ବାଘୁଆ ବ୍ରାହ୍ମଣୀ ଦେବୀ (ବାଲିସାହି) ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଅନିୟମିତତା ,ଅଞ୍ଚଳ ବାସୀଙ୍କ ବିରୋଧ

Spread the love
  •  
  •  
  •  
  •  
  •  

ଜେନାପୁର,୧୬/୦୧ (ସନ୍ଧାନ ନିୟୁଜ୍/ ପ୍ରଶାନ୍ତ ସାମଲ) ଯାଜପୁର ଜିଲ୍ଲା, ଧର୍ମଶାଳା ବ୍ଲକ ,ଅଞ୍ଜିରା ପଞ୍ଚାୟତ ଅନ୍ତର୍ଗତ ବାଲିସାହି ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଉପରେ ସାଧାରଣତଃ ଦୁଇଟି ପଞ୍ଚାୟତର ୧୦ ହଜାର ଅଧିବାସୀ ଙ୍କ ସହ ବାଘୁଆ ଅଞ୍ଚଳର ୫ଟି କୋକ ପ୍ଲାଣ୍ଟ ଓ ୫୦ ରୁ ଅଧିକ କ୍ରସର ଲେବର, ବାଘୁଆ ପାର୍ବତ୍ୟାଞ୍ଚଳ ରେ କାର୍ଯ୍ୟରତ ୧୦ ହଜାର ଶ୍ରମିକ ସମେତ ୫୩ନମ୍ବର ଜାତୀୟ ରାଜପଥର ଆକସ୍ମିକ ଦୁର୍ଘଟଣାଗ୍ରସ୍ତ ପଥଚାରୀ ଜୀବନ ନିର୍ଭରଶୀଳ ,କିନ୍ତୁ ଦୁଃଖ ଓ ପରିତାପର ବିଷୟ ,ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରର ବିଭିନ୍ନ ସମସ୍ୟା ଜନ ଆନ୍ଦୋଳନର ଉଗ୍ର ରୂପ ନବାକୁ ଯାଉଛି । ଏଠି ଡାକ୍ତର ଠିକ୍ ସମୟରେ ଆସୁନଥିବା ,ରୋଗୀଙ୍କୁ ସଠିକ ଢଙ୍ଗରେ ଚିକିତ୍ସା କରୁନଥିବା ସ୍ଥାନୀୟ ଜନସାଧାରଣ ଅଭିଯୋଗ କରୁଛନ୍ତି। ସ୍ବାସ୍ଥ୍ୟକେନ୍ଦ୍ରର ଫାର୍ମାସିଷ୍ଟ ମହାଶୟ ଦୀର୍ଘ ୨୦ବର୍ଷର ରହଣୀରେ ,ତାଙ୍କର ଏକଛତ୍ରବାଦ ଦୁର୍ବ୍ୟବହାର ରୋଗୀର ଯନ୍ତ୍ରଣା କୁ ଦ୍ବିଗୁଣିତ କରୁଅଛି । ଏହି ନେଇ ଅଞ୍ଚଳବାସୀ ଆଜି ତିବ୍ରବିରୋଧ ଵିରୋଧ କରିବା ସହ ସ୍ଥାନୀୟ ସରପଞ୍ଚ, ସ୍ଥାନୀୟ ଜନସାଧାରଣ ଅକ୍ଷୟ କୁମାର ପ୍ରଧାନ, ନାରାୟଣ ସାହୁ, କୁଶଚନ୍ଦ୍ର ସାହୁ,ସନ୍ତୋଷ କୁମାର ରାଉତ,ପ୍ରତାପ କୁମାର ପ୍ରଧାନ, ସୁନିଲି ଜେନା, ବାଇଧର ସାହୁ, ବିଶ୍ୱନାଥ ରାଉତ ରଘୁନାଥ ପ୍ରଧାନ ପ୍ରଭୁତି, ଗଣମାଧ୍ୟମ ପ୍ରତିନିଧି ଏହି ବିଷୟରେ ଡାକ୍ତରଙ୍କୁ ପଚାରିବାକୁ ସେ ସମସ୍ତଙ୍କ ଉପରେ ଚିଡ଼ି ଉଠିଥିଲେ।

Related Posts

About The Author

Add Comment