ବାଇକ ଦୁର୍ଘଟଣାରେ ଦୁଇମୃତ

Spread the love

ମାଲକାନଗିରି,୨୬/୫ (ସନ୍ଧାନ ନିୟୁଜ) ନିଜ ସଂପର୍କିୟଙ୍କ ଦଶାଘାଟକୁ ଯାଉଥିବା ବେଳେ ବାଇକ ଦୁର୍ଘଟଣାରେ  ଦୁଇଜଣ ବ୍ୟକ୍ତିଙ୍କର ମୃତ୍ୟୁଘଟିବାପରେ  ସେମାନଙ୍କୁ ମଶାଣି ଘଟକୁ ପଠାଇଦିଆ ଯାଇଛି  । ଆଜି ସକାଳେ ମାଲକାନଗିରି ଥାନାସ୍ଥ ତଣ୍ଡାପାଲି ପଚାଂୟତ ଏମଭି୬ ଗ୍ରାମର ମନୋଜ ସୋରେନ ଓ ଅତୁଲ ମୁଣ୍ଡା ନାମକ ଦୁଇଜଣ ବ୍ୟକ୍ତି ଏମଭି୫ଗ୍ରାମର ନିଜ ସଂପର୍କିୟଙ୍କ ଦଶାହ କାର୍ଯ୍ୟରେ ଯୋଗଦେବା ପାଇଁ ଏକ ବାଇକରେ ଯାଉଥିଲେ ଏମଭି୬ ଗ୍ରାମ ମୁଣ୍ଡରେ ଥିବା ଏକ କଲଭର୍ଟିରେ ବାଇକଟି ଭାରସାମ୍ୟହରାଇ ପିଟି ହୋଇଯାଇଥିଲା । ବାଇକ ସହିତ ସେ ଦୁଇଜଣ କଲଭର୍ଟି ତଳକୁ ଖସିପଡିଥିଲେ । କଲଭର୍ଟତଳେ ଥିବା ପଥରରେ ମୁଣ୍ଡଛେଚି ହୋଇ ଘଟଣାସ୍ଥଳରେ ସେ ଦୁଇଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ବାଇକ ଟି ଭଙ୍ଗି ଚୁରମାର ହୋଇ ଯାଇଛି । ଏହି ଦୁର୍ଘଟଣା ସଂପର୍କରେ ନିକଟସ୍ଥ ଗ୍ରାମବାସୀ ମାଲକାନଗିରି ଥାନାକୁ ଜଣାଇଥିଲେ । ଘଟଣା ସ୍ଥଳରେ ପରିବାର ଲୋକେ ପହଁଚି ଶବ ଚିହ୍ନଟ କଲାପରେ  ମାଲକାନଗିରି ଥାନା ଆଇଆଇସି ରଜଂନକୁମାର ସାହୁ ପୁଲିସ ସଦଳବଳ ଘଟଣାସ୍ଥଳରେ ପହଁଚି ଦୁଇ ମୃତଶରୀର ବାଇକ ଜବତ କରିଥିଲେ । ମୃତଶରୀର କୁ ଶବବ୍ୟବଛେଦପାଇଁ ପଠାଇ ଅପମୃତ୍ୟୁ ମାମଲା ରୁଜକରି ପୁଲିସ ଘଟଣାସଂପର୍କରେ ତଦନ୍ତ ଚଳାଇଛନ୍ତି । ଆଖପାଖ ଗ୍ରାମର ଶତାଧିକ ଲୋକ ରୁଣ୍ଡ ହୋଇ ଦୁର୍ଘଟଣାର କରୁଣ ଦୃଶ୍ୟ ଦେଖି କାନ୍ଦିପକାଇଥିଲେ । ଏମଭି୬ ଓ ଏମଭି ୫ ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଟିହୋଇଛି । ସେ ଦୁଇଜଇଣ ନିଜସଂପର୍କିୟଙ୍କ ମୃତ୍ୟୁ ହେବାପରେ ତାଙ୍କ ଦଶାହ କାମକୁ ଯାଉଥିଲେ, ଦଶାହ କାମ ରେ ଯୋଗଦେବା ଆଗରୁ ସେ ଦୁଇଜଣ ଙ୍କୁ ମଶାଣିକୁ ଯିବାକୁ ପଡିଲା । ମୃତ ଦୁଇଜଣ ଅତ୍ୟନ୍ତ ଗରିବ ଆଦିବାସୀ ଶାନ୍ତାଳୀ ସଂପ୍ରଦାୟର , ଘରକୁ ସେମାନେ ଏକ ମାତ୍ର ରୋଜଗାର କ୍ଷମ ବ୍ୟକ୍ତି ଥିଲେ ତାଙ୍କର ମୃତ୍ୟୁପରେ ପରିବାର ଲୋକଙ୍କ ଆଖିରୁ ଲୁହଶୁଖୁ ନାହିଁ, ସେମାନେ ଦୁଃଖରେ ଭାଙ୍ଗିପଡିଛନ୍ତି ।ଦୁର୍ଘଟଣାରେ ମୃତ ଦୁଇପରିବାରଙ୍କୁ ଜିଲ୍ଲାପ୍ରାଶସନ ପକ୍ଷରୁ ଆର୍ଥିକ ସହାୟତା ଯେଗାଇ ଦେବା ପାଇଁ ଗ୍ରାମବାସୀ ମାନେ ଦାବିକରିଛନ୍ତି ।

Related Posts

About The Author

Add Comment