ବିଦ୍ୟାଳୟ ବନ୍ଦ ଓ ମିଶ୍ରଣ ତାଲିକା ରେ କନ୍ଧମାଳ ଜିଲ୍ଲାର ଶତାଧିକ ବିଦ୍ୟାଳୟ ବନ୍ଦ ହେବ 

Spread the love

କନ୍ଧମାଳ,06/02(ସନ୍ଧାନ ନ୍ୟୁଜ/ସଞ୍ଜୟ କୁମାର ପାଣିଗ୍ରାହୀ): ବିଦ୍ୟାଳୟ ମିଶ୍ରଣକୁ ନେଇ ସମଗ୍ର କନ୍ଧମାଳ ଜିଲ୍ଲାରେ ଏକ ଅଶାନ୍ତର ବାତାବରଣ ସୃଷ୍ଟି ହେବାରେ ଲାଗିଛି l ଯାହାକି ସରକାରୀ ଆକଳନ ରେ କନ୍ଧମାଳ ଜିଲ୍ଲାର ୨୭୫ଟି ସ୍କୁଲ ବନ୍ଦ ହେବ। ପ୍ରଥମରୁ ପଞ୍ଚମଶ୍ରେଣୀ ପର୍ଯ୍ୟନ୍ତ ମୋଟ ୫ଟି ଶ୍ରେଣୀରେ ୧୫ ଜଣ କିମ୍ବା ୧୫ରୁ କମ୍‌ ଛାତ୍ରଛାତ୍ରୀ ଉପସ୍ଥାନ ଥିବା ୧୬୯ଟି ସ୍କୁଲକୁ ଅନ୍ୟ ସ୍କୁଲ ସହ ମିଶାଇ ଦିଆଯିବ। ସେହିଭଳି ଯେଉଁ ସ୍କୁଲରେ ମୋଟ ଉପସ୍ଥାନ ୨୫ ଥିବା ସହ ଏହାଠାରୁ ୧ କିଲୋମିଟର ଦୂରରେ ଯଦି ଅନ୍ୟ ଏକ ସ୍କୁଲ ଥିବ, ତାହା ସହ ଉକ୍ତ ସ୍କୁଲକୁ ମିଶାଇ ଦିଆଯିବ। କନ୍ଧମାଳ ଜିଲ୍ଲାରେ ଏଭଳି ସ୍କୁଲ ସଂଖ୍ୟା ୧୫ଟି ରହିଛି। ଅର୍ଥାତ୍‌ ଏଭଳି ୧୫ଟି ସ୍କୁଲ ବନ୍ଦ କରାଯିବ। ସେହିଭଳି ପ୍ରଥମଶ୍ରେଣୀରୁ ଅଷ୍ଟମଶ୍ରେଣୀ ପର୍ଯ୍ୟନ୍ତ ଥିବା ଉଚ୍ଚପ୍ରାଥମିକ ସ୍କୁଲ ଯେଉଁଥିରେ ୨୦ ଜଣ କିମ୍ବା ୨୦ରୁ କମ୍‌ ଉପସ୍ଥାନ ଥିବ ଏବଂ ୩ କିଲୋମିଟର ଦୂରରେ ଯଦି ଅନ୍ୟ ଏକ ସ୍କୁଲ ଥିବ, ସେ କ୍ଷେତ୍ରରେ ସ୍କୁଲ ମିଶ୍ରଣ କରାଯିବ। କନ୍ଧମାଳ ଜିଲ୍ଲାରେ ଉଚ୍ଛେଦ ହେବାକୁ ଥିବା ଏଭଳି ସ୍କୁଲ ସଂଖ୍ୟା ୯୧। ଏଣୁ କନ୍ଧମାଳ ଜିଲ୍ଲାରେ ମୋଟ ୨୭୫ ସ୍କୁଲରେ ଏବେ ତାଲା ପଡ଼ିବାକୁ ଯାଉଛି। ଏସବୁ ସ୍କୁଲ ଘରକୁ ପଞ୍ଚାୟତିରାଜ ବିଭାଗକୁ ହସ୍ତାନ୍ତର କରାଯିବ ବୋଲି ସୂଚନା ମିଳିଛି। ଏଭଳି ସ୍ଥଳେ ବନ୍ଦ ହେବାକୁ ଥିବା ସ୍କୁଲର ଛାତ୍ରଛାତ୍ରୀମାନେ କିଭଳି ଅନ୍ୟ ସ୍କୁଲକୁ ଗ୍ରହଣ କରିବେ ତାହା ବଡ଼ ପ୍ରଶ୍ନବାଚୀ ପାଲଟିଛି।ଏ ନେଇ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ବିଦ୍ୟାଳୟ ସ୍ଥାନାନ୍ତରକୁ ବିରୋଧ କରି ଜିଲ୍ଲାପାଳ ଓ ଉପଜିଲ୍ଲାପାଳ ଙ୍କ ନିକଟରେ ଗ୍ରାମବାସୀ ମାନେ ଲିଖିତ ଭାବେ ଦାବୀ ଜଣାଇଛନ୍ତି l  ଏହି ଦାବି ସମ୍ପର୍କରେ ଅନୁଧ୍ୟାନ କରିବା ପରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲ୍ଲାପାଳ ବୃନ୍ଦା ଡି. ସୂଚନା ଦେଇଛନ୍ତି।

Related Posts

About The Author

Add Comment