ଜେନାପୁର /୦୯/୦୨(ସନ୍ଧାନ ନିଉଜ୍) ପ୍ରଶାନ୍ତ ସାମଲ) ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଳକ ଅନ୍ତର୍ଗତ ୫୩ ନମ୍ବର ଜାତୀୟ ରାଜପଥ ର ଭଡଙ୍ଗା ଛକ ନିକଟରେ ଏକ ବସ ସହ ହାଇୱା ଧକ୍କା ହେବା ଫଳରେ ୧୦ରୁ ଅଧିକ ଗୁରୁତର ଆହାତ ହୋଥିବା ଜଣା ପଡ଼ିଛି। ସୂଚନା ଅନୁଯାୟୀ ( ବିକ୍ରମ )ଓସେନ କୁଇନ ଘରୋଇ ବସ ଟି ଡୁବୁରୀ ରୁ ଚଣ୍ଡିଖୋଲ ଅଭିମୁଖେ ଯାଉଥିବା ବେଳେ। ଏହା ହାଇୱା ସହ ଧକ୍କା ହୋଇଥିଲା ।ବସରେ ୪୦ଯାତ୍ରୀ ଥିଲାବେଳେ ଦଶ ରୁ ଅଧିକ ଗୁରୁତର ଆହତ ହୋଇଥିବା ଜଣାପଡିଛି। ଘଟଣା ସ୍ଥଳରେ ଚଣ୍ଡିଖୋଲ ଅଗ୍ନିଶମ ବାହିନୀ ପହଞ୍ଚି ଆହତଙ୍କୁ ବଡଚନା ମେଡିକାଲ ରେ ଭର୍ତ୍ତି କରିବା ସହ ଧର୍ମଶାଳା ପୋଲିସ ତଦନ୍ତ ଜାରିରଖିଛନ୍ତି।ଆହତ ମାନେ ହେଲେ ମାଳତୀ ମରଣ୍ଡୀ , ୪୫)ଆନନ୍ଦ ପୁର ଲକ୍ଷ୍ମୀଧ ରମୁଣ୍ଡଳ ୪୦)ଜଗତସିଂହପୁର । ବାଇଧର ନାୟକ ୬୦)ସୁକିନ୍ଦା । ଗିରିଷ ପରିଡ଼ା ୪୬)ଵଂବିଲ । ବିକାଶ ପ୍ରଧାନ ୨୭) ମୁକୁନ୍ଦ ପୁର ଜେନାପୁର ଥାନା ।ସତ୍ୟମ ସୁନ୍ଦର ସାହୁ ୪୨)ନିତ୍ୟାନନ୍ଦ ପୁର ନିହଲ ପ୍ରସାଦ ଥାନା। ବାସନ୍ତୀ ସାହୁ ୫୦)ସୁକିନ୍ଦା ।ନୀଳ ସାହୁ ୭୦) ନିତ୍ୟନନ୍ଦ ପୁର ସୁନିଆ ପାତ୍ର ୪୭)କେସ୍ତୁରା ପାଳ
ବସ ସହିତ ହାଇୱା ମୁହାଁ ମୁହିଁ ଧକ୍କା ୧୦ ରୁ ଅଧିକ ଗୁରୁତର ଆହାତ।
|
February 10, 2023 |



