ସୁନ୍ଦରଗଡ଼ ତା:୨୩/୫/୨୦୨୪ (ସନ୍ଧାନ ନିୟୁଜ /ଦୁର୍ଯ୍ୟୋଧନ ଗରଡ଼ିଆ )ବସୁଧା ପାଣି ଟାଙ୍କି ଅଛି ହେଲେ ଗ୍ରାମ ର ସବୁ ଅଞ୍ଚଳ କୁ ପାଣି ପହଞ୍ଚି ପାରୁନି ଗୋଟିଏ ପଡା ରେ ସୀମିତ ରହିଛି ବାକି ପଡା ର ଜନସାଧାରଣ ପାଣି ପାଇଁ ଅଶାନ୍ତି ପ୍ରକାଶ କରିଛନ୍ତି। ବର୍ତ୍ତମାନ ଗ୍ରୀଷ୍ମ ଋତୁ ଚାଲିଥିବା ବେଳେ କେତେକ ଗ୍ରାମ ରେ ଲୋକେ ପାଣି ଟୋପାଏ ପାଇଁ ଡହଳ ବିକଳ ହେଉଥିବା ର ଜନ ସାଧାରଣ ରେ ଚର୍ଚ୍ଚl ବିଷୟ ପାଲଟିଛି । ବାଲିଶଙ୍କରା ବ୍ଲକ ଅନ୍ତର୍ଗତ ତଲସରା ଗ୍ରାମ ପଂଚାୟତ ର ବନ୍ଦପଡା ଠାରେ ଥିବା ଏକ ବସୁଧା ପାଣି ପମ୍ପ ଥିବା ବେଳେ ଗ୍ରାମ ର ସବୁ ପଡା କୁ ପାଣି ପହଁଚି ପାରୁ ନି । ଯ ଦ୍ୱାରା ଜନସାଧାରଣ ରେ ପାଣି ପାଇଁ ଅଶାନ୍ତି ର ବାତାବରଣ ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଛି । ସବୁ ପଡା କୁ ପାଣି ପହଞ୍ଚାଇବା ପାଇଁ ସମିତି ଫଣ୍ଡ ରୁ ଆହୁରି ଛଅ ଲକ୍ଷ ଟଙ୍କା ମନୋନୀତ କରି ସମସ୍ତ ପଡା ପାଇଁ ପାଇପ ବିଚାଇଲା ପରେ ମଧ୍ୟ ସବୁ ପଡା କୁ ପାଣି ପହଞ୍ଚି ପାରୁନି । ଯେଉଁ ଜାଗାରେ ଏ ବସୁଧା ପାଣି ପମ୍ପ ତିଆରି ହୋଇଛି ସେଠାରେ ଏକ ନଳ କୂପ ଅଛି, ଏହି ନଳ କୂପ ରୁ ପାଣି ଟାଣି ଅଲଗା ପଡା କୁ ଦିଆଯାଉଥିବା ବେଳେ ପାଣି ପମ୍ପ ଥିବା ପାଖ ନଳ କୂପ ଟି ର ପାଣି ସୁଖୀ ଯାଉଛି । ପାଖରେ ଅନ୍ୟ ଏକ ବଡ଼ ବୋର ଖୋଲା ହୋଇଛି ସେଠାରୁ ପାଣି ସୁବିଧା କରିବା କଥା କିନ୍ତୁ ପ୍ରଶାସନ କୁ ବାରମ୍ବାର ଦରଖାସ୍ତ କଲା ପରେ ମଧ୍ୟ କେହି ଶୁଣୁ ନ ଥିବା ଜଣା ପଡିଛି । ବସୁଧା ପାଣି ପମ୍ପ ଅତି ନିମ୍ନମାନର ତିଆରି ହୋଇଥିବା ଯୋଗୁଁ ପାଣି ଅପାର୍ଯ୍ୟପ୍ତ ଭାବରେ କ୍ଷୟ ହେଉଥିବା ଦେଖିବାକୁ ମିଳିଛି l କେବେ ଏପରି ଅବସ୍ଥା ରେ ପଡି ରହିଥିବା ବସୁଧା ପାଣି ପମ୍ପ ମରାମତି ହୋଇପାରିବ ଦେଖିବାକୁ ବାକି ରହିଲା । ମାତ୍ର ସରକାର ବାରମ୍ବାର ଜଳର ସୁବିଧା ଦୂରୀକରଣ କଥା କହୁଥିବା ସହିତ ନିର୍ବାଚନ ରେ ମିଥ୍ୟା ପ୍ରତିଶୃତି ସହିତ ଲୋକଙ୍କ ଆନ୍ତରିକତା ସହିତ ଖେଳିବା ବୁଦ୍ଧିଜୀବୀ ମହଲରେ ଚିନ୍ତାର ବିଷୟ ପାଳଇଛି ।ଦେଖିବାକୁ ବାକି ରହିବ ନିର୍ବାଚନ ପରେ ଲୋକଙ୍କ ଦୁଃଖ ଦୂର ହେବାକୁ ଆହୁରି ବ୍ୟବଧାନ କେତେ ।
ବସୁଧା ପାଣି ଟାଙ୍କି ଅଛି ହେଲେ ଗ୍ରାମ ର ସବୁ ଅଞ୍ଚଳ କୁ ପାଣି ପହଞ୍ଚି ପାରୁନି
|
May 23, 2024 |
