ବହୁ ଚର୍ଚ୍ଚିତ ଭୂତଗାଡି କେଳେଙ୍କାରୀର ମୁଖ୍ୟ ଦାଗୀ ଦିଲ୍ଲିପ ନବୀନ ନିବାସରେ ଅମରଙ୍କ ସହ

Spread the love
  • 14
    Shares

ଯାଜପୁର, ୧୧/୬ (ସନ୍ଧାନ ନିୟୁଜ) ରାଜ୍ୟର ବହୁ ଚର୍ଚ୍ଚିତ ଚଣ୍ଡିଖୋଲ ଆଂଚଳିକ ପରିବହନ କାର୍ଯ୍ୟଳୟରେ ଘଟିଥିବା ଭୂତଗାଡି କେଳାଙ୍କାରୀର ମୁଖ୍ୟ ଦାଗୀ ତଥା ବହୁ ବେଆଇନ୍ କାରାବାରରେ ସମ୍ପୁକ୍ତ ଥାଇ ଜେଲ ଯିବା ଓ ଯାହାକୁ ନେଇ ସେତେବେଳେ ରାଜ୍ୟ ସାରା ହଇଚଇ ସୃଷ୍ଟି ହେବା ସାଙ୍ଗକୁ ପୋଲିସ ପାଇଁ ମୋଷ୍ଟ ୱାଣ୍ଟେଡ ସାଜିଥିବା ଦିଲ୍ଲୀପ ନାୟକଙ୍କୁ ଆଜି ନବୀନ ନିବାସରେ ଦେଖିବାକୁ ମିଳିବା ନେଇ ସମଗ୍ର ବଡଚଣାରେ ଚର୍ଚ୍ଚା ଜୋର ଧରିଛି । ସେ ବଡଚଣା ବିଧାୟକ ତଥା ରାଜ୍ୟ ସରକାରଙ୍କ ମୁଖ୍ୟ ସଚେତକଙ୍କ ସହ ଏକ ମିଶ୍ରଣ ପର୍ବରେ ନବୀନ ନିବାସକୁ ଯାଇଥିବା ଦେଖାଯାଇଛି । ବଡଚଣାର ବାତୋ ପଂଚାୟତର ଜୌନିକ ସମିତସଭ୍ୟ ବିଜେଡିରେ ମିଶିବା ପାଇଁ ସ୍ୱତନ୍ତ୍ର ଆୟୋଜନ କରାଯାଇ ବଡଚଣାର କେତେକ କର୍ମୀ ନବୀନ ନିବାସ ଯାଇଥିବା ବେଳେ ଏହି ଦାଗୀ ବ୍ୟକ୍ତିଜଣଙ୍କ ଅଗ୍ରଭାଗରେ ଥିବା ଫୋଟ ସାମାଜିକ ଗଣମାଧ୍ୟମରେ ଘୁରି ବୁଲିବା ପରେ ଲୋକଙ୍କ ମଧ୍ୟରେ ଚର୍ଚ୍ଚା ଜମିଛି । ଚଣ୍ଡିଖୋଲ ଆରଟିଓରେ ଗାଡି ନଥାଇ ବେନାମୀ ଭାବେ ବହୁ ସଂଖ୍ୟକ ଗାଡିକୁ ନୂତନ ପଞ୍ଜିକରଣ କରାଇ ଲକ୍ଷାଧିକ ଟଙ୍କାର ଘୋଟାଲର ଦିଲ୍ଲିପ ମୁଖ୍ୟ ନାୟକ ଥିଲେ ।ଦୀର୍ଘଦିନ ଧରି ସେ ଫେରାର ହେବାରୁ ତାଙ୍କୁ ଗିରଫ ପାଇଁ ରାଜ୍ୟ ପୋଲିସ ନାକେଦମ ହୋଇଥିଲା । ହେଲେ କେଳାଙ୍କାରୀ ଯୋଗୁ ଜଣେ ଏମଭିଆଇ, ଜଣେ କିରାଣୀଙ୍କ ସହ ମୋଟ ୧୩ଜଣ ଗିରଫ ହୋଇଜେଲ ଯାଇଥିବା ବେଳେ ତତ୍କାଳୀନ ଆରଟିଓ ଙ୍କୁ ନିଲମ୍ବନ କରାଯାଇଥିଲା । ଶେଷରେ କେନ୍ଦୁଝର ପୋଲିସ ଦ୍ୱାରା ଦାଗୀ ଦିଲ୍ଲୀପ ଗିରଫ ହୋଇ ଦୀର୍ଘ ଦିନ ଧରି ଜେଲ ହାଜତରେ ରହିବା ପରେ ଗତକିଛି ଦିନହେବ ସର୍ତ୍ତମୂଳକ ଜାମିନରେ ଆସିଥିଲା । ଏପରି ଜଣେ ଦଗୀଙ୍କୁ ସାଙ୍ଗରେ ନେଇ ସ୍ଥାନୀୟ ବିଧାୟକ ନବୀନ ନିବାସ ଯିବା ପ୍ରସଙ୍ଗ ଏବେ ରାଜନୌତିକ ମଡଲରେ ବେଶ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି ।

  • 14
    Shares

Related Posts

About The Author

Add Comment