ବର୍ଷାରେ ଚାଷ ଜମି ଜଳମଗ, ଚିନ୍ତାରେ ଚାଷୀ

Spread the love
  •  
  •  
  •  
  •  
  •  

ରାଉରକେଲା ୨୧/୦୮/୨୦୨୦ (ସନ୍ଧାନ ନିଉଜ):  ଗତ ଦୁଇଦିନ ହେଲା ଲଘୁଚାପଜନିତ ଲଗାଣ ବର୍ଷା ଓ ଆଗକୁ ଆଉ ଏକ ଲଘୁଚାପ ଦାନା ବାନ୍ଧିବା କାରଣରୁ ଚାଷୀକୂଳ ଏକ ପ୍ରକାର ହତାଶ ହୋଇ ପଡ଼ିଛନ୍ତି । ବର୍ଷା  ଲାଗି ରହିବା କାରଣରୁ  ଜନଜୀବନ ସମୂର୍ଣ୍ଣ ଭାବେ  ଅସ୍ତବ୍ୟସ୍ତ  ହୋଇ ପଡ଼ିଛି । ବର୍ଷା ଯୋଗୁଁ ସୁନ୍ଦରଗଡ଼ ଜିଲାର ବିଭିନ୍ନ ବ୍ଲକରେ  ଗ୍ରାମାଚଂଳରେ  ଥିବା ଚାଷ ଜମି ଜଳମଗ୍ନ ହୋଇପଡ଼ିଛି । ଏବେ ଯେଉଁ ଚାଷ ଜମିରେ ରୁଆ ବେଉଷଣ କାର୍ଯ୍ୟ କରାଯାଉଥିଲା ପାଣି ବୁଡ଼ି ରହିଥିବାରୁ କାର୍ଯ୍ୟ ବନ୍ଦ ହୋଇଯାଇଛି । ରୁଆ ଯାଇଥିବା ଧାନ ଜମି ବର୍ଷା ପାଣିରେ ବୁଡ଼ି ଯାଇଛି ।  ଅଧିକ ଦିନ ଧାନ ଗଛ ବୁଡ଼ି ରହିଲେ ପଚି ଯିବାର ଚାଷୀ ଆଶଙ୍କା ପ୍ରକାଶ କରିଛନ୍ତି । ବୁଧୁବାର ଓ ଆଜି ଦିନ ତମାମ ବର୍ଷା ଲାଗି ରହିଛି । ବର୍ଷା ଯୋଗୁ କେତେକ ସ୍ଥାନରେ ଗ୍ରାମ୍ୟ ରାସ୍ତା ଗୁଡ଼ିକ ବୁଡ଼ି ଯାଇଥିବାର ଲକ୍ଷ୍ୟ କରାଯାଇଛି । ଲଗାଣ ବର୍ଷା ଯୋଗୁ ସାଧାରଣ ଜୀବନଯାତ୍ରା ବାଧାପ୍ରାପ୍ତ ଘଟିଛି ।

Related Posts

About The Author

Add Comment