ବହୁବିଧି ସମସ୍ୟାରେ ବଡ଼ଚଣା ଜୁନିଅର ମହିଳା ମହାବିଦ୍ୟାଳୟ, ସଭାପତିଙ୍କ ଆନ୍ତରିକତା ଅଭାବ ପାଇଁ ବିକାଶ ହୋଇପାରୁନାହିଁ
ବହୁବିଧି ସମସ୍ୟାରେ ବଡ଼ଚଣା ଜୁନିଅର ମହିଳା ମହାବିଦ୍ୟାଳୟ, ସଭାପତିଙ୍କ ଆନ୍ତରିକତା ଅଭାବ ପାଇଁ ବିକାଶ ହୋଇପାରୁନାହିଁ
Manas Kumar Rout |
September 6, 2018 |
ବଡ଼ଚଣା, ୩/୯(ସନ୍ଧାନ ନିୟୁଜ/ମାନସ ରାଉତ) ଯାଜପୁର ଜିଲ୍ଲାର ବଡ଼ଚଣା ବ୍ଲକ୍ର ଏକମାତ୍ର ମହିଳା ମହାବିଦ୍ୟାଳୟ ବଡ଼ଚଣା ସ୍ଥିତ ବଡ଼ଚଣା ଜୁନିଅର ମହିଳା ମହାବିଦ୍ୟାଳୟ । ଭିତ୍ତିମୂମିର ଅଭାବ ସର୍ବନିମ୍ନ ଆବଶ୍ୟକତା ନଥିଲେ ମଧ୍ୟ ଶିକ୍ଷାଦାନ କ୍ଷେତ୍ରରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି । କଟକ, ଢେଙ୍କାନାଳ, ଯାଜପୁରର ୩ ଟି ଜିଲାର ଛାତ୍ରୀମାନେ ଏହି ମହାବିଦ୍ୟାଳୟରେ ଅଧ୍ୟୟନ କରନ୍ତି । ପୁରାଣ ପ୍ରସିଦ୍ଧ ବାରୁଣାବନ୍ତ ପାହାଡ଼ ପାଦଦେଶରେ ସବୁଜ ଘଞ୍ଚ ବନାନୀ ପ୍ରାକୃତିକ ଶୋଭାରେ ପରିପୂର୍ଣ୍ଣ ଏହି ମହିଳା ମହାବିଦ୍ୟାଳୟଟି ୧୯୯୦ ମସିହାରେ ପ୍ରତିଷ୍ଟା କରାଯାଇଥିଲା । +୨ କଳା ଓ ବିଜ୍ଞାନରେ ମୋଟ ୩୮୪ ଜଣ ଛାତ୍ରୀ ଅଧ୍ୟୟନ ରତ । ପ୍ରଥମ ବର୍ଷକଳା-୧୨୮, ଦ୍ୱିତୀୟ ବର୍ଷ କଳା-୧୨୮ ଓ ବିଜ୍ଞାନରେ ପ୍ରଥମ ବର୍ଷରେ ୬୪ ଓ ଦ୍ୱିତୀୟ ବର୍ଷରେ ୬୪ ଜଣ ଛାତ୍ରୀ ଅଧ୍ୟୟନ କରୁଛନ୍ତି । ବିଗତ ଦିନର ପରୀକ୍ଷା ଫଳକୁ ନେଇ ମହାବିଦ୍ୟାଳୟଟି ବେଶ ଉତ୍ସାହ ଜନକ ବହୁ ଅସୁବିଧା ସତ୍ୱେ ବିଦ୍ୟାଳୟଟି ୨୮ ବର୍ଷଧରି ସଗର୍ବେ ଦଣ୍ଡାୟମାନ । ଦୀର୍ଘ ୨୫ ବର୍ଷ ଧରି ଅଧ୍ୟାପକ ଅଧ୍ୟାପିକା କର୍ମଚାରୀମାନେ ଦରମା ପାଇ ନାହାଁନ୍ତି । ଆବଶ୍ୟକୀୟ ଶ୍ରେଣୀ ଗ୍ରୃହ ର ଅଭାବ, ଶୌଚାଳୟ, ଖେଳପଡ଼ିଆ, ପିଇବା ପାଣି, ବିଜ୍ଞାନଗାର, ପାଠାଗାରର ଆବଶ୍ୟକତା । ପୁସ୍ତକର ଅଭାବ ଯୋଗୁ ଶିକ୍ଷାଦାନରେ ଅସୁବିଧା ସୃଷ୍ଟି ହେଉଛି । ତେବେ ଏସବୁ ପାଇଁ ଏହାର ସଭାପତି ତଥା ବଡଚଣା ବିଧାୟକଙ୍କ ସହଯୋଗ ମିଳୁନଥିବା କହିଛନ୍ତି ଅଭିଭାବକ ଏବଂ ବଡଚଣାର ବୁଦ୍ଧିଜିବୀ ମାନେ ।

