ବାଲେଶ୍ୱର,୨୭/୯(ସନ୍ଧାନ ନିୟୁଜ): ସମାଜ ର ଚତୁର୍ଥ ସ୍ତମ୍ଭ ଗଣମାଧ୍ୟମ I ଗଣମାଧ୍ୟମ ର ମୁଖ୍ୟ ସିପାହୀ ତଥା ସମାଜର ଜାଗ୍ରତ ପ୍ରହରୀ ହେଉଛନ୍ତି ସାମ୍ବାଦିକ I ନିଜ ଜୀବନ କୁ ବାଜି ଲଗାଇ ସେମାନେ ନିର୍ଭିକ ତାର ସହିତ ସତ୍ୟ ଖବର ପ୍ରସାରଣ କରିବାକୁ ଚାହିଁଥାନ୍ତି I କିନ୍ତୁ ବେଳେବେଳେ ଏହା ହିଁ ତାଙ୍କ ପାଇଁ ବୁମେରାଂ ପାଲଟିଯାଏ I ଏମିତି ଏକ ଘଟଣା ଘଟିଛି ସୋର ରେ I ଜଣେ କି ଦୁଇ ଜଣ ନୁହନ୍ତି ଖବର ସଂଗ୍ରହ ପାଇଁ ଯାଇଥିବା ଚାରି ଜଣ ସାମ୍ବାଦିକ ଙ୍କୁ ଗୋଡେଇ ଗୋଡେଇ ପିଟିଲେ ଜଣେ ବିଧାୟକ ଏବଂ ତାଙ୍କ ସହଯୋଗୀ Iଯେଉଁ ବିଧାୟକ ଙ୍କ ନାମରେ ସଂଗୀନ ଅଭିଯୋଗ ଆସିଛି ସେ ହେଉଛନ୍ତି ସୋରୋ ବିଜେଡି ବିଧାୟକ ପର୍ଶୁରାମ ଧଡା I
ଦିନ ରାତି ଦାମ ରାଉତ ଙ୍କ ବକ୍ତବ୍ୟ କୁ ମୁଖ୍ୟ ଖବର କରି ଘଣ୍ଟା ଘଣ୍ଟା ପ୍ରସାରଣ କରିବା ,ତାଙ୍କ ଭାଇ ବାମ ବାବୁ କଣ କହିଲେ ତାକୁ ପ୍ରସାରଣ କରିବା ,ନିଜ ଅନୁଷ୍ଠାନ ର ପ୍ରଚାର କୁ ମୁଖ୍ୟ ଖବର କରି ପ୍ରସାରଣ କରିବା କୁ କଣ ଗଣମାଧ୍ୟମ ର କର୍ତବ୍ୟ କହିବା କି ?? ଯେଉଁଠି 4 ଜଣ ସାମ୍ବାଦିକ ଙ୍କୁ ମାଡ ପରେ ବି ନିଜ ଚାନେଲ ଚୁପ ରହୁଛନ୍ତି I ତେବେ କଣ ଭାବିନେବା ଯେ ଗଣମାଧ୍ୟମ ର ନୈତିକ ସ୍ଖଳନ ଘଟିଛି I ବିକ୍ରି ହେଇଯାଇଛି ଗଣମାଧ୍ୟମ ?? ଯଦି ଏହା ସତ ହୁଏ ତେବେ ନିହାତି ଭାବରେ ଏହା ଆଗାମୀ ଦିନ ପାଇଁ ଶୁଭଙ୍କର ନୁହେଁ I
ବିଧାୟକ ଙ୍କ ମାଡ଼ରେ 4ଜଣ ସାମ୍ବାଦିକ ଆହତ I ତାଙ୍କ ମଧ୍ୟରୁ ଦୁଇଜଣ ପ୍ରମୋଦ ବିଟୁ ଏବଂ ରାଜାରାମ ଦାସ ଗୁରୁତର ଭାବରେ ଆହତ ହେଇ ଆଇସିଉ ଭିତରେ ଭର୍ତି ହେଇଛନ୍ତି I ଅଭିଯୋଗ ଆସିଛି କି ବିଧାୟକ ଙ୍କ ପର କ୍ରିୟା ପ୍ରୀତି ର ଗୁମର ସାମ୍ବାଦିକ ମାନେ ଖୋଲିବାକୁ ଉଦ୍ୟମ କରିଥିଲେ ଯେଉଁଥିପାଇଁ ବିଧାୟକ ଅତ୍ୟନ୍ତ କ୍ରୋଧିତ ହେଇ ତାଙ୍କ ସହଯୋଗୀ ଙ୍କ ସହିତ ସାମ୍ବାଦିକ ମାନଙ୍କୁ ନିର୍ଘାତ ମାଡ ମରିଥିବାର ଅଭିଯୋଗ ଆସିଛି I
ତେବେ ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଯେଉଁ ସାମ୍ବାଦିକ ମାନଙ୍କ ଉପରେ ମାଡ ହେଇଚି ସେମାନେ ହେଉଛନ୍ତି ରାଜ୍ୟର ପ୍ରମୁଖ ଗଣମାଧ୍ୟମ ର ସମ୍ବାଦଦାତା I ଘଟଣା ର 20ଘଣ୍ଟାରୁ ଉର୍ଦ୍ଧ ବିତିସାରିଥିଲେ ମଧ୍ୟ ଅତ୍ୟନ୍ତ ଦୁଃଖ ର ସହିତ କହିବାକୁ ପଡୁଛି ଯେ ଏ ଘଟଣା କୁ କୌଣସି ବି ଗଣମାଧ୍ୟମ ଏ ପର୍ଯ୍ୟନ୍ତ ପ୍ରସାରଣ କରିନାହାନ୍ତି I ନିଜ ସାମ୍ବାଦିକ ମାନଙ୍କୁ ନିର୍ଘାତ ମାଡ ହେଇଚି ,ସେମାନେ ଆଇସିଉ ଭିତରେ ଭର୍ତି ହେଇଛନ୍ତି ,ଜଣେ ସାଶକ ଦଳର ବିଧାୟକ ଙ୍କ ନାମରେ ସଂଗୀନ ଅଭିଯୋଗ ଆସିଛି କିନ୍ତୁ ଏ ଘଟଣା କୁ ପ୍ରସାରଣ କରିବାକୁ ଗଣମାଧ୍ୟମ ଉଚିତ ମନେ କରିନାହାନ୍ତି I
କିନ୍ତୁ ନିଜକୁ ଦାବି କରନ୍ତି ଯେ ରାଜ୍ୟର ପ୍ରମୁଖ ଗଣମାଧ୍ୟମ I ଲୋକଙ୍କ ସହିତ ସବୁବେଳେ ଅଛନ୍ତି I ସତରେ କଣ ଏମାନେ ଲୋକଙ୍କ ସହିତ ଅଛନ୍ତି ??ତାହେଲେ ନିଜ ସାମ୍ବାଦିକ ଙ୍କ ଉପରେ ମାଡ ଘଟଣା କୁ ପ୍ରସାରଣ କାହିଁକି କରୁନାହାନ୍ତି ??ଯେଉଁଠି ସାମ୍ବାଦିକ ସୁରକ୍ଷିତ ନୁହନ୍ତି ସେଠି ,ସାମ୍ବାଦିକ ଙ୍କୁ ମାଡ ହେଲେ ଗଣମାଧ୍ୟମ ଚୁପ ରହୁଛି ସେଠି ଲୋକଙ୍କୁ କି ନ୍ୟାୟ ଦେବ ??