ବାତ୍ୟାପାଇଁ ଯାଜପୁର ଜିଲ୍ଲାର ଲୋକମାନେ ଆତଙ୍କରେ ରହିଛନ୍ତି

Spread the love

ଯାଜପୁର ସଦର, , ୬/୦୫/୨୦୨୨ (ସନ୍ଧାନ ନିଉଜ) ପାଣିପାଗ ବିଭାଗର ଆକଳନ ଅନୁସାରେ ମେ ମାସରେ ବାତ୍ୟା ହେବାର ସମ୍ଭାବନା ରହିଥିବାରୁ ତଳିଆ ଅଞ୍ଚଳର ଲୋକମାନେ ବାରମ୍ବାର ବାତ୍ୟାର ମାଡ଼ରେ ଆତଙ୍କିତ ହେଉଥିବା ଦେଖିବାକୁ ମିଳିଚି । ଯାହାକି ଏହି ଜିଲ୍ଲାରେ ବରାମ୍ବାର ଦୃବିପାକ ଲାଗି ରହିଥିବା ବେଳେ, ଲୋକମାନଙ୍କର ମେରୁଦଣ୍ଡ କିଛିଦିନ ତଳେ ବାତ୍ୟା ଝଡ଼ର ପ୍ରଭାବରେ କ୍ଷତିଗ୍ରସ୍ତ ହୋଇଛନ୍ତି । ଏଠାରେ ସୂଚନା ଯୋଗ୍ୟ ଯେ, କେନ୍ଦ୍ରିୟ ଟିମ ଏହାକୁ ଅନୁଧ୍ୟାନ କରି କ୍ଷତି ପୂରଣ କରିବା ଲାଗି କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରତ୍ୟେକ ଜିଲ୍ଲାର ଜିଲ୍ଲାପାଳଙ୍କୁ ସତର୍କ ରହିବା ଲାଗି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଚି । ବାତ୍ୟା ପରେ ବାତ୍ୟା ମାଡ଼ି ଆସୁଥିବାରୁ ଓଡ଼ିଶାରେ ବହୁତ କ୍ଷତିଗ୍ରସ୍ତ ଦଇବ ଦୃବିପାକକୁ ଆଖିଆଗରେ ରଖି ଏହି ଜିଲ୍ଲାରେ ଅନେକ ସ୍ଥାନରେ ବହୁତ ଭଙ୍ଗାଘର ଛିଡ଼ା ହୋଇଚି କେଉଁଠାରେ ବାତ୍ୟାରେ ଘର ଗୁଡ଼ିକ ବିଛିନ୍ନ ହୋଇଥିବା ବେଳେ, ଆଉ କେତେକ ବ୍ଲକ ଅଞ୍ଚଳରେ ବାତ୍ୟା କଥା ଶୁଣି ଲୋକେ ଆତଙ୍କରେ ରହିଛନ୍ତି । ଏଦିଗରେ ଜିଲ୍ଲାପ୍ରଶାସନ ପଦକ୍ଷେପ ନେବାଲାଗି ଦାହି କରାଯାଉଚି ।

Related Posts

About The Author

Add Comment