ବର୍ଷା ଧୋଇଦେଲା ଦିନ ମଜୁରିଆଙ୍କ ଘର

Spread the love

ରାଉରକେଲା, ୨୨/୦୮/୨୦ (ସନ୍ଧାନ ନିଉଜ) : ଗତ କିଛି ଦିନ ଧରି ଜାରି ରହିଥିବା ଲଘୁଚାପ ଜନିତ ବର୍ଷା ଗରିବ ଗୁରୁବାଙ୍କ ଦୁଃଖକୁ ବଢାଇ ଦେଇଛି । ଗୋଟିଏ ପଟେ କରୋନା ସଂକ୍ରମଣର ହାର ଦିନକୁ ଦିନ ବଢି ଚାଲିଥିବା ବେଳେ, ଅପରପକ୍ଷରେ ବର୍ଷା ଗରିବ ଶ୍ରେଣୀର ଲୋକଙ୍କ ପାଇଁ ବଇରୀ ସାଜିଛି । ବର୍ଷା ଯୋଗୁ ବାସହୀନ ହୋଇ ପଡ଼ିଛନ୍ତି  ଦକ୍ଷିଣ ରାଉରକେଲା ଅଂଚଳର ଜଣେ ଦିନ ମଜୁରିଆ ।
ମିଳିଥିବା ସୂଚନା ଅନୁଯାୟୀ, ଦକ୍ଷିଣ ରାଉରକେଲା ଅନ୍ତର୍ଗତ ମଦନଟୋଲି ତଳବସ୍ତିରେ ରୁହନ୍ତି କିସଟପନ ଲୁଗୁନ । ପରିବାର କହିଲେ ସ୍ତ୍ରୀ ସମ୍ବରୀ ଲୁଗୁନ, ପୁଅ ସାହିଲ ଲୁଗୁନ, ଝିଅ ତ୍ରିଶଲା ଲୁଗୁନ ଓ ବୃଦ୍ଧ ମା’ଙ୍କୁ ନେଇ ତାଙ୍କ ପରିବାର ଚଳାନ୍ତି । କାରଖାନାରେ ହେଲପର ଭାବେ କାର୍ଯ୍ୟ କରି ଦୁଇ ପଇସା ରୋଜଗାର କରିଥାନ୍ତି କିସପଟନ । ଗତ ମଙ୍ଗଳବାର ବର୍ଷାରେ ଦିନ ସମୟରେ ତାଙ୍କ ଘରର କାନ୍ଥ ଧସି ଯାଇଥିବାରୁ, ଘରଟି ଭାଙ୍ଗି ଯାଇଛି । ସୌଭାଗ୍ୟଶତଃ ଘରେ କେହି ନଥିବାରୁ  ଏକ ନିଶ୍ଚିତ ଦୁର୍ଘଟଣାରୁ ପରିବାର ଲୋକେ ବର୍ତି ଯାଇଛନ୍ତି । ଏ ସମ୍ପର୍କରେ କିସଟପନ ସ୍ଥାନୀୟ ୱାର୍ଡମେମ୍ବରଙ୍କୁ ଜଣାଇଥିବା ବେଳେ, କିଛି ସରକାରୀ ସହାୟତା ଏ ବାବଦରେ ପାଇବାକୁ ଅନାଇ ରହିଛନ୍ତି । ସ୍ଥାନୀୟ ଅଂଚଳର ସାମାଜିକ କର୍ମୀ ଦୁର୍ଗା ତନ୍ତୀ,  ଡାକ୍ତର ଅଭିଜିତ ପାଉଲ, କମଲେଶ ସାହା, ରାମଦୀପ, ଗୋପାଳ ଘଡେଇ କିସଟପନଙ୍କୁ ସାକ୍ଷାତ କରି ତାଙ୍କ ଅବସ୍ଥା ପଚାରି ବୁଝିଥିଲେ । ଆଗକୁ ଆଉ ଏକ ଲଘୁଚାପଜନିତ ବର୍ଷା ହେବାର ଆଶଙ୍କା ଦେଖାଦେଇ ଥିବାରୁ ଏହାକୁ ନେଇ ବିଭିନ୍ନ ବସ୍ତି ଅଂଚଳରେ ଥିବା ବସ୍ତିବାସିନ୍ଦା ମାନେ ଚିନ୍ତାରେ ପଡ଼ି ଯାଇଛନ୍ତି । ସାଧାରଣତଃ ବସ୍ତି ଅଂଚଳର ଘର ଗୁଡ଼ିକ ମାଟିରେ ତିଆରି ହେବା କାରଣରୁ ବର୍ଷା ଦ୍ୱାରା କ୍ଷତିଗ୍ରସ୍ତ ହେବା ଆଶଙ୍କା ପ୍ରକାଶ ପାଇଛି ।
ଅନ୍‌ଲାଇନରେ ଆବେଦନ ପାଇଁ ନେଟ୍ ପାର୍ଲରରେ ବିଦ୍ୟାର୍ଥୀ

Related Posts

About The Author

Add Comment