ରାଇରଙ୍ଗପୁର, ୦୮/୦୨/୨୦୧୨ (ସନ୍ଧାନ ନିଉଜ/ପରେଶ୍ଚନ୍ଦ୍ର ଷଡ଼ଙ୍ଗୀ) ରାଇରଙ୍ଗପୁର ଉପଖଣ୍ଡ ବହଳଦା ବ୍ଳକ ଅନ୍ତର୍ଗତ ଅଁଳାଯୋଡି ଗ୍ରାମ ପଞ୍ଚାୟତ ଅଫିସ୍ ଚାଲୁଅଛି ରେ ଅବସ୍ଥିତ ପିଅନର ଅଭାବ ହେଇଛି।ଉକ୍ତ ଅଫିସ୍ ରେ ପିଅନ ନ ଥିବାରୁ ଲୋକେ ନାନା ପ୍ରକାର ଅସୁବିଧା ରେ ପଡି ହନ୍ତସନ୍ତ ହେଉଛନ୍ତି। ପୂର୍ବରୁ ଯୋଉ ପିଅନ ନ ଏଠାରେ କାର୍ଯ୍ୟରତ ଥିଲେ ସେ ବର୍ଷେ ପୂର୍ବରୁ ଅବସରପ୍ରାପ୍ତ ହୋଇଛନ୍ତି। ଏଣୁ ଅଫିସ୍ ରେ ଝାଡୁ କରିବା ଓ ସଫାସୁତୁରା କରିବା ଅସୁବିଧା ଦେଖାଯାଉଛି। ଅଫିସ୍ ରଏହିସବୁକାମ ଅଫିସର ମାନଙ୍କୁ ନିଜ ହାତରେ କରିବାକୁ ପଡ଼ୁଛି। ବିଭାଗୀୟ କତୃପକ୍ଷ ଏଥିପ୍ରତି ଧ୍ୟାନ ଦେଲେ ପଞ୍ଚାୟତ ବାସୀ ଉପକୃତ ହୁଅନ୍ତେ ବୋଲି ଜନ ସାଧାରଣ ରେ ଆଲୋଚନା ଚାଲିଛି।ଏଣୁ ତୁରନ୍ତ ଜଣେ ପିଅନ ର ଆବଶ୍ୟକତା ରହିଅଛି ଏହା।
ବିନା ପିଅନରେ ଚାଲୁଛି ପଞ୍ଚାୟତ ଅଫିସ୍
|
February 8, 2022 |
