ବାରହା ଆକ୍ରମଣରେ ଜଣେ ମହିଳା ସମେତ ୫ ଆହତ

Spread the love
  •  
  •  
  •  
  •  
  •  

ପଟ୍ଟାମୁଣ୍ଡାଇ , ୧୪.୦୧.୨୦୨୧ (ସନ୍ଧାନ ନିଉଜ୍):- ଦିନକୁ ଦିନ ଜଙ୍ଗଲୀ ବାରହାଙ୍କ ପାର୍ଦୁଭାବ ବଢିବାରେ ଲାଗିଛି । କେନ୍ଦ୍ରାପଡା ଜିଲ୍ଲା ରାଜନଗର ବ୍ଲକ୍ ଦିଘି ଏବଂ ମଧୁପୁର ଗାଁରେ ବାରହା ଆକ୍ରମଣରେ ଜଣେ ମହିଳା ସହ ୪ ଜଣ ପୁରୁଷ ଆହତ ହୋଇଛନ୍ତି । ସକାଳୁ ଗାଁରେ ଲୋକମାନେ ନିଜର ନିତ୍ୟକର୍ମ କରୁଥିବା ବେଳେ ବାରହାଟି ହଠାତ୍ ଜନବସତି ଆଡକୁ ପଶିଆସି ଗାଁରେ ଆତଙ୍କ ସୃଷ୍ଟି କରିଥିଲା । ବାରହା ଆକ୍ରମଣ ଫଳରେ ମଧୁପୁର ଗାଁର ପଞ୍ଚାନନ ନାୟକ, ଲକ୍ଷ୍ମୀଧର ବେହେରା, ବନମାଳୀ ବେହେରା ଏବଂ ଦିଘି ଗ୍ରାମର ଅଜୟ କୁମାର ଦାସ ଓ ପୂର୍ଣ୍ଣିମା ଦାସ ଆହତ ହୋଇ ରାଜନଗର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି ହୋଇଛନ୍ତି ।

Related Posts

About The Author

Add Comment