ରସୁଲପୁର,୨୦ /୨ (ସନ୍ଧାନ ନିଉଜ/ ଜଗମୋହନ ରାଉତ) ରସୁଲପୁର ବ୍ଲକ ଅନ୍ତର୍ଗତ ବାରବାଟୀ ପଂଚାୟତରେ ଆଜି ମହିଳା ସଶକ୍ତିକରଣ ଓ ଜନସଚେତତନାତା କାର୍ଯ୍ର୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପଂଚାୟତର ଶିଶୁ କଳାକାରମାନଙ୍କ ଦ୍ୱାରା ରାଜ୍ୟ ସରକାରଙ୍କର ଜାବତୀୟ ଜନହିତକର ଯୋଜନା ସଂପର୍କରେ ନୃତ୍ୟ ମାଧ୍ୟମରେ ସୂଚନା ପ୍ରଦାନ କରାଯାଇଥିଲା । ଏହି ଅବସରରେ ସ୍ଥାନୀୟ ସରପଂଚ ସୁରଜିତ୍ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଚେତତନା କାର୍ଯ୍ୟକ୍ରମରେ ଯାଜପୁର ସାଂସଦଙ୍କ ପ୍ରତିନିଧି ପ୍ରକାଶ ସାମଲ, ଧର୍ମଶାଳା ବିଧାୟକଙ୍କ ପ୍ରତିନିଧି ଅରୁଣ ରାଉତ, କନିଷ୍ଠ ଯନ୍ତ୍ରୀ ରଜତ କୁମାର ମହାପାତ୍ର, ପ୍ରାକ୍ତନ ଜିଲାପରିଷଦ ସଦସ୍ୟ ଆକୁଳାନନ୍ଦ ଜେନାମଣୀ, ପ୍ରାକ୍ତନ ସରପଂଚ ମୋଇଉଦ୍ଧିନ ମହମ୍ମଦ, ସୁବାଷ ଖୁଂଟିଆ, ବିନୋଦ ରାଉତ, ବିଦୁ୍ୟତ ବିଭାଗ ପକ୍ଷରୁ ଜିତେନ୍ଦ୍ର ଓଝା, ରମାକାନ୍ତ ବେହେରା, ବରିଷ୍ଠ ନାଗରିକ ଗୋବିନ୍ଦ ମଳିକ, ବିମ୍ବାଧର ବିଶ୍ୱାଳ, ଯୁବନେତା ନିହାରରଂଜନ ମହାନ୍ତି, ମନୋଜ ରାଉତ,ଜ୍ଞାନରଂଜନ ରଥ, ନିତ୍ୟାନନ୍ଦ ମହାନ୍ତି ପ୍ରମୁଖ ଅତିଥି ଭାବରେ ଯୋଗଦେଇ ସରକାରଙ୍କର ଜନହିତକାରୀ ଯୋଜନା ସଂପର୍କରେ ସୂଚନା ପ୍ରଦାନ କରିଥିଲେ । ଏଥିସହ ମହିଳାମାନଙ୍କ ପାଇଁ ଉଦିଷ୍ଟ ଯୋଜନାକୁ ନେଇ ନାରୀନେତ୍ରୀ ମନୋରମା ବେହେରା, ଅଂଜନା ବେହେରା ସୂଚନା ପ୍ରଦାନ କରିଥିଲେ । ମହିଳାମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା ସକାଶେ ନବୀନ ସରକାରଙ୍କ ବିଭିନ୍ନ ଯୋଜନା,ସଦ୍ବ୍ୟବହାର ଓ ଉପକାରିତା ସଂପର୍କରେ ବୁଝାଇ କହିଥିଲେ । ମହିଳାମାନେ ସେଥିରୁ ଲାଭା ଉଠାଇବା ସହ ପରିବାରର ଆର୍ଥôକ ସ୍ଥିତିକୁ ସୁଦୃଢ କରିପାରିବେ ବୋଲି ମତ ରଖିଥିଲେ । କାର୍ଯ୍ୟ ନିର୍ବାହୀ ଅଧିକାରୀ ନିରଞ୍ଜନ ବଳ ପ୍ରାରମ୍ଭିକ ସୂଚନା ପ୍ରଦାନ କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ୧୦୦୦ ପରିବାରକୁ ଏଲଇଡି ବଲ୍ବ ପ୍ରଦାନ କରାଯାଇଥିଲା । ଏହାଛଡା ପଂଚାୟତର ୧୪୫ଜଣ ହିତାଧିକାରୀଙ୍କୁ ମଧୁବବାବୁ ପେନସନ ଯୋଜନାରେ ଭତ୍ତା ଓ ୧୦୦ ପରିବାରକୁ ରେସନ କାର୍ଡ ମିଳିପାରିବ ବୋଲି ସୂଚନା ପ୍ରଦାନ କରାଯାଇଥିଲା । ଯୁବବାହିନୀ ପକ୍ଷରୁ କାର୍ଯ୍ୟକ୍ରମ ସ୍ଥଳରେ ପାନୀୟଜଳ ପ୍ରଦାନ ଓ ଶାନ୍ତିଶୃଙ୍ଖଳାକୁ ପରିଚାଳନା କରିଥିଲେ । କାର୍ଯ୍ୟକ୍ରମରେ ୧୦୦୦ ରୁ ଉର୍ଦ୍ଧ ମହିଳା ଯୋଗଦେଇଥିଲେ । ପ୍ରାରମ୍ଭରେ ସହିଦ୍ ଜବାନଙ୍କ ଉଦେଶ୍ୟରେ ୨ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା । ସାଂସ୍କୃତିକ କାର୍ଯ୍ୟକ୍ରମକୁ ପ୍ରତିରେଖା ବେହେରା ଓ ସାଥୀମାନେ ପରିଚାଳନା କରିଥିଲେ ।
ତାଜା ଖବର
- ଜନପ୍ରତିନିଧି ଙ୍କ ସ୍ୱାର୍ଥପରତା ନୀତି କାରଣରୁ ଲୋକଙ୍କ ମୌଲିକ ସୁବିଧା ବିପର୍ଯ୍ୟସ୍ତ
- ଗ୍ରାମାଞ୍ଚଳରେ ଚାଲୁଥିବା ଓ ଏସଆରଟିସି ମୁଖ୍ୟମନ୍ତ୍ରୀ ସେବା ବସ ଫସିଲା କାଦୁଅରେ,ଟ୍ରାକ୍ଟର ସାହାଯ୍ୟରେ ବାହାର ହେଲା ବସ
- ରକ୍ତଦାନ ପରେ ଏବେ ପ୍ରକୃତି ପାଇଁ ‘ରକ୍ତବନ୍ଧୁ’ ସପ୍ତାହକରେ ୫ ଶହରୁ ଊର୍ଦ୍ଧ୍ବ ତାଳଚାରା ରୋପଣ ” ବଜ୍ରପାତ ନିରୋଧ ଓ ପରିବେଶ ସୁରକ୍ଷାର ବାର୍ତ୍ତା
- ଜନ ପ୍ରତିନିଧି ସହିତ ପ୍ରସାଶନିକ ଅଧିକାରୀଙ୍କ ଅବହେଳା,ସୋଲାର ପାଣି ଟାଙ୍କି ଅଚଳ,୫୦ପରିବାର ମୌଳିକ ସୁବିଧାରୁ ବଞ୍ଚିତ
- ମୁଖ୍ୟମନ୍ତ୍ରୀଙ୍କୁ ଅନୁଦାନ ପାଇଁ ଦାବି ଜଣାଇଲେ ଅଧ୍ୟାପକ ଓ କର୍ମଚାରୀ-
- ସ୍ବର୍ଗତ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ରଙ୍ଗାଧର ଙ୍କ ଷଷ୍ଠ ବାର୍ଷିକ ସଙ୍ଗୀତ ଓ ନୃତ୍ୟ ପ୍ରତିଯୋଗିତା।
- ଡୁମ୍ବେରବାହାଲ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ସ୍ୱଚ୍ଛତା ପକ୍ଷ ପାଳନ
- ଆଙ୍କୁଲା ଛକରେ ଗୋଷ୍ଠୀ କନ୍ଦଳକୁ କେନ୍ଦ୍ରକରି ଅଭିଯୁକ୍ତ ଗିରଫ ପାଇଁ ଦାବି
- ଡିଲର ମନମୁଖୀ ଶାସନ ଚଳାଇଥିବା ବେଳେ ଖାଉଟି ହନ୍ତସନ୍ତ
- ବ୍ୟାଙ୍କ ଲୁଟ କରିବାକୁ ଉଦ୍ୟମ କରିଥିବାବେଳେ ୬ ଡକାୟତ ଗିରଫ



