ସୁନ୍ଦରଗଡ ତା:୨୭/୭/୨୦୨୭(ସନ୍ଧାନ ନ୍ୟୁଜ) ସୁନ୍ଦରଗଡ଼ ଜିଲ୍ଲା ବାଲିଶଙ୍କରା ବ୍ଲକ କୃଷି କାର୍ଯ୍ୟାଳୟ ପରିସରରେ କୃଷି ବିଭାଗ ପକ୍ଷରୁ ବିଭିନ୍ନ ପ୍ରକାର ବିହନ ଚାଷୀ ମାନଙ୍କୁ ବଣ୍ଟନ କରାଯାଇଛି l ବାଲିଶଙ୍କରା ବ୍ଲକ ର କୃଷି ଅଧିକାରୀ ଜୁଲି ସୋରେଙ୍ଗ ଙ୍କ ପ୍ରତ୍ୟକ୍ଷ ତତ୍ଵାବଧାନ ରେ ବ୍ଲକ ର ୧୯ଟି ଗ୍ରାମ ପଞ୍ଚାୟତର ଚାଷୀ ମାନଙ୍କୁ ବିହନ ପ୍ରଦାନ କରାଯାଇଥିଲା l ଏହି ଅବସରରେ ମୁଖ୍ୟ ଅତିଥି ରୂପେ ବାଲିଶଙ୍କରା ବ୍ଲକ ଅଧ୍ୟକ୍ଷା କୁଞ୍ଜଳତା ଭିତ୍ରିଆ ଯୋଗ ଦେଇ ସରକାରଙ୍କ ତରଫରୁ ମାଗଣା ବିହନ ଓ ସବସିଡ଼ି ରେ ବିହନ ମିଳୁଥିବା ବେଳେ ପରେ ଚାଷକାର୍ଯ୍ୟ କରି ଟଙ୍କା ମଧ୍ୟ ଚାଷୀଙ୍କ ଖାତାକୁ ଯିବା ବ୍ୟବସ୍ଥାକୁ ଫାଇଦା ଉଠାଇବା ପାଇଁ ଚାଷୀ ମାନଙ୍କୁ ଉତ୍ସାହିତ ସହିତ ବିହନ ପ୍ରଦାନ କରିଥିଲେ l ଏହି ବ୍ଲକ ସ୍ତରୀୟ ବିଭିନ୍ନ ବିହନ ମଧ୍ୟରୁ ମକା ଚାଷ ପାଇଁ ୫୦ହେକ୍ଟର, ଆଳସୀ ପାଇଁ ୩୦ହେକ୍ଟର, ହରଡ଼ ୨୪୦ପକେଟ, ୪କିଲୋଗ୍ରାମ ପ୍ରତି ବିରି, ୧୬୦ପକେଟ ୪କିଲୋଗ୍ରାମ ପ୍ରତି କ୍ଲଷ୍ଟର, ଡେମୋଟେସନ ପାଇଁ ୨୦ହେକ୍ଟର ରାଶି, ୫୦ହେକ୍ଟର ଧନିଆଁ ୧୭୫ହେକ୍ଟର ପାଇଁ ପ୍ରଦାନ କରାଯାଇଥିଲା l ସମ୍ମାନିତ ଅତିଥି ରୂପେ ଅତିରିକ୍ତ ବ୍ଲକ କୃଷି ଅଧିକାରୀ ସ୍ୱପ୍ନା ସ୍ରମାନ ତ୍ରିପାଠୀ କୃଷି ତୁରେ ଓଭରସିଆର ପ୍ରେମଳତା ମାଝୀ, ଚାଷୀ ପ୍ରତିନିଧି ତଥା ପୂର୍ବତନ ସରପଞ୍ଚ ଦୀନବନ୍ଧୁ ସାଏ ଓ ଗୋବିନ୍ଦ ସାହୁ ପ୍ରମୁଖ ଉପସ୍ଥିତ ଥିଲେ l କୃଷି ପଞ୍ଚାୟତ ଅଧିକାରୀ ସବନମ ପ୍ରବିନ,ମମତା ନାଏକ, ଅଭିଷେକ ପୂଜାରୀ, ଚନ୍ଦନ କିଶୋର ବାଗ,ସୂବେନ୍ଦୁ ମୋହନ,ଶ୍ରୀ ଚରଣ ବରିହା ସମେତ ୧୯ଟି ପଞ୍ଚାୟତ ର ଚାଷୀ ପ୍ରତିନିଧି ଉପସ୍ଥିତ ରହିଥିଲେ l
ବାଲିଶଙ୍କରା ବ୍ଲକର କୃଷି କାର୍ଯ୍ୟାଳୟ ରେ ଚାଷୀ ଙ୍କୁ ବିହନ ବଣ୍ଟନ
|
July 27, 2026 |



