ନ୍ଦରଗଡ, ୧୮/୬/୨୦୨୧ ( ସନ୍ଧାନ ନିଉଜ/ରାଜୁ ପଟେଲ ) N ରାଜ୍ୟରେ ରକ୍ତ ହୀନତା ଯୋଗୁଁ କେହି ରକ୍ତହୀନତାରୁ ମୃତ୍ୟୁ ମୁଖରେ ନ ପଡିବା ସହିତ ରାଜ୍ୟରେ କରୋନା ମହାମାରୀ ସମୟରେ ରକ୍ତର ଅଭାବ ନହେବା ପାଇଁ ମୁଖ୍ୟମନ୍ତ୍ରୀ ଆହ୍ୱାନ ଦେଇ ଥିବାରୁ ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ କୁମାର ଦାସ ତଥା ବିଜୁ ଜନତା ଦଳର ସଭାପତି ଦେବୀରଞ୍ଜନ ତ୍ରିପାଠୀଙ୍କ ନିର୍ଦେଶ କ୍ରମେ ଗତକାଲି ସଦର ବ୍ଲକ ଅଧ୍ୟକ୍ଷ ଅଶ୍ୱିନୀ ନାଏକ ଙ୍କ ନିର୍ଦ୍ଦେଶ କ୍ରମେ ଓଡିଶା ମୋ ପରିବାର ତରଫରୁ ଜୀବନ ବିନ୍ଦୁ କାର୍ଯ୍ୟକ୍ରମ କୁ ରାଜ୍ୟର ସାଧାରଣ ସମ୍ପାଦକ ଯୁଗେଶ କୁମାର ସିଂ ତଥା ବିଜେଡି ସଭାପତି ତଥା ସ୍ୱତନ୍ତ୍ର ବିକାଶ ପରିଷଦର ଅଧ୍ୟକ୍ଷ ଶ୍ରୀଯୁକ୍ତ ବିନୟ ଟପ୍ପୋ ଆନୁଷ୍ଠାନିକ ଭାବେ ଯୋଗଦେଇ ଉଦଘାଟନ କରିଥିଲେ । ଏଥିରେ ସ୍ୱଇଚ୍ଛାରେ ରକ୍ତଦାତାମାନେ ରକ୍ତଦାନ କରିଥିଲେ । ସର୍ବମୋଟ ୬୦ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା ଅସୁବିଧାରେ ଥିବା ଲୋକଙ୍କୁ ରକ୍ତଦାନକରି ନିଜକୁ ଧନ୍ୟ ମନେ କରିଥିବା ରକ୍ତଦାତାଙ୍କ ପକ୍ଷରୁ କୁହାଯାଇଛି । ବିନା ସ୍ୱାର୍ଥରେ ଲୋକଙ୍କୁସହଯୋଗ ପାଇଁ ଆଗେଇ ଆସୁଥିବା ପାଇଁ ଶ୍ରୀଯୁକ୍ତ ବିନୟ ଟପ୍ପୋ ଧନ୍ୟବାଦ ଅର୍ପଣ କରିଥିଲେ ।
ବିଜୁ ଜନତା ଦଳର ଜୀବନ ବିନ୍ଦୁ କାର୍ଯ୍ୟକ୍ରମରେ ସାଲେପାଳି ଠାରେ ୬୦ ୟୁନିଟ ରକ୍ତ ସଂଗ୍ରହ
|
June 18, 2021 |