ବାସେନପାଲି ୟୁପି ସ୍କୁଲରେ ପ୍ଲାଷ୍ଟିକ ମୁକ୍ତ ସଚେତନା ଅଭିଯାନ

Spread the love
  •  
  •  
  •  
  •  
  •  

ଝାରସୁଗୁଡା, (ସନ୍ଧାନ ନିଉଜ): ଝାରସୁଗୁଡା ଜିଲ୍ଲା ଲଖନପୁର ବ୍ଲକ କତରବଗା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ବାସେନପାଲି (କ) ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ୟୁକୋ କ୍ଲବ ପକ୍ଷରୁ ଗୁରୁବାର ଦିନ ପ୍ଲାଷ୍ଟିକ ମୁକ୍ତ ଅଭିଯାନ, ସାମୁହିକ ଚାରା ରୋପଣ ସଚେତନତା ସଭା ଅନୁଷ୍ଠିତ ହୋଇଥିଲା । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅରୁଣ କୁମାର ପଧାନ ଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ରାଜୀବ ପଧାନ,ସୁରେଶ ସାହୁ,କାର୍ତ୍ତିକ ଭୋଇ,ବୃନ୍ଦାବନ ଭୋଇ ପ୍ରମୁଖ ଯୋଗଦେଇ ପ୍ଲାଷ୍ଟିକ ମୁକ୍ତ ଅଭିଯାନ ବିଷୟରେ ଆଲୋକପାତ କରିଥିଲେ । ଏହା ପରେ ଛାତ୍ରଛାତ୍ରୀ ମାନେ ପ୍ଲାଷ୍ଟିକ ମୁକ୍ତ ଅଭିଯାନ ଉପରେ ଲିଖିତ ପ୍ଲା କାର୍ଡ ମାନ ହାତରେ ଧରି ଗାଁ ପରିକ୍ରମା କରି ଲୋକଙ୍କୁ ସଚେତନା ବାର୍ତ୍ତା ଦେଇଥିଲେ । ଏଥିରେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ, ପରିଚାଳନା କମିଟିର ସଦସ୍ୟ,ସଦସ୍ୟା ତଥା ଛାତ୍ରଛାତ୍ରୀ ମାନେ ଅଂଶଗ୍ରହଣ କରି ସହଯୋଗ କରିଥିଲେ ।

Related Posts

About The Author

Add Comment