ବରୀ ବିଜେପି ରେ ବଢ଼ିଲା ଶକ୍ତି : ପୂର୍ବତନ ବିଧାୟକ ଶଙ୍ଖଛାଡ଼ି ପଦ୍ମ ଧରିଲେ

Spread the love

ଯାଜପୁର ସଦର, ୨୭ା୦୨: ଯାଜପୁର ଜିଲ୍ଲା ବରୀ ନର୍ବାଚନ ମଣ୍ଡଳୀର ୪ଥର ବିଧାୟକ ହୋଇଥିବା ପୂର୍ବତନ ବିଧାୟକ ଦେବାଶିଷ ନାୟକ ବିଜେଡ଼ି ଦଳରୁ ଇସ୍ତଫା ଦେଇ ଭାରତୀୟ ଜନତା ପାର୍ଟିରେ ଯୋଗଦାନ କରି ପଦ୍ମଧରିଲେ । ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଉପସ୍ଥିତିରେ ଶ୍ରୀ ନାୟକ ବିଜେପିରେ ଯୋଗଦେଇଥିଲେ । ନବୀନ ପଟ୍ଟନାୟକଙ୍କ ସରକାରରେ ମନ୍ତ୍ରୀ ରହିଥିବା ବେଳେ, ୨୦୦୪ ମସହିହାରୁ ୨୦୦୮ ମସିହା ପର୍ଯ୍ୟନ୍ତ ବିଭିନ୍ନ ବିଭାଗରେ ଶ୍ରୀ ନାୟକ ମନ୍ତ୍ରୀ ହୋଇଥିଲେ । କ୍ରିଡ଼ା ସୂଚନା ଏବଂ ଲୋକ ସମ୍ପର୍କ ବିଭାଗରେ ଶ୍ରୀ ନାୟକ ମନ୍ତ୍ରୀ ରହିଥିବା ବେଳେ, ୨୦୦୦ ମସିହା ଠାରୁ ଦେବାଶିଷ ନାୟକଙ୍କୁ ବିଜୁ ଜନତା ଦଳରୁ ଟିକେଟ ନମିଳିବାରୁ ବିଜୁ ଜନତା ଦଳରେ ସଦସ୍ୟ ଭାବେ ଶ୍ରୀ ନାୟକ ରହିଥିଲେ । ଯାହାକି ୨୦୨୪ ନିର୍ବାଚନ ଆଗରୁ ବିଜୁ ଜନତା ଦଳରୁ ଇସ୍ତଫା ଦେଇ ଭାରତୀୟ ଜନତା ପାର୍ଟିରେ ଯୋଗଦେଇଛନ୍ତି । ବରୀ ନିର୍ବାଚନ ମଣ୍ଡଳୀର ରାଜନିତିକୁ ଶ୍ରୀ ନାୟକ ବେଶ ଭାବରେ ପରୀଖି ଥିଲେ । ଯାହାକି ବରୀ ନିର୍ବାଚନ ମଣ୍ଡଳୀର ସୁନାମଧନ୍ୟ ବିଧାୟିକା ସୁନନ୍ଦା ଦାସ ବିଜୟ ହେବାପରେ ୨୦୨୪ ନିର୍ବାଚନରେ ବରୀ ମୁକୁଟ କାହାକୁ ମିଳୁଚି ତାହା ସମୟ କହିବ ଯାହାକି ବରିଷ୍ଠ ରାଜନୈତିକ ନେତା ପୁଣି ବରୀ ପାଇଁ ବିଜେପିରୁ ପ୍ରାର୍ଥି ହେବେକି ନିର୍ବାଚନ ମଇଦାନକୁ ଶ୍ରୀ ନାୟକ ଓହ୍ଲାଇବା ପାଇଁ ପ୍ରସ୍ଥୁତ ହେଉଥିବା ଜଣାଯାଇଚି । ବରୀ ନିର୍ବାଚନ ମଣ୍ଡଳୀର ବିଜେଡି କାହାକୁ ପ୍ରାର୍ଥି କରିବ ସୁନନ୍ଦା ନା ବିଶ୍ୱ ନା ସଂଜୟ ନା ପୁଣି ସୁନନ୍ଦା ବରୀ ଆସନ ଦଖଲ କରିବେ ତାହା ଦେଖିବାକୁ ବାକି ରିହିଲା ।

Related Posts

About The Author

Add Comment