତିରେ ଗତି କରୁଛି ସମଗ୍ର ଯାତାୟାତ ବ୍ୟବସ୍ଥା। ରାସ୍ତାର ବଡ଼ ବଡ଼ ଖାଲ, ପାଣି ଜମି ରହିବା, ଗାଡ଼ି ଗୁଡ଼ିକ କଷ୍ଟରେ ଯାଉଥିବା ଦେଖିବାକୁ ମିଳୁଛି । ଖାଲଢିପରେ ପରିପୂର୍ଣ୍ଣ ହୋଇଛି ରାଜ୍ୟ ରାଜପଥ ୨୪। ରାସ୍ତାର ପିଚୁ ଛାଡ଼ି ବଡ଼ ବଡ଼ ଗାତ ସୃଷ୍ଟି ହୋଇଛି। ଏବେ ବର୍ଷା ସମୟରେ ଏହି ଖାଲ ଗୁଡ଼ିକରେ ପାଣି ଜମି ରହୁଛି। ଫଳରେ ଗାତର ଗଭୀରତା ଜଣାପଡୁନାହିଁ।ପ୍ରତିଦିନ ଏଠାରେ ଛୋଟବଡ଼ ଦୁର୍ଘଟଣା ଘଟୁଛି। ବିଶେଷ କରି ବାଇକ୍ ଚାଳକ ଓ ପଥଚାରୀ ଅଧିକ ଶିକାର ହେଉଛନ୍ତି। ଏହି ରାସ୍ତାରେ ଯିବା ଆସିବା କରିବା ଏବେ ମରଣ ସହ ଖେଳିବା ସଦୃଶ। ପ୍ରଶାସନ ଜାଣିଶୁଣି ଶୋଇ ପଡ଼ିଥିବା ଅଞ୍ଚଳ ରେ ଚର୍ଚ୍ଚା ହେଉଛି। ଅଞ୍ଚଳବାସୀ ଓ ବ୍ୟବସାୟୀ ଏବେ ଅତିଷ୍ଠ ହୋଇପଡ଼ିଲେଣି। ରୋଗୀ ଓ ଗର୍ଭବତୀ ମହିଳାଙ୍କୁ ନେବା ଆଣିବା କରିବାରେ ଆମ୍ବୁଲାନ୍ସ ବିଳମ୍ବ ହେଉଛି। ବିଭାଗୀୟ ଅଧିକାରୀଙ୍କ ଉଦାସୀନତା ଯୋଗୁଁ ଅସନ୍ତୋଷ ବଢୁଛି। ସ୍ଥାନୀୟ ଲୋକେ ଏବେ ଆନ୍ଦୋଳନ କରିବା ଦିଗକୁ ମୁହାଉଥିବା ସୂତ୍ରରୁ ପ୍ରକାଶ ।ତେବେ ଦେଖିବାକୁ ବାକି ରହିଲା, କେବେ ନିଦ ଭାଙ୍ଗୁଛି ପ୍ରଶାସନର? କେବେ ମରାମତି ହେଉଛି ଏହି ବିପଦଜନକ ରାଜପଥ?
ବିପଦଜନକ ସ୍ଥିତିରେ ରାଜ୍ୟ ରାଜପଥ ୨୪
|
August 20, 2026 |



