ବଳଦେବଜୀଉ ହାଇସ୍କୁଲରେ ବିଜ୍ଞାନ ପ୍ରଦର୍ଶନୀ

Spread the love
ଭଣ୍ଡାରିପୋଖରୀ, ୧/୧/୨୦୨୦ (ସନ୍ଧାନ ନିୟୁଜ): ଭଣ୍ଡାରିପୋଖରୀ ବ୍ଲକର ବଳଦେବଜୀଉ ହାଇସ୍କୁଲରେ ବିଜ୍ଞାନମେଳା ଶନିବାର ପ୍ରଧାନଶିକ୍ଷକ ରବିନ୍ଦ୍ର କୁମାର ମହାରଣାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇ ୨୨ଟି ପ୍ରକଳ୍ପ ପ୍ରଦର୍ଶିତ ହୋଇଥିଲା । ବଳଦେବଜୀଉ ନୋଡାଲ ଉପ୍ରା ବିଦ୍ୟାଳୟର ବିଜ୍ଞାନଶିକ୍ଷକ ତପନ ସାର ବିଚାରକ ଭାବେ ପ୍ରକଳ୍ପଗୁଡିକର ମୂଲ୍ୟାୟନ କରିଥିଲେ । ଛାତ୍ରୀ ହରପ୍ରିୟା ସାସ୍ମଲ ପ୍ରଥମ, ଛାତ୍ର ପ୍ରଦ୍ୟୁମ୍ନ ବେହେରା ଦ୍ୱିତୀୟ ଓ ଅବିନାଶ ସାହୁ ତୃତୀୟ ସ୍ଥାନ ହାସଲ କରି ପୁରସ୍କୃତ ହୋଇଥିଲେ । ବିଜ୍ଞାନଶିକ୍ଷକ ଗୌରୀଶଙ୍କର ମିଶ୍ର, ଇନ୍ଦ୍ରଜିତ ମଲ୍ଲିକ, ଦାମୋଦର ଶତପଥି, ମୋନାଳିସା କର, ଅମୁଲ୍ୟ ମଲ୍ଲିକ, କେଦାରସେନ ମଲ୍ଲିକ, ଶୁଭେନ୍ଦୁ ମଲ୍ଲିକ, ଶେଖ ଇମାମୁଲ ପ୍ରମୁଖ ମେଳା ପରିଚାଳନା କରିଥିଲେ ।

Related Posts

About The Author

Add Comment