ଭୁବନେଶ୍ବର : ୨୫/୧/୨୬ (ସନ୍ଧାନ ନ୍ୟୁଜ) ଆସନ୍ତା ଅପ୍ରେଲରେ ରାଜ୍ୟସଭା ସାଂସଦ ସୁଜିତ କୁମାର, ମମତା ମହାନ୍ତ, ନିରଞ୍ଜନ ବିଶି, ମୁନ୍ନା ଖାଁଙ୍କ କାର୍ଯ୍ୟକାଳ ଅବଧି ସରୁଛି । ତେଣୁ ଓଡ଼ିଶାର ୪ ରାଜ୍ୟସଭା ଆସନ ଖାଲି ହେବା । ଏହି ଆସନକୁ ନେଇ ଉଭୟ ବିଜେପି ଏବଂ ବିଜେଡି ମଧ୍ୟରେ ଲଢେଇ ଆରମ୍ଭ ହେବ । ରାଜନୀତିର ଗଣନା ଅନୁସାରେ, ୨ଟି ଆସନ ବିଜେପିକୁ ମିଳିବା ବେଳେ ଆଉ ଗୋଟିଏ ବିଜେଡିକୁ ମିଳିବା ନେଇ ନିଶ୍ଚିତ ହୋଇଛି । ଚତୁର୍ଥ ଆସନକୁ ନେଇ ଲଢେଇ ହେବ | ଗୋଟିଏ ଆସନ ବିଜେଡିକୁ ମିଳିବା ନିଶ୍ଚିତ ବୋଲି ବିଜେଡି ନେତା ପ୍ରଶାନ୍ତ ମୁଦୁଲି କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି, ଯେ ଦ୍ୱିତୀୟ ଆସନ ପାଇଁ କ’ଣ ନିଷ୍ପତ୍ତି ନିଆଯିବ ତାହା ଆଲୋଚନା ପରେ ଜଣା ପଡିବ । ଆମ ନେତା ନବୀନ ପଟ୍ଟନାୟକ ଠିକ୍ ସମୟରେ ଠିକ୍ ନିଷ୍ପତ୍ତି ନେବେ । ବିଜେଡିରେ ରାଜ୍ୟସଭାକୁ ଯିବା ପାଇଁ ଯେଉଁ ମାନଦଣ୍ଡ ରହିଛି ସେହି ତାଲିକାରେ ଅନେକ ନେତା ରହିଛନ୍ତି ବୋଲି ପ୍ରଶାନ୍ତ ମୁଦୁଲି କହିଛନ୍ତି ଅନ୍ୟପଟେ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନଙ୍କ ସରକାରୀ ବାସଭବନରେ ଦିଲ୍ଲୀପ ରାୟଙ୍କ ପହଞ୍ଚିବାକୁ ନେଇ ଚର୍ଚ୍ଚା ଜୋର ଧରିଛି । ରାଜ୍ୟସଭାର ଚତୁର୍ଥ ସିଟ୍କୁ ନେଇ ଦିଲ୍ଲୀପ ରାୟଙ୍କ ନାଁ ଚର୍ଚ୍ଚାରେ ରହି ଥିବାବେଳେ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନଙ୍କ ଘରେ ଅଧ ଘଣ୍ଟାରୁ ଉର୍ଦ୍ଧ୍ବ ସମୟ ଧରି ଆଲୋଚନା ହୋଇଛି ରାଜ୍ୟସଭା ଆସନକୁ ନେଇ ଆଲୋଚନା ଜାରି ରହିଥିବା ବେଳେ ଉଭୟ ନେତାଙ୍କ ସାକ୍ଷାତ ଏବେ ଚର୍ଚ୍ଚାର ବିଷୟ ହୋଇଛି | ତେବେ ଏହି ସାକ୍ଷାତକୁ ନେଇ ଦିଲ୍ଲୀପ ରାୟ କୌଣସି ପ୍ରତିକ୍ରିୟା ପ୍ରକାଶ କରି ନାହାନ୍ତି | ଅନ୍ୟପଟେ, ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ପ୍ରତିକ୍ରିୟା ଦେଇ କହିଛନ୍ତିଯେ, ଆମ ଘର ସହିତ ତାଙ୍କର ପାରିବାରିକ ସମ୍ପର୍କ ରହିଛି । ସେ ପୂର୍ବରୁ ମଧ୍ୟ ସେ ଆମ ଘରକୁ ଆସନ୍ତି । ବାପା ବିଶ୍ଵଭୂଷଣ ହରିଚନ୍ଦନ ମଧ୍ୟ ମୋ ସହିତ ଅଛନ୍ତି ତାଙ୍କୁ ମଧ୍ୟ ଦିଲ୍ଲୀପ ରାୟ ଭେଟିଛନ୍ତି ବୋଲି ସେ କହିଛନ୍ତି।
ବିଜେଡିର ଗୋଟିଏ ଆସନ ନିଶ୍ଚିତ,ଚତୁର୍ଥ ଆସନ ଆଲୋଚନା ସ୍ତରରେ : ବିଜେଡି ନେତା ପ୍ରଶାନ୍ତ ମୁଦୁଲି
|
January 25, 2026 |



