ଯାଜପୁର,୨୧/୧୦ (ସନ୍ଧାନ ନିୟୁଜ ବୁ୍ୟରୋ) ଯାଜପୁର ଜିଲ୍ଲା ବିଜେପି ପକ୍ଷରୁ ସ୍ମିତାରାଣୀ ବିଶ୍ୱାଳଙ୍କୁ ହତ୍ୟାର ଗୁମର ଖୋଲିବା ପାଇଁ ସବିିଆଇ ତଦନ୍ତ ଦାବିରେ ଆଜି କରାଯାଇଥିବା ଯାଜପୁର ବନ୍ଦ ଲୋକଦେଖଣିଆ ବୋଲି ଚର୍ଚ୍ଚା ହୋବ ସହିତ ବିଜେପି ନେତା ମାନେ ଗଣମାଧ୍ୟମକୁ ଡାକି କେବଳ ଫୋଟ ଏବଂ ବାଇଟ୍ ଦେଇ ଯାଜପୁର ବନ୍ଦ କାର୍ଯ୍ୟକ୍ରମ ଶେଷ କରିଛନ୍ତି । ଏହାମୃତୁ୍ୟକୁ ନେଇ ସାରା ରାଜ୍ୟରେ ଚର୍ଚ୍ଚା ହେବା ପରେ ରାଜ୍ୟ ବିଜେପି ଯାଜପୁର ଜିଲ୍ଲାର ଧର୍ମଶାଳା ଗ୍ରସ୍ତ କରି ଏହା ହତ୍ୟା କାଣ୍ଡ ଏବଂ ଏଥିରେ ବହୁ ବରିଷ୍ଠ ଅଧିକାରୀ ଏବଂ ରାମୋକ ମ୍ୟାନେଜର ବାହୁବାଳୀ ନେତା ସମ୍ପୁକ୍ତ ଥିବା ନେଇ ବୟାନ ଦେବା ସହ ରାଜ୍ୟ ସରକାରଙ୍କୁ ଘେରିଥିଲେ । ତାହା ପରେ ଯାଜପୁର ଏସପି ତଦନ୍ତ କରିବା ସହ ପୋଷ୍ଟମଟମ ରିପୋର୍ଟରେ ସ୍ମିତାରାଣୀ ଆତ୍ମହତ୍ୟା କରିଥିବା ନେଇ ଗଣମାଧ୍ୟମକୁ କହିବା ସହିତ ଏଥିରେ ସମ୍ପୃକ୍ତ ସରପଂଚାଙ୍କ ସ୍ୱାମୀ ରୁପେଶ ଭଦ୍ରକୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ । ଏହାପରେ ବିଜେପି ଏସପି ଆଡକୁ ଆଙ୍ଗିଳି ନିଦେ୍ର୍ଧଶ କରି ଏହାର ସବିଆଇ ତଦନ୍ତ ଦାବି କରିଥିଲେ । ଯାହାର ଫଳରେ ୨୧ତାରିଖ ଯାଜପୁର ବନ୍ଦ କରିଥିଲେ । ସକାଳ ୮ଟା ୯ଟା ସୁଧା ବିଭିନ୍ନ ରାଜରାସ୍ତା ଉପରେ ବିଜେପିର ଦଳୀୟ ନେତା ଏବଂ କେତକ କର୍ମୀ ମାନେ ଆସି ରୁଣ୍ଡ ହେବା ସହିତ ଗଣମାଧ୍ୟମକୁ ନିଜର ପତିକ୍ରିୟା ଦେଇଥିଲେ । ହେଲେ ଏହାପରେ ପୁଣି ଗାଡିମଟର ଚଲାଯିବା ସହିତ ବଜାର ଖୋଲିବାକୁ ଲାଗିଛି । ତେବ ଏହାକୁ ନେଇ ବିଜେପି କୁମ୍ଭୀର କାନ୍ଦଣା କାନ୍ଦୁଥିବା ଚର୍ଚ୍ଚା ହେଲାଣି । ଗୋଟିଏ ଦିବସଆ ବନ୍ଦ ପାଳନ କେଉଁ ଘଂଟାରେ ଶେଷ କଣ ନିଜର ପ୍ରଚାର ପାଇଁ ବୋଲି ଏବେ ଯାଜପୁର ଜିଲ୍ଲାରେ ଚର୍ଚ୍ଚା ହେଉଛି । ଖାଲି ଏତିକି ନୁହେଁ ରୁପେଶଙ୍କ ସହିତ ଲିଙ୍କଥିବା ବିଜେପି ନେତା ମୁହଁ ଖୋଲୁନଥିବା ମଧ୍ୟ ଚର୍ଚ୍ଚା ହେଉଛି । ଯଦି ରୁପେଶ ବିଜେପି ଲିଙ୍କରେ ନଥିଲା ଗୋଟିଏ ଅନ୍ୟ ଦଳର ସରପଂଚଙ୍କ ପ୍ରତିନିଧିଙ୍କ ସହିତ କିଭଳି ଫୋଟ ଉଠାଯାଉଥିଲା ବୋଲି ଚର୍ଚ୍ଚା ହେଉଛି । ଏହାପରେ ବିଜେପିର ଲିଙ୍କ ନେଇ ବିଜେଡି ଯାଜପୁର ବନ୍ଦ କରିବ ନା ନାହିଁ ବୋଲି ମଧ୍ୟ ଚର୍ଚ୍ଚା ବଢ଼ିବାରେ ଲାଗିଛି ।
ବିଜେପି ଯାଜପୁର ବନ୍ଦ ଲୋକ ଦେଖାଣିଆ, ଜୀବନଯାତ୍ରା ସ୍ୱାଭାବିକ
|
October 21, 2019 |
