ବାଲି ଗଦାରୁ ମିଳିଲା ବସ୍ତା, ଭିତରୁ ବାହାରିଲା ୩୩ ସାପ ମୂର୍ତ୍ତି

Spread the love
  •  
  •  
  •  
  •  
  •  

ଭଦ୍ରକ , ୧୨.୦୧.୨୦୨୧(ସନ୍ଧାନ ନିଉଜ୍/ ଲିଙ୍ଗରାଜ ପଣ୍ଡା):- ଘର କାମ ପାଇଁ ଆଣିଥିବା ବାଲିରୁ ବାହାରିଥିଲା ଏକ ପ୍ଲାଷ୍ଟିକ ବସ୍ତା। ବସ୍ତା ଖୋଲିବା ବେଳକୁ ଭିତରୁ ବାହାରିଲା ୩୩ରୁ ଅଧିକ ସାପ ମୂର୍ତ୍ତି। ସାପ ମୂର୍ତ୍ତି ଦେଖିବା ପରେ ଗାଁରେ ଲୋକେ ଏକାଠି ହୋଇଥିଲେ। ଏବେ ଆଧ୍ୟାତ୍ମିକ ପରିବେଶ ଦେଖିବା ପାଇଁ ମିଳିଛି। ଏମିତି ଘଟଣା ଘଟିଛି ଭଦ୍ରକ ଜିଲ୍ଲା ଅଳାଉତି ଗାଁରେ। ସୂଚନାଯୋଗ୍ୟ ଯେ ଅଳାଉତି ଗାଁର ନିରଞ୍ଜନ ଭୂୟାଁ ନିଜ କାମ ପାଇଁ  ହାଇୱା ଟ୍ରକ ଦ୍ଵାରା ବାଲି ଆଣିଥିଲେ। ଘର ନିକଟକୁ ଗାଡି ଯିବାକୁ ସୁବିଧା ନଥିବାରୁ ଗାଁ ମୁଣ୍ଡରେ ବାଲି ଖାଲି କରିଥିଲେ। ପରେ ଆସିଥିବା ବାଲିକୁ ଟ୍ରାକ୍ଟର ଯୋଗେ ଘରକୁ ନେଉଥିଲେ। ବାଲି ଟ୍ରାକ୍ଟରରେ ଲୋଡିଙ୍ଗ ବେଳେ ବାଲି ଗଦାରୁ ଏକ ପ୍ଲାଷ୍ଟିକ ବସ୍ତା ବାହାରିଥିଲା। ପରେ ବସ୍ତା ଖୋଲାଯିବାରୁ ବସ୍ତା ଭିତରୁ ପ୍ରାୟ ୩୩ରୁ ଅଧିକ ସାପ ମୂର୍ତ୍ତି ବାହାରିଥିଲା। ତେବେ ଗାଁ ଲୋକେ ଦେଖିବା ପାଇଁ ଭିଡ ଜମାଇଥିଲେ। ଏବେ ଗାଁରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଛି। ତେବେ ବାଲି ଆଣିଥିବା ମାଲିକ ଏବେ ବ୍ରାହ୍ମଣ ସମାଜ ସହ ଯୋଗାଯୋଗ କରିଛନ୍ତି। ଆବଶ୍ୟକୀୟ ପରାମର୍ଶ ପରେ ପରବର୍ତ୍ତୀ କାର୍ଯ୍ୟ କରାଯିବ ବୋଲି ସୂଚନା ମିଳିଛି। ତେବେ ବାଲି କେଉଁ ସ୍ଥାନରୁ ଆସୁଥିଲା ସେ ନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରି ନାହିଁ

Related Posts

About The Author

Add Comment