ପ୍ରମୁଖ ସମସ୍ୟା ଗୁଡିକ
୧. ଛାତ୍ରୀଙ୍କ କମନ ରୁମ୍ ନାହିଁ:- ବିଦ୍ୟାଦାନ ପରେ ଛାତ୍ରୀମାନଙ୍କ ପାଇଁ କମନରୁମ୍ ନଥିବାରୁ ସେମାନେ ଏଣେ ତେଣେ ବସାଉଠା କରିଥାନ୍ତି ।
୨-ଅର୍ଦ୍ଧନିର୍ମିତ କୋଠାଘର:- ଯାଜପୁର ସାଂସଦଙ୍କ ଅନୁଦାନ ପାଣ୍ଠିରୁ ୭ ଲକ୍ଷ ଟଙ୍କା ବ୍ୟୟରେ ନିର୍ମାଣ କରାଯାଇଥିବା କୋଠାଘର ସମ୍ପୁର୍ଣ୍ଣ କରାଯାଇପାରି ନାହିଁ ।
୩-ଶୌଚାଳୟ ନାହିଁ:- ମହାବିଦ୍ୟାଳୟର ସର୍ବନିମ୍ନ ଆବଶ୍ୟକତା ଶୌଚାଳୟ ଓ ଜଳ ଯୋଗାଣ ବ୍ୟବସ୍ଥା ନଥିବାରୁ ଛାତ୍ରୀମାନେ ଜଙ୍ଗଲକୁ ପରିଶ୍ରା କରିବାକୁ ଯାଆନ୍ତି । ଜଳ ଯୋଗାଣ ନଥିବାରୁ ଛାତ୍ରୀମାନେ ସାଙ୍ଗରେ ଆଣିଥିବା ପାଣି ବଟଲରେ ନିଜର ଶୋଷ ମେଣ୍ଟାଇଥାନ୍ତି ।

୪-ଶ୍ରେଣୀ ଗୃହର ଅଭାବ:- ୩୮୪ ଜଣ ଛାତ୍ରୀମାନଙ୍କ ଅଧ୍ୟୟନ ପାଇଁ ଆବଶ୍ୟକୀୟ ଶ୍ରେଣୀ ଗୃହ ନଥିବାରୁ ପାଠ ପଢାରେ ଅସୁବିଧା ସୃଷ୍ଟି ହେଉଛି ।
୫-ଖେଳପଡ଼ିଆ ନାହିଁ:-ମହାବିଦ୍ୟାଳଟି ପାହାଡ଼ର ପାଦ ଦେଶରେ ପ୍ରତିଷ୍ଠା ହୋଇଥିବାରୁ ଖେଳା ଖେଳୀ ପାଇଁ ଅନୁପଯୁକ୍ତ । କଲେଜର ନିଜସ୍ୱ ଖେଳ ପଡ଼ିଆ ନଥିବାରୁ ବାଳିକାମାନେ କ୍ରୀଡ଼ା ପ୍ରତିଭାର ବିକାଶ ହୋଇ ପାରୁ ନାହିଁ । ତଥାପି ନଜସ୍ୱ ପ୍ରଚେଷ୍ଠା ବଳରେ ମହାବିଦ୍ୟାଳୟର ଛାତ୍ରୀମାନେ କ୍ରୀଡ଼ା କ୍ଷେତ୍ରରେ ଜିଲା ଓ ରାଜ୍ୟ ସ୍ତରରେ ନିଜର ସୁନାମ ପ୍ରତିଷ୍ଟା କରିପାରିଛନ୍ତି ।
୬-ଅଧ୍ୟାପକ ଅଧ୍ୟାପିକା କର୍ମଚାରୀମାନେ ଦୀର୍ଘ ୨୫ ବର୍ଷ ଧରି କାର୍ଯ୍ୟ କରିଥିଲେ ମଧ୍ୟ ଦରମା ପାଇପାରି ନାହାଁନ୍ତି । ସେମାନଙ୍କ ମଧ୍ୟରୁ ୧୯ ଜଣ ବ୍ଳକ୍ ଗ୍ରାଣ୍ଟ ପାଉଥିବା ବେଳେ ୧୫ ଜଣ ବାଦ ପଡ଼ିଛନ୍ତି । ସ୍ୱଳ୍ପ ଦରମାରେ ଦୀର୍ଘଦିନ ଧରି ଶିକ୍ଷାଦାନ କରି ଆସୁଥିବା ଅଧ୍ୟାପକା/ଅଧ୍ୟାପିକା ୧୫ ଜଣ ବାଦ ପଡ଼ିଛନ୍ତି । ସ୍ୱଳ୍ପ ଦରମାରେ ଦୀର୍ଘ ଦିନ ଧରି ଶିକ୍ଷାଦାନ କରି ଆସୁଥିବା ଅଧ୍ୟାପକ/ଅଧ୍ୟାପିକା/କର୍ମଚାରୀମାନେ ନିଜର ଦାୟିତ୍ୱ ସଠିକ୍ ଭାବରେ ତୁଳାଇ ଆସୁଛନ୍ତି ।
୭-ବାଉଣ୍ଡରୀ ନାହିଁ-ମହାବିଦ୍ୟାଳୟ ଚର୍ତ୍ତୁପାଶ୍ୱରେ ସୁରକ୍ଷା ପ୍ରାଚୀର ନଥିବାରୁ ବୁଲା ଗୋରୁମାଇମାନଙ୍କର ଅବାଧ ପ୍ରବେଶ ଘଟିବା ସହିତ ରାତିରେ ଅସାମାଜିକ ଯୁବକଙ୍କର ଦ୍ୱରାତ୍ମ ଦେଖିବାକୁ ମଳୁଛି । ଏ ସୁବିଧା ଅସୁବିଧା ସମ୍ପର୍କରେ ବିଭାଗୀୟ ପ୍ରଶାସନିକ ଅଧିକାରୀଙ୍କୁ ଅବଗତ କରାଇଥିଲେ ମଧ୍ୟ କୌଣସି ସୁଫଳ ମିଳୁ ନାହିଁ । ଆବଶ୍ୟକୀୟ ଭିତ୍ତିଭୂମି, ସର୍ବନିମ୍ନ ଆବଶ୍ୟକତା ନଥିଲେ ମଧ୍ୟ ମହିଳା ମହାବିଦ୍ୟାଳୟଟି ଶିକ୍ଷାଦାନ କ୍ଷେତ୍ରରେ ବିଶେଷ ପାରଦର୍ଶିତା ହାସଲ କରିଛି ।

Related Posts
About The Author