ବାରିପଦା, ୨୭/୦୬/୨୦୨୧ (ସନ୍ଧାନ ନିଉଜ) : ଆଜି ବାରିପଦା ନିର୍ବାଚନ ମଣ୍ଡଳୀର ପ୍ରଥମ ଥର କରି ବିଜୁଜନତା ଦଳର ପଞ୍ଚାୟତ ସ୍ତରୀୟ କର୍ମୀ ବୈଠକ ଅନୁଷ୍ଠିତ ହୋଇଯାଇଛି ।ବାରିପଦା ବ୍ଲକର ହାତିକୋଟା ଗ୍ରାମ ପଞ୍ଚାୟତରେ ଓଡିଶା ଖୋଦି ଓ ଗ୍ରାମ୍ୟଦ୍ୟୋଗ ବୋର୍ଡର ସଦସ୍ୟ ସରୋଜ କୁମାର ବୋଷଙ୍କ ସଭାପତିତ୍ୱରେ ସଭା ଅନୁଷ୍ଠିତ ହୋଇଯାଇଛି ।ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ଆଗାମୀ ପଞ୍ଚାୟତ ନିର୍ବାଚନର କାର୍ଯ୍ୟପନ୍ଥା ଓ ମୟୂରଭଞ୍ଜ ଜିଲ୍ଲା ପର୍ଯ୍ୟବେକ୍ଷକ ପ୍ରଣବ ପ୍ରକାଶ ଦାସ (ବବିଭାଇ)ଙ୍କ ନେତୃତ୍ୱରେ ପ୍ରତ୍ୟେକ ପଞ୍ଚାୟତରେ ୱାର୍ଡସ୍ତରୀୟ କର୍ମୀମାନଙ୍କୁ ସଂଗଠିତ କରି ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କର ଉନ୍ନୟନମୂଳକ ଯୋଜନା ଲୋକମାନଙ୍କ ପାଖରେ ପହଞ୍ଚାଇବା ପାଇଁ ଆଲୋଚନା ହୋଇଥିଲା ।ତତ୍ସହିତ ବାରିପଦା ବ୍ଲକର ବିଭିନ୍ନ ଉନ୍ନୟନ ମୂଳକ ପ୍ରସ୍ତାବ ପାରିତ ହୋଇଥିଲା । ଆଗାମୀ ପଞ୍ଚାୟତ ନିର୍ବାଚନ ୫୬ଟି ଜିଲ୍ଲା ପରିଷଦ ଆସନ ମଧ୍ୟରୁ ୫୬ଟି ଯାକ ଯେପରି ବିଜୁଜନତା ଦଳ ବିଜୟଲାଭ କରିବ ତାହା ଆଲୋଚନାର ବିଷୟ ବସ୍ତୁ ହୋଇଥିଲା ।ଏହି ବୈଠକରେ ପୂର୍ବତନ ବିଧାୟକ ତଥା ଉପ-ବାଚସ୍ପତି ସାନନ୍ଦ ମାର୍ଣ୍ଡି, ପୂର୍ବତନ ସ୍ୱତନ୍ତ୍ର ଆଦିବାସୀ ଉନ୍ନୟନ ପରିଷଦର ଅଧ୍ୟକ୍ଷ ଡାକ୍ତର ଦେବାଶିଷ ମାର୍ଣ୍ଡି, ରାଜ୍ୟ ବିଜୁଜନତା ଦଳର ସମ୍ପାଦକ କୃଷ୍ଣଚନ୍ଦ୍ର ଦାସ, ବାରିପଦା ବ୍ଲକ ଉପାଧ୍ୟକ୍ଷ ପାର୍ବତୀ ହେମ୍ବ୍ରମ୍, ଉପାଧ୍ୟକ୍ଷ ରବିନ୍ଦ୍ର ମହାନ୍ତ, ହାତିକୋଟ୍ବ୍ଲ କର ସମିତି ସଭ୍ୟ ସାମଲ ମାଝି, ବାରିପଦା ବ୍ୟବସାୟୀ ସଂଘର ସାଙ୍ଗଠାନି କସମ୍ପାଦକ ପୂର୍ଣ୍ଣାନନ୍ଦ ପରିଡା, ବାରିପଦା ବ୍ଲକ ଛାତ୍ର ସଭାପତି ଭୀଷ୍ମମହାନ୍ତ, ପୂର୍ବତନ ସରପଞ୍ଚ ମଧୁସୁଦନ ସିଂ, ସେୟଦ ଫିରଜୁଦିନ୍, ଅଜିତଭକ୍ତା, ସନିଆ ସିଂଙ୍କ ସେମତ ଶତାଧିକ ଯୁବଏହି ବୈଠକରେ ଉପସ୍ଥିତ ଥିଲେ ।ଶେଷରେ ବାରିପଦା ବ୍ଲକର ଦୃଢ ସଂଗଠକ ଦିଲ୍ଲୀପ କୁମାର ପାତ୍ର ଧନ୍ୟବାଦ ଅର୍ପଣ କରି ସଭାସାଙ୍ଗ କରିଥିଲେ ।
ବିଜୁଜନତା ଦଳର ପଞ୍ଚାୟତସ୍ତରୀୟକର୍ମୀବୈଠକ
|
June 27, 2021 |